ସୁବର୍ଣ୍ଣପୁର: କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ପାଇଁ ସିଲ ହେଲା ପେଟ୍ରୋଲ ପମ୍ପ । ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ପଟାଭାଡିଠାରେ ଥିବା ଦେବଜାନୀ ପେଟ୍ରୋଲ ପମ୍ପକୁ ଜିଲ୍ଲା ପ୍ରଶାସନ ସିଲ କରିଛି । ଏଠାକୁ ପେଟ୍ରୋଲ ନେବାକୁ ଆସୁଥିବା ଗ୍ରାହକ ମାସ୍କ ନ ପିନ୍ଧିବା ଓ କୋଭିଡ ନିୟମକୁ ମାନୁ ନ ଥିବାରୁ ପେଟ୍ରୋଲ ପମ୍ପ ମାଲିକଙ୍କ ପାଖରୁ 50 ହଜାର ଟଙ୍କା ଜୋରିମାନା ମଧ୍ୟ ଆଦାୟ କରାଯାଇଛି l
![କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ନେଇ ପେଟ୍ରୋଲ ପମ୍ପ ସିଲ](https://etvbharatimages.akamaized.net/etvbharat/prod-images/od-son-01-petrol-pump-sealed-avo-od10013_24032021162905_2403f_1616583545_374.png)
ବର୍ତ୍ତମାନ ଦେଶରେ କୋଭିଡ-19ର ଦ୍ଵିତୀୟ ଲହର ଫେରୁଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର କୋଭିଡ ସଂକ୍ରମଣ ସମ୍ଭାବନାକୁ ପ୍ରତିହତ କରିବାକୁ କୋଭିଡ ଗାଇଡ଼ଲାଇନକୁ ପୁନର୍ବାର କଡାକଡି ଭାବେ ଲାଗୁ କରିବା ଉପରେ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।
ରାଜ୍ୟ ସରକାରଙ୍କ କୋଭିଡ ମାର୍ଗଦର୍ଶିକାର ଅନୁପାଳନ ନ କରିବାରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଉପଜିଲ୍ଲାପାଳ ନିହାର ରଞ୍ଜନ କଁହରଙ୍କ ନେତୃତ୍ୱରେ ଏସଡିପିଓ ମିହିର କୁମାର ପଣ୍ଡା, ତହସିଲଦାର ନବୀନ କିଶୋର ପାଢ଼ୀ, କାର୍ଯ୍ୟନିଵାହୀ ଅଧିକାରୀ ସୂର୍ଯ୍ୟାଶୁଂ ରୁଟ କୋଭିଡ ଚଢ଼ାଉରେ ସାମିଲ ହୋଇ ଦେବଜାନୀ ପେଟ୍ରୋଲ ପମ୍ପକୁ ସିଲ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ