ସମ୍ବଲପୁର: ସମ୍ବଲପୁରରେ ନିରାଡ଼ମ୍ବର ଭାବେ ଇଦ ପାଳନ ହୋଇଛି । କୋଭିଡ କଟକଣା ଭିତରେ ମୁସଲମାନ ସମ୍ପ୍ରଦାୟ ଆଜି ନିଜ ନିଜ ଘରେ ଏହି ପର୍ବ ପାଳନ କରିଛନ୍ତି । ଆଜି ହେଉଛି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ-ଉଲ-ଫିତର । ତେବେ ମୁସଲମାନ ସମ୍ପ୍ରଦାୟର ଏହି ପବିତ୍ର ପର୍ବ ଚଳିତ ବର୍ଷ କୋଭିଡ ପାଇଁ ଫିକା ପଡିଯାଇଛି ।
ସମ୍ବଲପୁରରେ ମହାମାରୀ କୋରୋନା କଟକଣା ପାଇଁ ନିରାଡମ୍ବର ଭାବେ ପାଳିତ ହେଉଛି ଇଦ-ଉଲ-ଫିତର । ସମ୍ବଲପୁର ଜିଲ୍ଲାରେ ଏଥର କଟକଣା ପାଇଁ ସହରର ଇଦଗାହା ଠାରେ ସାମୂହିକ ନମାଜ ପାଠ ହୋଇନାହିଁ । ଏଥିସହ ଲୋକଙ୍କ ମସଜିଦ ପ୍ରବେଶ ବନ୍ଦ ଥିବାରୁ ଲୋକମାନେ ନିଜ ନିଜ ଘରେ ପରିବାରବର୍ଗଙ୍କ ସହିତ ନମାଜ ପାଠ କରିଛନ୍ତି ।
ମୁସଲମାନ ଭାଇଭଉଣୀ ମାନେ ରମଜାନ ମାସର ଏକମାସ ଉପବାସ ପରେ ଏହି ପବିତ୍ର ଦିନ ଇଦ ଆସିଥାଏ । ତେବେ ସବୁ ମୁସଲମାନ ସମ୍ପ୍ରଦାୟର ଘରେ ଘରେ ଲୋକେ ଇଦର ନମାଜ ପାଠ ସହ ମହାମାରୀ କରୋନାରୁ ଲୋକଙ୍କୁ ରକ୍ଷା କରିବା ସହ ବିଶ୍ୱରୁ କରୋନା ଦୂର ହେବା ପାଇଁ ଆହ୍ଲାଙ୍କୁ ପ୍ରାର୍ଥନା କରିଥିଲେ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ