ETV Bharat / state

ଓଲଟି ପଡିଲା ତେଲ ଟ୍ୟାଙ୍କର: ଡ୍ରାଇଭର ଓ ହେଲପର ଆହତ - ଓଲଟିଲା ତେଲ ଟ୍ୟାଙ୍କର ଡ୍ରାଇଭର ଓ ହେଲପର ଆହତ

ସୁବର୍ଣ୍ଣପୁର ବିନିକା ବ୍ଲକ ଅନ୍ତର୍ଗତ ଦାନିପାଲି ଛକରେ ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡିଛି । ଟ୍ୟାଙ୍କର ଡ୍ରାଇଭର ଓ ହେଲପର ଗୁରୁତର ଭାବେ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଓଲଟି ପଡିଲା ତେଲ ଟ୍ୟାଙ୍କର: ଡ୍ରାଇଭର ଓ ହେଲପର ଆହତ

author img

By

Published : Nov 13, 2021, 4:22 PM IST

ସୁବର୍ଣ୍ଣପୁର: ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ଦାନିପାଲି ଛକରେ ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡିଛି । ଟ୍ୟାଙ୍କର ଡ୍ରାଇଭର ଓ ହେଲପର ଗୁରୁତର ଭାବେ ଆହତ ହୋଇଛନ୍ତି । ଆଜି(ଶନିବାର) ପାହାନ୍ତିଆରେ ଜିଲ୍ଲାର ବିନିକା-ବରପାଲି ରାଜ୍ୟ ରାଜପଥରେ ଟ୍ୟାଙ୍କର ଯାଉଥିବାବେଳେ ଦାନିପାଲି ଛକରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ଓଲଟି ପଡିଲା ତେଲ ଟ୍ୟାଙ୍କର: ଡ୍ରାଇଭର ଓ ହେଲପର ଆହତ

ଓଆର-05-ଏଟି-0829 ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡିଥିବା ଖବର ପାଇ ବିନିକା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଡ୍ରାଇଭର ଓ ହେଲପରଙ୍କୁ ବିନିକା ଚିକିତ୍ସାଳୟରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପ୍ରଦାନ କରିଛନ୍ତି ।

ଏହି ଗାଡିଟି ଝାରସୁଗୁଡାରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରକୁ ଯାଉଥିବା ଜଣାପଡ଼ିଛି । ଟ୍ୟାଙ୍କର ଓଲଟି ପଡିବାରୁ ଶହଶହ ଲିଟର ପେଟ୍ରୋଲ ଚାଷ ଜମିରେ ଢାଳି ହୋଇଯାଇଛି । କିଛି ସ୍ଥାନୀୟ ଲୋକେ ବିଭିନ୍ନ ପାତ୍ରରେ ଚାଷ ଜମିରେ ପଡିଥିବା ତେଲ ସଂଗ୍ରହ କରିଥିବା ଦେଖିବାକୁ ମିଳିଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.