ETV Bharat / state

ସଇତାନ ସାଜିଲା ସମ୍ପର୍କୀୟ ମାମୁଁ, ୩ ବର୍ଷର ଭାଣିଜୀକୁ ଦୁଷ୍କର୍ମ ଅଭିଯୋଗ

ସମ୍ପର୍କୀୟ ମାମୁଁ ସାଜିଲା ସଇତାନ । ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତକୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

ରାଉରକେଲାରେ ଲଜ୍ଜା ।୩ ବର୍ଷର ଶିଶୁ କନ୍ୟାକୁ ସମ୍ପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ

author img

By ETV Bharat Odisha Team

Published : Nov 8, 2023, 4:16 PM IST

Updated : Nov 8, 2023, 4:58 PM IST

ସଇତାନ ସାଜିଲା ସମ୍ପର୍କୀୟ ମାମୁଁ

ରାଉରକେଲା: ସଇତାନ ସାଜିଲା ସମ୍ପର୍କୀୟ ମାମୁଁ । ୩ ବର୍ଷର ଭାଣିଜୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଛି ରାଉରକେଲାର ଉଦିତନଗର ଥାନା ଅଞ୍ଚଳରେ । ଅଭିଯୁକ୍ତ ଶିଶୁଟିକୁ ଏକାକି ପାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୁକ୍ତକୁ ଧରି ନିସ୍ତୁକ ପିଟିଛନ୍ତି ସ୍ଥାନୀୟ ଲୋକେ ।

ଉଦିତନଗର ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ଗତକାଲି (ମଙ୍ଗଳବାର) ରାତି ପ୍ରାୟ ୮ଟା ସମୟରେ ଉଦିତନଗର ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ଉଦିତ ନଗର ଥାନା ଅଞ୍ଚଳରେ ରହୁଥିବା ଅଭିଯୋଗକାରୀ ଓ ତାଙ୍କ ପତ୍ନୀ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ସକାଳୁ ଗଲେ ସନ୍ଧ୍ୟାରେ ଘରକୁ ଫେରନ୍ତି ଦୁହେଁ । ଶିଶୁ କନ୍ୟାକୁ ପାଖ ସମ୍ପର୍କୀୟ ଘରେ ଛାଡ଼ି ଯାଇ ମଜୁରି ଖଟିବାକୁ ଯାଆନ୍ତି ବାପା ମା’ । ତେବେ ଗତକାଲି(ମଙ୍ଗଳବାର) ପରିବାର ଲୋକେ କାମକୁ ଯାଇଥିବା ବେଳେ ଘରେ ୩ ବର୍ଷର ଶିଶୁ କନ୍ୟା ଏକୁଟିଆ ରହିଥିଲେ । ଦିନରେ ସମ୍ପର୍କୀୟ ମାମୁଁ ଶିଶୁକନ୍ୟାକୁ ଧରି ବୁଲାବୁଲି କରୁଥିଲେ ।ଏହାରି ମଧ୍ୟରେ ଘରେ କହି ନଥିବାର ସୁଯୋଗ ନେଇ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିଲା ମାମୁଁ ।
ଏହା ମଧ୍ୟ ପଢନ୍ତୁ....୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ! NHRCରେ ପହଞ୍ଚିଲା ମାମଲା

ତେବେ ଶିଶୁର ବାପା ଓ ମାଆ ସଂଧ୍ୟାରେ ଘରକୁ ଫେରିବା ପରେ ଶିଶୁକନ୍ୟାର ଅବସ୍ଥାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ଘଟଣା ସମ୍ପର୍କରେ ଜାଣିଥିଲେ । ପାଖ ପଡୋଶୀଙ୍କୁ ପଚରାଉଚରା କରିବା ପରେ ସମ୍ପର୍କୀୟ ମାମୁଁ ଶିଶୁକନ୍ୟାକୁ ଧରି ବୁଲାବୁଲି କରୁଥିବା କହିଥିଲେ ପଡୋଶୀ । ଏହା ପରେ ସମ୍ପର୍କୀୟ ମାମୁଁ ଶିଶୁକନ୍ୟା ସହ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ଲୋକେ ଅଭିଯୁକ୍ତ ମାମୁଁକୁ ନିର୍ଘାତ ମାଡ଼ ମାରିଥିଲେ ।

ଏହା ପରେ ଖବର ପାଇ ଉଦିତନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତକୁ ଉଦ୍ଧାର କରି ଥାନାକୁ ଆଣିଥିଲା । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି । ଶିଶୁକନ୍ୟାକୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ( ଆରଜିଏଚ୍‌) ସଖୀ ସେଣ୍ଟରରେ ରଖାଯାଇଛି । ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ଅଧିକ ପଚାରାଉଚାରା କରାଯାଉଥିବା ଜଣାପଡିଛି । ତେବେ ଏଭଳି ଏକ ନିନ୍ଦନୀୟ ଘଟଣା ବର୍ତ୍ତମାନ ରାଉରକେଲା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଘଟଣାକୁ ନିନ୍ଦା କରୁଛି ସମାଜ ।

ଇଟିଭି ଭାରତ, ରାଉରକେଲା

Last Updated : Nov 8, 2023, 4:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.