ସୁବର୍ଣ୍ଣପୁର: କୋରୋନା ଯୋଦ୍ଧାର ମାନ୍ୟତା ଦେବାକୁ ଦାବି କରିଛି ଔଷଧ ବିତରକ ସଂଘ । ଏନେଇ ସୁବର୍ଣ୍ଣପୁର ଜିଲ୍ଲା କେମିଷ୍ଟ ଏବଂ ଡ୍ରଗିଷ୍ଟ ସଂଘ, ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି ।
ମହାମାରୀ ସମୟରେ ଔଷଧ ଦୋକାନୀମାନେ ଲୋକଙ୍କ ସେବାରେ ନିୟୋଜିତ ହୋଇ ଅନବରତ ସେବା ଯୋଗାଇ ଆସୁଛନ୍ତି । ତା ସହ ବିଭିନ୍ନ ସମୟରେ ସେମାନେ ସାଧାରଣ ଲୋକ ଓ ଡାକ୍ତରମାନଙ୍କ ସଂସ୍ପର୍ଷରେ ଆସୁଛନ୍ତି । ଜୀବନକୁ ବାଜି ଲଗାଇ ନିରନ୍ତର ସେବା ପ୍ରଦାନ କରି ଆସୁଥିବା ଔଷଧ ବିତରକଙ୍କୁ ଅଗ୍ରଣୀ ଯୋଦ୍ଧା ଭାବେ ସରକାର ଘୋଷଣା କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି । ହେଲେ ଆଜି ଯାଏଁ ଏମାନଙ୍କୁ ଅଣଦେଖା କରୁଛନ୍ତି ସରକାର ।
ତେବେ ତୁରନ୍ତ ଔଷଧ ବିକ୍ରେତା ଓ ତାଙ୍କ ସହଯୋଗୀମାନଙ୍କୁ ସମ୍ମୁଖ କୋରୋନା ଯୋଦ୍ଧା ଘୋଷଣା କରି କୋଭିଡ ଟିକା ପ୍ରଦାନ କରିବାକୁ ଦାବି ହୋଇଛି । ଦାବି ପୂରଣ ନ ହେଲେ ତାଲା ବନ୍ଦ ଆନ୍ଦୋଳନ କରିବା ପାଇଁ ଧମକ ଦେଇଛନ୍ତି ଔଷଧ ବିତରକ ସଂଘ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ