ETV Bharat / state

ଭଗବାନଙ୍କ ଭରସାରେ ଡାକ୍ତରହୀନ ଯାଲୋଏ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର - ଡାକ୍ତରହୀନ

ଏ ହେଉଛି ଯାଲୋଏସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା । ଏହା ଆଜି କି କାଲିର ଘଟଣା ନୁହେଁ । ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଅନୁପସ୍ଥିତି ବର୍ଷ ବର୍ଷ ଧରି ରହୁଛି । ଫଳରେ ଡାକ୍ତରଖାନାଟି ଚାଲିଛି ଭଗବାନଙ୍କ ଭରସାରେ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 4, 2019, 3:23 PM IST

ସୁବର୍ଣ୍ଣପୁର: ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରି ଖୋଲିଛନ୍ତି ଡାକ୍ତରଖାନା । ହେଲେ ସ୍ଥାନୀୟ ଉଲୁଣ୍ଡା ବ୍ଲକ ଯାଲୋଏ ସ୍ବାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ବାସ୍ୟ ସେବା । ଡାକ୍ତରଖାନାରେ ରୋଗୀ ସେବା କରୁଛନ୍ତି ଆଟେଡାଣ୍ଟ । ଡାକ୍ତରଖାନାରେ ଆଜିକୁ 3 ବର୍ଷ ହେଲା ଡାକ୍ତର ନାହାଁନ୍ତି । ଫାର୍ମାସିଷ୍ଟ ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଛନ୍ତି । ଫଳରେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି ।

ଏ ହେଉଛି ଯାଲୋଏସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା । ଏହା ଆଜି କି କାଲିର ଘଟଣା ନୁହେଁ । ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଅନୁପସ୍ଥିତି ବର୍ଷ ବର୍ଷ ଧରି ରହୁଛି । ଫଳରେ ଡାକ୍ତରଖାନାଟି ଚାଲିଛି ଭଗବାନଙ୍କ ଭରସାରେ। ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ହୋଇଛନ୍ତି ସତ କିନ୍ତୁ 3 ବର୍ଷ ହେଲା ଡେପୁଟେସନ ଡାକ୍ତର ଯାଇଛନ୍ତି ଅନ୍ୟ ଡାକ୍ତରଖାନାକୁ । ଫାର୍ମାସିଷ୍ଟ ପ୍ରାୟ ସମୟରେ ଅନୁପସ୍ଥିତ ରହୁଛନ୍ତି । ଫଳରେ ଏଠାରେ ଡାକ୍ତରୀ ସେବା କରନ୍ତି ଆଟେଡାଣ୍ଟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଲୋକଙ୍କୁ ଇନ୍‌ଜେକ୍ସନ ମଧ୍ୟ ଦେଉଛନ୍ତି ସେ । ଡାକ୍ତରଖାନାରେ ସମସ୍ତ ପ୍ରକାର ଭିତ୍ତିଭୂମି ଥିଲେ ମଧ୍ୟ କର୍ମଚାରୀ ଅଭାବରେ ଲୋକେ ବାଧ୍ୟ ହୋଇ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି ।
ଉଲୁଣ୍ଡା ଏବଂ ବୀରମହାରାଜପୁର ବ୍ଲକର 8ଟି ପଞ୍ଚାୟତର ପାଖାପାଖି ଲକ୍ଷେରୁ ଅଧିକ ଜନସାଧାରଣ ସ୍ବାସ୍ଥ୍ୟସେବା ଓ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଦୌଡି ଆସୁଥିବାବେଳେ ନିରାଶ ହୋଇ ଘରକୁ ଫେରୁଛନ୍ତି ।

ବିଶେଷକରି ଗରିବ ଜନସାଧାରଣଙ୍କ ପାଖରେ ସ୍ବାସ୍ଥ୍ୟସେବା ଓ ଚିକିତ୍ସା ନ ପାଇ ବହୁ ହଇରାଣର ସମ୍ମୁଖୀନ ହେଉଛନ୍ତି । ଆଉ ସ୍ବାସ୍ଥ୍ୟସେବା ନ ପାଇ ଅଞ୍ଚଳବାସୀ ସ୍ଥାନୀୟ କ୍ବାକ୍‌ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଏଠାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ସ୍ଥାନୀୟ ଲୋକେ ଦାବି କରୁଥିଲେ ମଧ୍ୟ ଲୋକଙ୍କ ଦାବିକୁ ପ୍ରଶାସନ ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛନ୍ତି ।

ଅପରପକ୍ଷରେ ଜିଲ୍ଲାରେ ଡାକ୍ତର କମ ଥିବାରୁ ଏଠାରୁ ଡାକ୍ତରଙ୍କୁ ଉଲୁଣ୍ଡା ଡେପୁଟେସନରେ ଦିଆଯାଇଛି ବୋଲି ଭାରାପ୍ରାପ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ କହିଛନ୍ତି । ତେବେ ଯାଲୋଏ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କେବେ ନିୟମିତ ଡାକ୍ତର ଆସିବେ ଓ ଚିକିତ୍ସା ଲୋକେ ଠିକ୍‌ ଭାବରେ ପାଇପାରିବେ ତାହା ଦେଖିବା ବାକି ରହିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସରକାର ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରି ଖୋଲିଛନ୍ତି ଡାକ୍ତରଖାନା । ହେଲେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଯାଲୋଏ ସ୍ବାସ୍ଥ୍ୟ କେନ୍ଦ୍ର ସ୍ବାସ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଡାକ୍ତରଖାନାରେ ରୋଗୀ ସେବା କରୁଛନ୍ତି ଏଟେଡେଣ୍ଟ । ଡାକ୍ତରଖାନାରେ ଆଜକୁ 3 ବର୍ଷ ହେଲା ଡାକ୍ତର ନାହାନ୍ତି ।ଫାର୍ମାସିଷ୍ଟ ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଛନ୍ତି ।ଫଳରେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡୁଛି ।Body:ଭିଓ-1-ଦେଖନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ଯାଲୋଏରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଅବସ୍ଥା । ଏହା ଆଜି କି କାଲି ର ଘଟଣା ନୁହେଁ ।ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଅନୁପସ୍ଥିତି ବର୍ଷ ବର୍ଷ ଧରି ରହୁଛି । ଫଳରେ ଡାକ୍ତରଖାନାଟି ଚାଲିଛି ଭଗବାନଙ୍କ ଭରସାରେ ।ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ହୋଇଛନ୍ତି ସତ କିନ୍ତୁ 3 ବର୍ଷ ହେଲା ଡେପୁଡେସନ ଡାକ୍ତର ଯାଇଛନ୍ତି ଅନ୍ୟ ଡାକ୍ତରଖାନାକୁ । ଫାର୍ମାସିଷ୍ଟ ପ୍ରାୟ ସମୟରେ ଅନୁପସ୍ଥିତ ରହୁଛନ୍ତି ।ଫଳରେ ଏଠି ଡାକ୍ତରୀ ସେବା କରନ୍ତି ଏଟେଡେଣ୍ଟ ।ଲୋକଙ୍କୁ ଇନ୍‌ଜେକ୍ସନ ମଧ୍ୟ ଦେଉଛନ୍ତି ।ଡାକ୍ତରଖାନାରେ ସମସ୍ତ ପ୍ରକାର ଭିତ୍ତି ଭୂମି ଥିଲେ ମଧ୍ୟ କର୍ମଚାରୀ ଅଭାବରେ ଲୋକେ ବାଧ୍ୟ ହୋଇ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି ।
ବାଇଟ-1-ସୁରେଶ ପାତ୍ର ,ସ୍ଥାନୀୟ ବାସିନ୍ଦା ।
ବାଇଟ୍-2 ବଳଦେବ ବେଦବାଗ, ବୁଦ୍ଧିଜିବୀ ।(ନୀଳ ସାର୍ଟ)
ଭିଓ-2-ଉଲୁଣ୍ଡା ଏବଂ ବୀରମହାଜାରପୁର ବ୍ଲକର 8 ଟି ପଂଚାୟତର ପାଖାପାଖି ଲକ୍ଷେରୁ ଅଧିକ ଜନସାଧାରଣ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଦୌଡି ଆସୁଥିବା ବେଳେ ନିରାଶ ହୋଇ ଘରକୁ ଫେରୁଛନ୍ତି ।ବିଶେଷକରି ଗରୀବ ଜନସାଧାରଣ ପାଖରେ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ନ ପାଇ ବହୁ ହଇରାଣର ସମ୍ମୁଖୀନ ହେଉଛନ୍ତି ।ଆଉ ସ୍ବାସ୍ଥ୍ୟସେବା ନ ପାଇ ଅଚଂଳବାସୀ ସ୍ଥାନୀୟ କ୍ବାକ୍ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି ।ଏଠାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ସ୍ଥାନୀୟ ଲୋକେ ଦାବୀ କରୁଥିଲେ ମଧ୍ୟ ଲୋକଙ୍କ ଦାବୀକୁ ପ୍ରଶାସନ ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛନ୍ତି ।ଅପରପକ୍ଷରେ ଜିଲ୍ଲାରେ ଡାକ୍ତର କମ ଥିବାରୁ ଏଠାରୁ ଡାକ୍ତରଙ୍କୁ ଉଲୁଣ୍ଡା ଡେପୁଡେସନରେ ଦିଆଯାଇଛି ବୋଲି ଭାରପ୍ରାପ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ କହିଛନ୍ତି ।
ବାଇଟ-3-ଡା.ପ୍ରଦୀପ କୁମାର ଗୁରୁ , ଭାରପ୍ରାପ୍ତ ଜିଲ୍ଲା ଚିକିତ୍ସାଧିକାରୀ , ସୁବର୍ଣ୍ଣପୁର ।Conclusion:ଫାଭିଓ-ତେବେ ଜାଲୋଏ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କେବେ ନିୟମିତ ଡାକ୍ତର ଆସିବେ ଓ ଚିକିତ୍ସାସେବା ଲୋକେ ଠିକ ଭାବରେ ପାଇପାରିବେ ତାହା ଦେଖିବା ବାକି ରହିଲା । ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.