ETV Bharat / state

ASI ଅଲିସ ଲୁଗୁନ ମୃତ୍ୟୁ ମାମଲା: ଅତ୍ୟଧିକ ମାଡ ନୁହେଁ, ଏହି କାରଣରୁ ଯାଇଛି ଜୀବନ - ASI Alisa Narmi Lugun death

ବହୁ ଚର୍ଚ୍ଚିତ ASI ଅଲିସ ଲୁଗୁନ ମୃତ୍ୟୁ ମାମଲା । ମାଡ଼ ଯୋଗୁଁ ନୁହେଁ, 'ଏକ୍ସସାଇଟେଡ଼ ଡେଲିରିୟମ' ମୃତ୍ୟୁର କାରଣ ବୋଲି ରାଉରକେଲା SP ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

lady asi alis lugun death mystry
ASI ଅଲିସ ଲୁଗୁନ ମୃତ୍ଯୁ ମାମଲାରେ ଭିନ୍ନ ମୋଡ଼
author img

By ETV Bharat Odisha Team

Published : Oct 21, 2023, 5:53 PM IST

ASI ଅଲିସ ଲୁଗୁନ ମୃତ୍ଯୁ ମାମଲାରେ ଭିନ୍ନ ମୋଡ଼

ରାଉରକେଲା: ASI ଅଲିସ ଲୁଗୁନ ମୃତ୍ୟୁ ମାମଲାରୁ ହଟିଲା ପରଦା । ପଦାକୁ ଆସିଲା ଅଲିସ ଲୁଗୁନଙ୍କ ପୋଷ୍ଟମୋର୍ଟମ ରିପୋର୍ଟ । ଏହାକୁ ସିନିୟର ଡାକ୍ତର ଏବଂ AIIMSର ବରିଷ୍ଠ ଡାକ୍ତରଙ୍କୁ ଦେଖାଇବା ସହ ରିଚେକ କରାଯାଇଛି । ବରିଷ୍ଠ ଡାକ୍ତରଙ୍କ ସହ ଆଲୋଚନା ପରେ ସାଙ୍ଘାତିକ ତଥ୍ୟ ସାମନାକୁ ଆସିଥିବା ପୋଲିସ ପକ୍ଷରୁ କୁହାଯାଇଛି । ରାଉରକେଲା SP ମିତ୍ରଭାନୁ ମହାପାତ୍ର ଏନେଇ ପ୍ରତିକ୍ରିୟା ରଖିଛନ୍ତି।

ପୋଷ୍ଟମୋର୍ଟମ ରିପୋର୍ଟ ଅନୁଯାୟୀ, ମହିଳା ASI ଅଲିସ ଲୁଗୁନଙ୍କୁ ଉତ୍ତେଜିତ ଡେଲିରିୟମ ଜନିତ (Asphyxia due to excited delirium)ରୋଗ ଥିବା ଜଣାପଡିଛି । ସେ ଏହି ରୋଗରେ ଦୀର୍ଘ ଦିନ ଧରି ଆକ୍ରାନ୍ତ ଥିବା ନେଇ ସୂଚନା ଦେଇଛନ୍ତି ରାଉରକେଲା ଏସପି । "ଏହି ରୋଗ ଥିଲେ ରୋଗୀ ଯେତେବେଳେ କୌଣସି ଆକ୍ରାମକ ରୂପ ବା ଆଟାକିଂ ମୋଡ଼ରେ ଆସିଥାନ୍ତି ବା ଉତ୍ତେଜିତ ହୋଇଯାଇଥାନ୍ତି ସେହି ସମୟରେ ଦେହରୁ ହରମୋନ କ୍ଷରଣ କ୍ଷମତା ବୃଦ୍ଧି ପାଇଥାଏ । ଆଉ ଏହି ହରମୋନ କ୍ଷରଣ ଯୋଗୁଁ ଦେହରେ ଆଡ୍ରେନାଲିନ୍ ହରମୋନ ବହିବାରେ ଲାଗେ । ଯେଉଁଥିପାଇଁ ଏଥିରେ ଆକ୍ରାନ୍ତ ହୋଇଥିବା ରୋଗୀ ଅଧିକ ଅସୁସ୍ଥ ହୋଇପଡେ ଏବଂ ଏହାର ପ୍ରଭାବ ହୃତପିଣ୍ଡ ଉପରେ ପଡେ । ଆଉ ଏହା ରୋଗୀକୁ ମୃତ୍ୟୁ ମୁଖକୁ ଟାଣିନିଏ" ବୋଲି ଡାକ୍ତର କହିଛନ୍ତି ।

ଏହା ବି ପଢନ୍ତୁ...ମହିଳା ASIଙ୍କ ମୃତ୍ୟୁ ମାମଲା: ଅତ୍ୟଧିକ ମାଡ଼ ଯୋଗୁଁ ଗଲା ଜୀବନ ! ଦେଖନ୍ତୁ ଘଟଣା ସମୟର ଭିଡ଼ିଓ

ତେବେ ଏହି କାରଣ ଯୋଗୁଁ ମହିଳା ASI ଅଲିସ ଲୁଗୁନଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ରାଉରକେଲା SP । ଅତ୍ୟଧିକ ମାଡ଼ କାରଣରୁ ମୃତ୍ୟୁ ହୋଇଥିବା ନେଇ ଅଲିସଙ୍କ ପରିବାର ଲୋକେ ପୂର୍ବରୁ ଅଭିଯୋଗ କରିଥିଲେ । ଏନେଇ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି, "ଯେଉଁ ମାଡ଼ କଥା ଅଭିଯୋଗ ହୋଇଥିଲା ସେଭଳି କିଛି ଘଟିନାହିଁ । ଏହାସହ ଶରୀରରେ ମାଡ଼ର ଦାଗ ଥିବା ନେଇ ଯେଉଁ ଅଭିଯୋଗ ଆସିଥିଲା ତାହା ମୃତଦେହକୁ ଅଧିକ ସମୟ ପର୍ଯ୍ୟନ୍ତ ତଳେ ରଖିଥିବାରୁ ହୋଇଥିଲା ।"

ତେବେ ଅକ୍ଟୋବର 1 ତାରିଖରେ ହୋଇଥିବା ଦୁର୍ଘଟଣା ମାମଲାରେ ଉତ୍ତେଜନା ସମ୍ଭାଳିବାକୁ ଯାଇ ସବୁ ଦିନ ପାଇଁ ଆଖି ବୁଜିଥିଲେ ମହିଳା ASI ଅଲିସ ଲୁଗୁନ ବୋଲି କହିଛନ୍ତି ରାଉରକେଲା SP । ଘଟଣାସ୍ଥଳରେ ଜଣେ ପବ୍ଲିକ ସର୍ଭାଣ୍ଟକୁ ଅଲିସଙ୍କୁ ତାଙ୍କର କାର୍ଯ୍ୟ କରିବାରୁ ବାଧା ଦେବା ଅଭିଯୋଗକୁ ଗୁରୁତର ସହ ନେଇଛି ପୋଲିସ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଉରକେଲା SP ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.