ETV Bharat / state

ଭିଜିଲାନ୍ସ ଜାଲରେ ମେଡିକାଲ ଅଧିକାରୀ, ସ୍ବାସ୍ଥ୍ୟକର୍ମୀଙ୍କଠୁ ନେଉଥିଲେ ଲାଞ୍ଚ - ସୁନ୍ଦରଗଡ଼ ସ୍ବାସ୍ଥ୍ୟ ଅଧିକାରୀ

ଭିଜିଲାନ୍ସ ଜାଲରେ ହେମଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ । ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଠାରୁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି ସ୍ବାସ୍ଥ୍ୟ ଅଧିକାରୀ । ଅଧିକ ପଢ଼ନ୍ତୁ...

sundargarh hemagiri medical officer caught by vigilance while taking bribe
ଭିଜିଲାନ୍ସ ଜାଲରେ ମେଡିକାଲ ଅଧିକାରୀ, ସ୍ବାସ୍ଥ୍ୟକର୍ମୀଙ୍କଠାରୁ ନେଉଥିଲେ ଲାଞ୍ଚ
author img

By

Published : Jan 29, 2021, 6:46 PM IST

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ହେମଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ । ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଠାରୁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି ସ୍ବାସ୍ଥ୍ୟ ଅଧିକାରୀ ଶ୍ରଦ୍ଧାକର ଗଡ଼ତିଆ । ଦୁଇଟି ସିଏଲ ଛୁଟିକୁ ନିୟମିତ କରାଇବାକୁ ସ୍ବାସ୍ଥ୍ୟ ଅଧିକାରୀ ଲାଞ୍ଚ ନେଉଥିବା ଜଣାପଡ଼ିଛି ।

2016 ମସିହାରେ କଳ୍ପନା ପଟେଲ ନାମକ ଜଣେ ସ୍ବାସ୍ଥ୍ୟକର୍ମୀ ଦୁଇଟି ସିଏଲ ଛୁଟି ନିୟମିତ ହୋଇ ପାରିନଥିଲା । ଏଥିପାଇଁ ସେ ବାରମ୍ବାର ତତ୍କାଳୀନ ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଶ୍ରଦ୍ଧାକର ଗଡ଼ତିଆ ନିକଟରେ ଛୁଟି ନିୟମିତ କରିବାକୁ ନିବେଦନ କରିଥିଲେ। ହେଲେ ଏଥିପାଇଁ ସ୍ବାସ୍ଥ୍ୟ ଅଧିକାରୀ ତାଙ୍କୁ 5 ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁ ନେଇ ଭିଜିଲାନ୍ସଙ୍କ ଦ୍ବାରସ୍ତ ହୋଇଥିଲେ ସ୍ବାସ୍ଥ୍ୟକର୍ମୀ।

ଆଜି(ଶୁକ୍ରବାର) ଭିଜିଲାନ୍ସ ଯୋଜନା ମୁତାବକ ସ୍ବାସ୍ଥ୍ୟକର୍ମୀ ଜଣକ ସ୍ବାସ୍ଥ୍ୟ ଅଧିକାରୀଙ୍କୁ 5 ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଏହି ସମୟରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ପଚରାଉଚରା ଜାରି ରଖିଛି।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.