ETV Bharat / state

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କୃଷି କାର୍ଯ୍ୟାଳୟର ବରିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । କୀଟନାଶକ ଓ ସାର ଦୋକାନ କରିବାକୁ ଲାଇସେନ୍ସ ପାଇଁ ଆସିଥିବା ବ୍ୟକ୍ତିଙ୍କୁ ଠାରୁ 7 ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଛନ୍ତି ସମ୍ବଲପୁର କୃଷି କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସଚ୍ଚିଦାନନ୍ଦ ଦୋରା ।

Senior clerk of agricultural office in hold of Vigilance
ଲାଞ୍ଚୁଆ ସରକାରୀ ବାବୁ
author img

By

Published : Nov 26, 2019, 9:11 PM IST

ସମ୍ବଲପୁର: 7 ହଜାର ଟଙ୍କା ଲାଞ୍ଚ ନେଇ ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ବାବୁ । ଗିରଫ ସରକାରୀ ଅଧିକାରୀ ହେଲେ ସମ୍ବଲପୁର କୃଷି କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସଚ୍ଚିଦାନନ୍ଦ ଦୋରା ।

ଭିିଡିଓ ସୌଜନ୍ୟ :ସମ୍ବାଦଦାତା, ସମ୍ବଲପୁର

ସୂଚନାନୁସାରେ, ସମ୍ବଲପୁର ଲଇଡା ଅଞ୍ଚଳର ଜଣେ ବ୍ୟକ୍ତି କୀଟନାଶକ ଓ ସାର ଦୋକାନ କରିବାକୁ ଲାଇସେନ୍ସ ପାଇଁ ସମ୍ବଲପୁର ଜିଲ୍ଲା କୃଷି କାର୍ଯ୍ୟାଳୟକୁ ଆସିଥିଲେ । ମାତ୍ର ତାଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଡାକି ହଇରାଣ କରିବା ସହ ଲାଇସେନ୍ସ ପାଇଁ ତାଙ୍କୁ 8 ହଜାର ଟଙ୍କା ଦେବାକୁ କହିଥିଲେ ସଚ୍ଚିଦାନନ୍ଦ । ପରେ 7 ହଜାର ଟଙ୍କାରେ ଲାଇସେନ୍ସ ଦେବାକୁ ସେ ରାଜି ହୋଇଥିଲେ ।

ତେବେ ଏନେଇ ବ୍ୟକ୍ତି ଜଣକ ସମ୍ବଲପୁର ଭିଜିଲାନ୍ସ ଅଫିସରେ ଅଭିଯୋଗ କରିଥିଲେ । ଅଭିଯୋଗକୁ କେନ୍ଦ୍ର କରି ମଙ୍ଗଳବାର ସମ୍ପୃକ୍ତ କିରାଣୀ ସଚ୍ଚିଦାନନ୍ଦ ଦୋରାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ସମ୍ବଲପୁର ଭିଜିଲାନ୍ସ ଡିଏସପି ପରମେଶ୍ବର କିଷାନ୍‌ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଜଣେ ବ୍ୟକ୍ତିଙ୍କୁ କୀଟନାଶକ ଓ ସାର ଦୋକାନ ପାଈଁ ଲାଇସେନ୍ସ ଦେବାକୁ 7 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ ସମ୍ବଲପୁର ଜିଲ୍ଲା କୃଷି କାର୍ଯ୍ୟଳୟ ର ସିନିୟର କ୍ଳାର୍କ ସଚ୍ଚିଦାନନ୍ଦ ଦୋରା।

Body:ସମ୍ବଲପୁର ଲଇଡା ଅଞ୍ଚଳର ଜଣେ ବ୍ୟକ୍ତି କୀଟନାଶକ ଓ ସାର ଦୋକାନ କରିବାକୁ ଲାଇସେନ୍ସ ତିଆରି କରିବାକୁ ସମ୍ବଲପୁର ଜିଲ୍ଲା କୃଷି କାର୍ଯ୍ୟଳୟ କୁ ଆସିଥିଲେ।ସେଠାରେ ତାଙ୍କୁ ବାରମ୍ବାର ଡାକି ହଇରାଣ କରାଯିବା ସହ ଲାଇସେନ୍ସ ତିଆରି ପାଇଁ ତାଙ୍କୁ 8 ହଜାର ଟଙ୍କା ଦେବାକୁ ପଡିବ ବୋଲି କିରାଣୀ ସଚ୍ଚିଦାନନ୍ଦ ଦୋରା କହିଥିବା ଅଭିଯୋଗ ହୋଇଛି। ଏହା ପରେ 7 ହଜାର ଟଙ୍କା ରେ ଲାଇସେନ୍ସ ଦେବାକୁ କିରାଣି ରାଜି ହୋଇଥିଲେ।

Conclusion:ଏହା ପରେ ସମ୍ବଲପୁର ଭିଜିଲାନ୍ସ ଅଫିସରେ ଏନେଇ ଅଭିଯୋଗ ହେବା ପରେ ଆଜି ସମ୍ପୃକ୍ତ କିରାଣି ସଚ୍ଚିଦାନନ୍ଦ ଦୋରା କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସମ୍ବଲପୁର ଭିଜିଲାନ୍ସ ଡି ଏସ ପି ପରମେଶ୍ୱର କିଷାନ କହିଛନ୍ତି।

ବାଇଟ-1-ପରମେଶ୍ୱର କିଷାନ,ଡି ଏସ ପି, ଭିଜିଲାନ୍ସ।ସମ୍ବଲପୁର।

+ ଅଭିଯୁକ୍ତ ଗାଢ଼ ନୀଳ ରଙ୍ଗର ପ୍ଲେନ ସାର୍ଟ ପିନ୍ଧିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.