ETV Bharat / state

ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରି

author img

By

Published : Nov 20, 2021, 12:16 PM IST

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନବଜାତ ଶିଶୁ ଚୋରି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରୁ ନବଜାତକ ଅପହରଣ

ସୁବର୍ଣ୍ଣପୁର: ପୁଣି ରାଜ୍ୟରେ ଡାକ୍ତରଖାନାରୁ ନବଜାତ ଅପହରଣ । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନବଜାତ ଶିଶୁ ଚୋରି ହୋଇଥିବା ଅଭିିଯୋଗ ହୋଇଛି । ଗତକାଲି(ଶୁକ୍ରବାର) ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଙ୍କ ପତ୍ନୀ ପ୍ରସୂତି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେ ସକାଳ 9 ଟା 15 ରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ।

ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶଯ୍ୟା ଅଭାବରୁ ମାଆ ଓ ଶିଶୁ ଉଭୟ ପ୍ରସୂତି ୱାର୍ଡର ବାରଣ୍ଡାରେ ଆଶ୍ରୟ ନେଇ ଚିକିତ୍ସିତ ହେଉଥିଲେ । ସନ୍ତୋଷିନୀଙ୍କ ସହିତ ତାଙ୍କ ଶାଶୁ ମଧ୍ୟ ରହିଥିଲେ । ମାତ୍ର ଆଜି ସନ୍ତୋଷିନୀ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ତାଙ୍କ ଶାଶୁ ଶିଶୁକନ୍ୟାକୁ ଧରି ଥିବାବେଳେ ଜଣେ ମହିଳା ତାଙ୍କ ପାଖକୁ ଆସି ନବଜାତକକୁ ଧରିବା ପାଇଁ କହି ସନ୍ତୋଷିନୀଙ୍କ ଶାଶୁଙ୍କ କୋଳରୁ ନେଇ ଯାଇଥିଲେ ।

ତେବେ ଅଳ୍ପ ସମୟ ଭିତରେ କନ୍ୟା ସନ୍ତାନଟିକୁ ଧରି ମହିଳା ଜଣକ ଫେରାର୍ ହୋଇଯାଇଥିବା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି । ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.