ETV Bharat / state

ନବଜାତ ଉଦ୍ଧାର ଘଟଣା, ଆଗାମୀ ୭୮ ଘଣ୍ଟା ଗୁରୁତ୍ବପୂର୍ଣ୍ଣ - ଉଦ୍ଧାର ଶିଶୁ କନ୍ୟାର ହେଲ୍‌ଥ ରିପୋର୍ଟ

Health Report of rescued baby girl: ନିକଟରେ ବୋରେୱେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ଜାରି ହୋଇଛି ହେଲ୍‌ଥ ରିପୋର୍ଟ । ଆଗକୁ ପଢ଼ନ୍ତୁ,

ଶିଶୁ କନ୍ୟାର ହେଲ୍‌ଥ ରିପୋର୍ଟ
ଶିଶୁ କନ୍ୟାର ହେଲ୍‌ଥ ରିପୋର୍ଟ
author img

By ETV Bharat Odisha Team

Published : Dec 14, 2023, 8:14 PM IST

ଶିଶୁ କନ୍ୟାର ହେଲ୍‌ଥ ରିପୋର୍ଟ

ସମ୍ବଲପୁର: ନିକଟରେ ବୋରେୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାର ଜାରି ହୋଇଛି ହେଲ୍‌ଥ ରିପୋର୍ଟ । ଶିଶୁକନ୍ୟାର ସ୍ବାସ୍ଥ୍ୟବସ୍ଥାକୁ ନେଇ ପତିକ୍ରିୟା ରଖିଛନ୍ତି ବୁର୍ଲା ଭୀମସାର ମେଡିକାଲର ଅଧିକ୍ଷକ l ନବଜାତର ଇଣ୍ଟରନାଲ ବ୍ଲିଡିଙ୍ଗ ହେଉଥିବା ଜଣା ପଡିଛି l ନବଜାତର Necrotizing Entrocolitis ସମସ୍ୟା ରହିଛି l ପରବର୍ତ୍ତୀ 78 ଘଣ୍ଟା ଶିଶୁଟି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି l

ସମ୍ବଲପୁର ଜିଲ୍ଲାରେ ଘଟିଥିବା ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗାଁର ଶ୍ରୀରାମ ପଡିଆର ବୋରୱୋଲରୁ ଉଦ୍ଧାର ହୋଇଥିଲା ଶିଶୁକନ୍ୟା । ତେବେ ଉଦ୍ଧାର ହୋଇଥିଲା ଶିଶୁକନ୍ୟାର ହେଲ୍‌ଥ ରିପୋର୍ଟ ଆସିଛି । ଏହି ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ବୁର୍ଲା ଭୀମସାର ମେଡିକାଲର ଅଧିକ୍ଷକ ଲାଲମୋହନ ନାୟକ l ସେ କହିଛନ୍ତି ଯେ, ’’ନବଜାତର ଅଲଟ୍ରାସାଉଣ୍ଡ କରାଯାଇଛି l ଏଥରୁ ନବଜାତର ଇଣ୍ଟରନାଲ ବ୍ଲିଡିଙ୍ଗ(Internal Bleeding) ହେଉଥିବା ଜଣା ପଡିଛି l ତେବେ ଏହା 3 ରୁ 4 ଦିନ ମଧ୍ୟରେ ଭଲ ହୋଇଯିବ ବୋଲି ଆଶା କରାଯାଉଛି l ନଚେତ ଉନ୍ନତମାନର ଚିକିତ୍ସାର ବ୍ୟବସ୍ଥା କରାଯିବ l ବର୍ତ୍ତମାନ ନବଜାତର ଅବସ୍ଥା ସ୍ଥିର ରହିଛି ତେବେ ପରବର୍ତ୍ତୀ 78 ଘଣ୍ଟା ନବଜାତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ l ଏହା ପରେ ତାର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବ ନା ନାହିଁ ତାହା ସ୍ପଷ୍ଟ ହେବ l ନବଜାତର Necrotizing Entrocolitis ସମସ୍ୟା ରହିଛି l’’ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁମାନଙ୍କ କ୍ଷେତ୍ରରେ ପ୍ରାୟତଃ ଏହି ସମସ୍ୟା ଦେଖା ଯାଇଥାଏ l ତେବେ ଏନେଇ ଶିଶୁ ଭବନ ସହ ଯୋଗାଯୋଗ ସ୍ଥାପନ କରାଯାଇ ଚିକିତ୍ସା ଜାରି ରହିଛି l

ଏନେଇ ସମ୍ବଲପୁର DCPO ସୁଚିସ୍ମିତା ପଟ୍ଟନାୟକ କହିଛନ୍ତି, ’’ନବଜାତର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖା ଯାଇଛି l ନବଜାତ ଶିଶୁକନ୍ୟାର ଟିକିନିକି ଖବର ରଖାଯାଉଛି l ଏଥିପାଇଁ ଜଣେ ଷ୍ଟାଫ ନିୟୋଜିତ ହୋଇଛନ୍ତି l ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଲା ପାରେ ନବଜାତକୁ ସେଲଟର ହୋମକୁ ଅଣାଯାଇ ରଖାଯିବ l’’ ରୁକ୍ମିଣୀ ଲାଠ ବାଲ ନିକେତନ ସ୍ପେସିଆଲ ଆଡ଼ପସନ ଏଜେନ୍ସିରେ ନବଜାତକୁ ରଖାଯିବ l

ଏହା ମଧ୍ୟ ପଢ଼ନ୍ତୁ. ବୋରୱେଲରେ ଉଦ୍ଧାର ନବଜାତର ସ୍ବାସ୍ଥ୍ୟବସ୍ଥା ସ୍ଥିର, ପୋଲିସ ତଦନ୍ତ ଆରମ୍ଭ

ଗତ ମଙ୍ଗଳବାର ଦିନ ଜନ୍ମହେଲା ନବଜାତ ଶିଶୁକନ୍ୟାକୁ କେହି ଜଣେ ହତ୍ୟା ଉଦ୍ଦେଶ୍ୟରେ ଏକ ପରିତ୍ୟକ୍ତ ଗଭୀର ବୋରୱେଲ ଭିତରକୁ ଫିଙ୍ଗି ଦେଇଥିଲା । 15 ଫୁଟ ଗଭୀର ନଳକୂପ ଭିତରେ ପଡ଼ିରହି କାନ୍ଦୁଥିଲା ନବଜାତ l ତେବେ ଶିଶୁଟିର କାନ୍ଦ ଶୁଣି ଜଙ୍ଗଲକୁ ଆସିଥିଲେ କିଛି ସ୍ଥାନୀୟ ମହିଳା । ପ୍ରଥମେ ସ୍ଥାନୀୟ ଲୋକ ଓ ପରେ ପୋଲିସକୁ ସୂଚନା ଦେଇଥିଲେ l ଘଟଣା ସ୍ଥଳରେ ସ୍ଥାନୀୟ ଥାନା ଅଧିକାରୀ, ବିଡ଼ିଓ, ତହସିଲଦାର ପହଞ୍ଚିଥିଲେ । ପରେ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ ଓ କିଛି ସ୍ଥାନୀୟ ଶିଳ୍ପ ଅନୁଷ୍ଠାନର ଅଗ୍ନିଶମ ବିଭାଗ ପହଞ୍ଚିଥିଲେ l ଏହା ସହ ସ୍ଥାନୀୟ ଶିଳ୍ପ ଅନୁଷ୍ଠାନ ଅକ୍ସିଜେନ ସିଲିଣ୍ଡର ଯୋଗାଇଥିଲା l ଏହା ପରେ ପ୍ରଥମେ ବୋରୱେଲ କଡ଼ରେ 3ଟି ଜେସିବି ଜରିଆରେ ସମାନ୍ତରାଳ ଭାବେ ଗାତ ଖୋଳା ଯାଇଥିଲା l ପରେ ସୁରକ୍ଷା ଦୃଷ୍ଟିରୁ ମାନୁଆଳି ନଳକୂପ ପାଇପ ପର୍ଯ୍ୟନ୍ତ ସୁଡ଼ଙ୍ଗ କରା ଯାଇଥିଲା l ଶେଷରେ ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଦଳ ଦୀର୍ଘ ସାଢ଼େ 6 ଘଣ୍ଟାର ପରିଶ୍ରମ କରି ଜୀବିତ ଅବସ୍ଥାରେ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମେଡିକାଲ୍ ଟିମ୍ ଆମ୍ବୁଲାନସ ଯୋଗେ ଶିଶୁକନ୍ୟାକୁ ଉପଯୁକ୍ତ ଚିକିତ୍ସା ପାଇଁ ତୁରନ୍ତ ବୁର୍ଲା ଭିମ୍‌ସାରକୁ ନେଇଥିଲେ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.