ETV Bharat / state

ଆଜିଠୁ ସମ୍ବଲପୁରରେ ସପ୍ତାହନ୍ତ ସଟଡାଉନ ଲାଗୁ - ସଟଡାଉନ ଲାଗୁ

ଆଜି(ଶନିବାର)ଠାରୁ ସମ୍ବଲପୁରରେ ସପ୍ତାହନ୍ତ ସଟଡାଉନ ଲାଗୁ କରାଯାଇଛି । ଅଧିକ ପଢନ୍ତୁ...

ଆଜିଠୁ ସମ୍ବଲପୁରରେ ସପ୍ତାହନ୍ତ ସଟଡାଉନ ଲାଗୁ
ଆଜିଠୁ ସମ୍ବଲପୁରରେ ସପ୍ତାହନ୍ତ ସଟଡାଉନ ଲାଗୁ
author img

By

Published : Apr 17, 2021, 4:04 PM IST

ସମ୍ବଲପୁର: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆଜି(ଶନିବାର)ଠାରୁ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଆରମ୍ଭ ହୋଇଛି । ଆଗାମୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରତ୍ୟେକ ଶନିବାର ଓ ରବିବାର ଜିଲ୍ଲାର ସହରାଞ୍ଚଳରେ ସଟଡାଉନ ଜାରି ହେବ । ଏହି କ୍ରମରେ ଆଜି ଜିଲ୍ଲାରେ ସହରାଞ୍ଚଳ ଗୁଡ଼ିକରେ ସଟ ଡାଉନ ରହିଥିବାବେଳେ ରବିବାର ମଧ୍ୟ ସଟଡାଉନ ଜାରି ରହିବ ।

ଆଜିଠୁ ସମ୍ବଲପୁରରେ ସପ୍ତାହନ୍ତ ସଟଡାଉନ ଲାଗୁ

ସହରରେ ସଟଡାଉନ ପ୍ରଭାବରେ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ରାସ୍ତାଘାଟ ଶୁନଶାନ ଥିବାବେଳେ କାଁ ଭାଁ ଗାଡି ମୋଟର ଯିବା ଆସିବା କରୁଛି । କେବଳ ଅତ୍ୟାବଶ୍ୟକ ସେବାକୁ ଏହି ସଟଡାଉନ କଟକଣାରୁ ବାଦ ଦିଆଯାଇଛି । ସମ୍ବଲପୁର ସହରର ପ୍ରତ୍ୟେକ ଛକ ଓ ଗଳିରେ ପୋଲିସ ମୁତୟନ ହୋଇଛନ୍ତି । ମାସ୍କ ପିନ୍ଧି ନଥିବା ଲୋକଙ୍କୁ ଫାଇନ କରାଯାଉଛି । ଶନିବାର ସମ୍ବଲପୁର ଜିଲ୍ଲାର ସହର, ହୀରାକୁଦ, ବୁର୍ଲା, କୁଚିଣ୍ଡା ଓ ରେଢ଼ାଖୋଲ ସମ୍ପୂର୍ଣ୍ଣ ସଟଡାଉନ ରହିଛି, ଯାହା ରବିବାର ମଧ୍ୟ ବଳବତ୍ତର ରହିବ ।

ଅନ୍ୟପଟେ ସୋମବାରଠାରୁ ଶୁକ୍ରବାର ଯାଏଁ ସନ୍ଧ୍ୟା 6 ରୁ ସକାଳ 5 ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ । ପ୍ରତ୍ୟେକ ଦିନ ଜିଲ୍ଲାରେ 100ରୁ ଊର୍ଦ୍ଧ୍ବ କୋରୋନା ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଶନିବାର ଜିଲ୍ଲାରେ 149 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ ଏହି ସପ୍ତାହନ୍ତ ସଟ ଡାଉନ କୋରୋନାର ଏହି ଚେନକୁ ଭାଙ୍ଗିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.