ETV Bharat / state

ବିଜେପି, କଂଗ୍ରେସ ଯାହା କଲେ ବିଜେଡିର ଯାଏଆସେ ନାହିଁ: ସମୀର ଦାଶ - ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ

ରାଜ୍ୟରେ କେବଳ ଏକ ଆଗ ଧାଡ଼ିର ବିରୋଧି ସଜେଇ ହେବାକୁ ଉଭୟ କଂଗ୍ରେସ ଓ ବିଜେପି ଏଭଳି ଆନ୍ଦୋଳନ ଓ ବନ୍ଦ ଡାକରା ଦେଉଛନ୍ତି। ଏଥିରେ ବିଜେଡିର କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ସମୀର ରଞ୍ଜନ ଦାଶ। ଇଟିଭି ଭାରତ। ଅଧିକ ପଢ଼ନ୍ତୁ...

bjd dont have any problem what opposition doing says samir mohanty
ବିଜେପି, କଂଗ୍ରେସ ଯାହା କଲେ ବିଜେଡିର ଯାଏଆସେ ନାହିଁ: ସମୀର ଦାଶ
author img

By

Published : Feb 14, 2021, 2:55 PM IST

ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ପରୋକ୍ଷରେ ବିରୋଧ କରି ଭାରତୀୟ ଜନତା ପାର୍ଟି ଫେବ୍ରୁଆରୀ 13 ତାରିଖରେ ସୁନ୍ଦରଗଡ଼ରେ 3 ଘଣ୍ଟିଆ ଚକାଜାମ କରିଥିଲା। ଏହାପରେ ଉଭୟ ବିଜେପି ଓ ବିଜେଡିକୁ ବିରୋଧ କରି ଫେବ୍ରୁଆରୀ 15 ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ତେବେ ରାଜ୍ୟରେ କେବଳ ଏକ ଆଗ ଧାଡ଼ିର ବିରୋଧି ସଜେଇ ହେବାକୁ ଉଭୟ କଂଗ୍ରେସ ଓ ବିଜେପି ଏଭଳି ଆନ୍ଦୋଳନ ଓ ବନ୍ଦ ଡାକରା ଦେଉଥିବା ଥିବା କଥା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ବିଜେପି, କଂଗ୍ରେସ ଯାହା କଲେ ବିଜେଡିର ଯାଏଆସେ ନାହିଁ: ସମୀର ଦାଶ

ସୁନ୍ଦରଗଡ଼ ଗସ୍ତରେ ଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏହି ଅବସରରେ ସେ କଂଗ୍ରେସ ଓ ବିଜେପିର ଆନ୍ଦୋଳନକୁ ନେଇ ସେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, "ମୁଖ୍ୟମନ୍ତ୍ରୀ କୌଣସି ଅନାବଶ୍ୟକ ଯୋଜନା କରୁନାହାନ୍ତି। କେଉଁ ଯୋଜନା ଅନାବଶ୍ୟକ କଂଗ୍ରେସ ଓ ବିଜେପି ସ୍ପଷ୍ଟ କରନ୍ତୁ। ରାଜ୍ୟରେ ବିଜେଡିର ମୁଖ୍ୟ ବିରୋଧି ହେବା ପାଇଁ କଂଗ୍ରେସ ଓ ବିଜେପି ପ୍ରତିଦ୍ବନ୍ଦିତା କରୁଛନ୍ତି। ଏଥିରେ ବିଜେଡିର କିଛି ଯାଏଆସେ ନାହିଁ। ଫେବ୍ରୁଆରୀ 16 ତାରିଖରେ ମୁଖ୍ୟମନ୍ତ୍ରୀ ସୁ୍ନ୍ଦରଗଡ଼ ଗସ୍ତ ଆସି ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ।"

ଫେବ୍ରୁଆରୀ 16 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ କଂଗ୍ରେସ ଦଳ କଳାବ୍ୟାଚ ପରିଧାନ କରି ସୁନ୍ଦରଗଡ ଜିଲ୍ଲାରେ କଳା ଦିବସ ପାଳନ କରିବ ବୋଲି କହିଛି । ଆସନ୍ତାକାଲି (ସୋମବାର) କଂଗ୍ରେସ ଦଳ ଉଭୟ ମୋଦି ସରକାର ଓ ନବୀନ ସରକାରଙ୍କ ବିରୋଧରେ ସୁନ୍ଦରଗଡ ଜିଲ୍ଲାରେ 7 ଘଣ୍ଟିଆ ବନ୍ଦ ପାଳନ କରିବ।

ବିକାଶର ଏଜେଣ୍ଡା ନେଇ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଗସ୍ତ କୁରଛନ୍ତି। ଓଡ଼ିଶାକୁ ସମଗ୍ର ଭାରତ ବର୍ଷରେ ଏକ ଆଗୁଆ ରାଜ୍ୟ ଭାବେ ପରିଚିତ କରାଇବା ପାଇଁ ସେ ବିକାଶର ଏକ ନୂଆ ଫର୍ଦ୍ଦ ଯୋଡ଼ିବାକୁ ସେ ଏହି ଗସ୍ତ କରୁଥିବା କଥା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.