ETV Bharat / state

ଜଗନ୍ନାଥ ଭକ୍ତ ପାଳିଲେ ନିଆରା ବାହୁଡ଼ା ଯାତ୍ରା

author img

By

Published : Jun 28, 2023, 11:03 PM IST

ସମ୍ବଲପୁରରେ ଶ୍ରୀଜୀଉଙ୍କ ନିଆରା ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି l ଗତ 3 ବର୍ଷ ହେଲା ଜ୍ୟୋତିରାଦିତ୍ୟ ମହାନ୍ତି ନାମକ ଜଣେ ଯୁବକ ନିଜ ଉଦ୍ୟମରେ ନିଜ ଘରେ ଏହି ନିଆରା ରଥ ଯାତ୍ରା କରିଆସୁଥିବାବେଳେ ପ୍ରବଳ ଭକ୍ତଙ୍କ ସମାଗମ ହେଉଛି । ଅଧିକ ପଢନ୍ତୁ

ସମ୍ବଲପୁରରେ ନିଆରା ବାହୁଡ଼ା ଯାତ୍ରା
ସମ୍ବଲପୁରରେ ନିଆରା ବାହୁଡ଼ା ଯାତ୍ରା
ସମ୍ବଲପୁରରେ ନିଆରା ବାହୁଡ଼ା ଯାତ୍ରା

ସମ୍ବଲପୁର: ଶ୍ରୀକ୍ଷେତ୍ର ପୁରୀ ସମେତ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା l ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଅଇଁଠାପାଲିର ଅନୁଗୁଳିଆ ପଡା, ଶୁଭଶ୍ରୀ ବିହାର ଅଞ୍ଚଳରେ ଅବିକଳ ପୁରୀ ଢାଞ୍ଚାରେ ପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଆଜି ମଧ୍ୟ ଏଠାରେ ବାହୁଡ଼ା ଯାତ୍ରା ଆୟୋଜିତ କରାଯାଇଛି l ଗତ 3 ବର୍ଷ ହେଲା ଜ୍ୟୋତିରାଦିତ୍ୟ ମହାନ୍ତି ନାମକ ଜଣେ ଯୁବକ ନିଜ ଉଦ୍ୟମରେ ନିଜ ଘରେ ଏହି ନିଆରା ରଥଯାତ୍ରା ଆୟୋଜିତ କରି ଆସୁଥିବାବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି l

ସମ୍ବଲପୁରରେ ପ୍ରଭୁ ଜଗନ୍ନାଥଙ୍କ ନିଆରା ବାହୁଡା ଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା l ଶୁଭଶ୍ରୀ ବିହାରରେ ଜ୍ୟୋତିରାଦିତ୍ୟଙ୍କ ଦ୍ବାରା ଆୟୋଜିତ ନିଆରା ବାହୁଡା଼ ଯାତ୍ରା ଆକର୍ଷଣର କେନ୍ଦ୍ର ପାଲଟିଥିଲା l ବାହୁଡା ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଲୋକ ଆସିଥିବାବେଳେ ସେଠାରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ l ମାତ୍ର 3 ବର୍ଷ ଧରି ଏହି ସ୍ଥାନରେ ରଥଯାତ୍ରା ହୋଇ ଆସୁଥିବାବେଳେ ଏହାର ବିଶେଷତ୍ୱ ହେଉଛି ଏଠାରେ ଅବିକଳ ପୁରୀ ପରି 3 ଟି ରଥ ତିଆରି ହୋଇଥାଏ l ରଥକୁ ନିଜେ ଆୟୋଜକ ଭକ୍ତ ଜ୍ୟୋତିରାଦିତ୍ୟ ମହାନ୍ତି ନିଜ ହାତରେ ନିର୍ମାଣ କରିଥାନ୍ତି।

ଏହା ମଧ୍ୟ ପଢନ୍ତୁ...ଗାଈ ଗୋବରରେ ନନ୍ଦିଘୋଷ ରଥ ! ଚିତ୍ର ଆଙ୍କି ଚର୍ଚ୍ଚାରେ ବାଲୁକା ଶିଳ୍ପୀ ରାକେଶ

ତେବେ ରଥ ଗୁଡିକର ଆକାର ଛୋଟ ହୋଇଥିଲେ ମଧ୍ୟ ଶିଳ୍ପ ଶାସ୍ତ୍ରରେ କୌଣସି ପରିବର୍ତ୍ତନ ହୋଇନଥାଏ l ରଥଯାତ୍ରା ହେଉକି ବାହୁଡ଼ା ଯାତ୍ରା, ଏହାର ରୀତିନୀତି ଓ ପୂଜାବିଧିକୁ ଅବିକଳ ପୁରୀ ପରି କରିବାକୁ ଚେଷ୍ଟା କରାଯାଏ l ତେଣୁ ସ୍ଥାନୀୟ ଅଞ୍ଚଳର କେହି ଜଣେ ବ୍ୟକ୍ତି ପୁରୀକୁ ଯାଇ ନପାରିଲେ ମଧ୍ୟ ଏଠାକୁ ଆସି ଦର୍ଶନ କରିବା ସହ ମହାପ୍ରଭୁଙ୍କ ଆଶିଷ ଲାଭ କରିଥାନ୍ତି ବୋଲି ମତ ଦେଇଛନ୍ତି l କୋଭିଡ ସମୟରେ ରଥଯାତ୍ରା ଦେଖିବାକୁ ପୁରୀ ଯାଇ ନପାରିବାରୁ ଜ୍ୟୋତିରାଦିତ୍ୟ ନିଜ ଘରେ ଏହି ରଥଯାତ୍ରା ଆରମ୍ଭ କରିଥିଲେ ବୋଲି କହିଛନ୍ତି l ପ୍ରଥମେ ସେ ଆଇସକ୍ରିମ କାଠିରେ ନିଜ ହାତରେ ରଥ ତିଆରି କରୁଥିଲେ l ତେବେ ବର୍ତ୍ତମାନ ସେ କାଠରେ ମଜବୁତ ଭାବେ ରଥ ତିଆରି କରୁଛନ୍ତି l ଏଠାରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଉଚ୍ଚତା 5 ଫୁଟ 4 ଇଞ୍ଚ ଥିବାବେଳେ, ଅନ୍ୟ 2 ରଥର ଉଚ୍ଚତା 5 ଫୁଟ 2 ଇଞ୍ଚ ଲେଖାଏଁ ରହିଥାଏ l ପ୍ରତିବର୍ଷ ଅକ୍ଷୟ ତୃତୀୟା ତିଥିରୁ ସେ ଏହି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.