ସୁବର୍ଣ୍ଣପୁର: ଜିଲ୍ଲାରେ ଜାରି ରହିବ ସଟଡାଉନ । ଏଥିସହିତ ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ଭାବେ କର୍ଫ୍ୟୁ ପାଳନ ହେବ । ଏନେଇ ଜିଲ୍ଲାପାଳ ମନୀଷା ବାନାର୍ଜୀ ଘୋଷଣା କରିଛନ୍ତି ।
ଜୁଲାଇ ମାସରେ ସପ୍ତାହକ ଶନିବାର ଓ ରବିବାର ଦୁଇ ଦିନ ପାଇଁ ସଟଡାଉନ କରାଯାଉଥିଲା । ତେବେ ପରିବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିଷ୍ପତି ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।
ଜିଲ୍ଲାରେ ଅପରାହ୍ନ 4ଟା ରୁ ସକାଳ 7ଟା ପର୍ଯ୍ୟନ୍ତ କର୍ଫ୍ୟୁ ପାଳନ କରାଯାଉଛି । ପୋଲିସ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ସୁରକ୍ଷା କର୍ମୀ ମୁତୟନ କରାଯାଉଛି । ସନ୍ଧ୍ୟା 7ଟା ପରେ ପୋଲିସ ପକ୍ଷରୁ ଚେକିଂ କଡାକଡି କରାଯାଇ, ଆଇନ ଉଲଙ୍ଘନ କରୁଥିବା ଲୋକଙ୍କ ଉପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ମାନେ ଗାଁରୁ ସହର ପେଟ୍ରୋଲିଂକୁ କଡ଼ାକଡ଼ି କରୁଛନ୍ତି । ଏବେ ଜିଲ୍ଲାରେ ଲକ ଡାଉନ, କର୍ଫ୍ୟୁ, ସଟ ଡାଉନ ପାଳନ କରାଯାଉଥିବା ବେଳେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ମାସ୍କ ବ୍ୟବହାର କରିବା, ହାତ ଧୋଇବା, ସାମାଜିକ ଦୂରତ୍ବ ରକ୍ଷା କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି । ଜିଲ୍ଲାରେ ଏଯାବତ ମୋଟ 27 ଜଣ କୋଭିଡ୍-19 ସଂକ୍ରମଣ ବ୍ୟକ୍ତି ଥିବା ବେଳେ 69 ଜଣ ବ୍ୟକ୍ତି ସୁସ୍ଥ ହୋଇସାରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ