ETV Bharat / state

ଲକଡାଉନରେ ଗରିବଙ୍କୁ ରନ୍ଧାଖାଦ୍ୟ ଯୋଗାଉଛି ଆରଏମସି

ଲକଡାଉନ ସମୟରେ ଷ୍ଟିଲ ସହରର ଗରିବ ଅସହାୟଙ୍କୁ ସାହା ହୋଇଛି ପ୍ରଶାସନ । ଲୋକଙ୍କୁ ଦୁଇବେଳା ରନ୍ଧାଖାଦ୍ୟ ଯୋଗାଇ ଲୋକଙ୍କୁ ଦୁଃଖକୁ ସାମାନ୍ୟ କମ କରିଛି ଆରଏମସି । ଅଧିକ ପଢନ୍ତୁ...

author img

By

Published : May 25, 2021, 9:24 AM IST

ଲକଡାଉନ ସମୟରେ ଗରିବ ଓ ନିରାଶ୍ରୟ ଲୋକଙ୍କୁ ପ୍ରଶାସନ ଯୋଗାଉଛି ରନ୍ଧା ଖାଦ୍ୟ

ସୁନ୍ଦରଗଡ: କୋରୋନା କୋପରେ ସାରା ରାଜ୍ୟ । ମହାମାରୀରେ ବ୍ରେକ ଲଗାଇବାକୁ ରାଜ୍ୟରେ ଲକଡାଉନ ଲାଗୁ କରିଛନ୍ତି ସରକାର । ଫଳରେ ଗରିବ ଓ ନିରାଶ୍ରୟଙ୍କ ଦୁଃଖ ଦୁଇଗୁଣା ବଢିଚାଲିଛି । ଲକଡାଉନ ସମୟରେ ରାଉରକେଲାର ଅସହାୟ ଓ ନିରାଶ୍ରୟଙ୍କୁ ସାହା ହୋଇଛି ଆରଏମସି । ରାଉରକେଲା ମହାନଗର ନିଗମ ପ୍ରତିଦିନ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ଗରିବ ଅସହାୟଙ୍କୁ ଯୋଗାଉଛି । ଏଥିପାଇଁ ନିୟୋଜିତ ଥିବା ସ୍ବେଚ୍ଛାସେବୀମାନେ ବିଭିନ୍ନ ବସ୍ତି ଅଞ୍ଚଳକୁ ଯାଇ ଲୋକଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ।

ଦିନକୁ ଦୁଇବେଳା ସହରର ଅସହାୟଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। ଖାଲି ଖାଦ୍ୟ ନୁହେଁ ରାଉରକେଲା ଷ୍ଟେସନ, ବସ୍ ଷ୍ଟାଣ୍ଡ ଆଦି ସ୍ଥାନରୁ ନିରାଶ୍ରୟ ଲୋକଙ୍କୁ ଆଣି ଆଶ୍ରୟସ୍ଥଳରେ ରଖିବା ପାଇଁ ଆରଏମସି ପକ୍ଷରୁ ‘ଆଶ୍ରୟ ରଥ’ ବ୍ୟବସ୍ଥା କରାଯାଇଛି । ଲକଡାଉନ୍ ସମୟରେ ଏହି ରଥ ସହରର ବିଭିନ୍ନ ସ୍ଥାନରେ ଥିବା ନିରାଶ୍ରୟ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଉଛି । ଖାଦ୍ୟକୁ ପ୍ୟାକେଟ୍ କରି ଲୋକଙ୍କୁ ଦିଆଯାଉଛି ।

ସେହିପରି ସହରାଞ୍ଚଳର ଗରିବ ଶ୍ରେଣୀ ଓ ଶ୍ରମଜୀବୀମାନଙ୍କ ସୁବିଧା ପାଇଁ ଲକଡାଉନ୍ ସମୟରେ ବି ରାଉରକେଲାର ୫ଟି ଆହାର କେନ୍ଦ୍ର ଖୋଲା ରହୁଛି । କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ଆହାର କେନ୍ଦ୍ରରୁ କେବଳ ଖାଦ୍ୟ ପାର୍ସଲ ଦିଆଯାଉଛି। ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ମିଲ୍ ପିଛା ୫ଟଙ୍କା ଦେଇ ଲୋକେ ଖାଦ୍ୟ ନେଉଛନ୍ତି ।

ରାଉରକେଲାସ୍ଥିତ ନୂଆ ବସ ଷ୍ଟାଣ୍ଡ, ସେକ୍ଟର-୨ ବସଷ୍ଟାଣ୍ଡ ଏବଂ ପାୱାର ହାଉସ୍ ରୋଡଠାରେ ଥିବା ଆହାର କେନ୍ଦ୍ରରେ କେବଳ ଦିନ ବେଳା (ମଧ୍ୟାହ୍ନ ଭୋଜନ) ଖାଦ୍ୟ ମିଳୁଛି । ତେବେ ଆରଜିଏଚ କ୍ୟାମ୍ପସ ଓ ସେକ୍ଟର-୧୯ ଆଇଜିଏଚ ନିକଟରେ ଥିବା ଆହାର କେନ୍ଦ୍ର ଦୁଇ ବେଳା ଖୋଲା ରହୁଛି। ଖାଦ୍ୟ ପ୍ୟାକିଂ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି । ଲକଡାଉନ ସମୟରେ ପ୍ରଶାସନ ଏହି ବ୍ୟବସ୍ଥା ଗରିବ ଅସହାୟଙ୍କ ଦୁଃଖକୁ ସାମାନ୍ୟ କମ କରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭ ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.