ETV Bharat / state

SDAର ନକଲୀ ବିଲଡିଂ ଅନୁମୋଦନ ଦେଉଥିଲେ, ଏବେ ବନ୍ଧା ହେଲେ

author img

By ETV Bharat Odisha Team

Published : Aug 22, 2023, 10:23 PM IST

ଏସପିଙ୍କ ସୂଚନା ଅନୁସାରେ ଏହି ମାମଲାରେ ଏହି 5 ଅଭିଯୁକ୍ତ ମୋଟ 3 କୋଟି 31 ଲକ୍ଷ 97 ହଜାର 227 ଟଙ୍କାର ବେଆଇନ ଟ୍ରାନଜେକ୍ସନ କରିଛନ୍ତି l ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତ ଅନୁସାରେ ଏହି 5 ଜଣଙ୍କ ଦ୍ବାରା ମୋଟ 54 ଜଣ ଠକେଇର ଶିକାର ହୋଇ ସାରିଛନ୍ତି l ଅଧିକ ପଢନ୍ତୁ

SDAର ନକଲୀ ବିଲଡିଂ ଅନୁମୋଦନ ଦେଉଥିଲେ, ଏବେ ବନ୍ଧା ହେଲେ
SDAର ନକଲୀ ବିଲଡିଂ ଅନୁମୋଦନ ଦେଉଥିଲେ, ଏବେ ବନ୍ଧା ହେଲେ
SDAର ନକଲୀ ବିଲଡିଂ ଅନୁମୋଦନ ଦେଉଥିଲେ, ଏବେ ବନ୍ଧା ହେଲେ

ସମ୍ବଲପୁର: ସମ୍ବଲପୁର ଉନ୍ନୟନ ପ୍ରାଧିକରଣ (Sambalpur Development Authority ) ର ଜାଲ ବିଲଡିଂ ପ୍ଲାନ ଅନୁମୋଦନ ଦେଇ ଲୋକଙ୍କୁ ଠକେଇ ଅଭିଯୋଗରେ 5 ଜଣ ଗିରଫ l ଗିରଫ 5 ଜଣଙ୍କ ମଧ୍ୟରେ 3 ଜଣ ପେସାଦାର ଠକ ଥିବା ବେଳେ ଜଣେ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର ହୋଇଥିବା ଜଣେ ବ୍ୟକ୍ତି ଓ ଜଣେ SDA କାର୍ଯ୍ୟାଳୟର କର୍ମଚାରୀ ରହିଛନ୍ତି l ସମ୍ବଲପୁର କ୍ଷେତରାଜପୁର ଥାନାରେ ଠକେଇ ର 2ଟି ଭିନ୍ନ ଭିନ୍ନ ମାମଲା ରୁଜୁ ହେବା ପରେ ଏହାର ତଦନ୍ତ କରି ସମ୍ବଲପୁର ପୋଲିସ 5 ଜଣଙ୍କୁ ଗିରଫ କରିଛି l ଏନେଇ ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l

ଏହାବି ପଢନ୍ତୁ- Job Scam: ଚାକିରି ନାଁରେ ଭୁଆଁ ବୁଲାଉଥିବା ଠକ ଗିରଫ, ସରକାରୀ ନିଯୁକ୍ତି ପାଇଁ ଦେଉଥିଲା ଫେକ୍ ଅଫର୍‌

ଏସପିଙ୍କ ସୂଚନା ଅନୁସାରେ ଏହି ମାମଲାରେ ଏହି 5 ଅଭିଯୁକ୍ତ ମୋଟ 3 କୋଟି 31 ଲକ୍ଷ 97 ହଜାର 227 ଟଙ୍କାର ବେଆଇନ ଟ୍ରାନଜେକ୍ସନ କରିଛନ୍ତି l ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତ ଅନୁସାରେ ଏହି 5 ଜଣଙ୍କ ଦ୍ବାରା ମୋଟ 54 ଜଣ ଠକେଇର ଶିକାର ହୋଇ ସାରିଛନ୍ତି l ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବୁର୍ଲାର ଲକ୍ଷ୍ମୀ ନାରାୟନ ସାମଲ, ଅଇଁଠାପାଲି ଥାନା ଅଞ୍ଚଳର ଅକ୍ଷୟ ବେହେରା ଓ ବିକାଶ ଜଗତ, ଧନୁପାଲି ଅଞ୍ଚଳର ଡମ୍ବରୁଧର ତ୍ରିପାଠୀ, ଟାଉନ ଥାନା ଝାଡୁଆପଡା ଅଞ୍ଚଳର ସୁଧାଂଶୁ କିଶୋର ପତି l

ସମ୍ବଲପୁର ଉନ୍ନୟନ ପ୍ରାଧିକରଣ ବା (SDA) ରେ ଲୋକ ଙ୍କ ବିଲଡିଂ ଅନୁମୋଦନ ପ୍ଲାନ ପାସ କରିବା ପାଇଁ ପ୍ରତିଶ୍ରୁତି ଦେଇ ଚଞ୍ଚକତା କରି ଲୋକଙ୍କୁ ବଡ ଧରଣର ଠକେଇ କରୁଥିବାର ଏକ ମାମଲା ସମ୍ବଲପୁର ପୋଲିସ ସାମ୍ନାକୁ ଆଣିଛି l ଏଭଳି ଏକ ଘଟଣାର ପର୍ଦାଫାଶ କରିଛି ସମ୍ବଲପୁର ପୋଲିସ। ସମ୍ବଲପୁର ପୋଲିସ ସୂଚନା ମୁତାବକ ସମ୍ବଲପୁର କ୍ଷେତରାଜପୁର ଥାନାରେ ଏସଡିଏ ପକ୍ଷରୁ ଜାଲ ଦସ୍ତାବିଜ ଦେଇ ନକଲି ପ୍ଲାନ ପାସ କରାଯାଇଥିବା ନେଇ ଦୁଇଟି ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ଏହି ଘଟଣାର ତଦନ୍ତ କରି ଏସଡିଏର ଜଣେ କର୍ମଚାରୀଙ୍କ ସମେତମୋଟ 5 ଜଣକୁ ଗିରଫ କରିଛି। ଏହି ଘଟଣାରେ 2020 ରୁ 2023 ମଧ୍ୟ ରେ ମୋଟ 54 ଟି ଠକେଇ ହୋଇଥିବା ପୋଲିସ ର ତଦନ୍ତ ବେଳେ ହସ୍ତଗତ ହୋଇଥିବା ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି ।

ଏହାସହ ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ଏସଡିଏ ଅଫିସର ବହୁ ଗୁରୁତ୍ବପୁର୍ଣ୍ଣ ନକଲି କାଗଜପତ୍ର, ନକଲି ଷ୍ଟାମ, 2 ଟି କାର , ଗୋଟିଏ ବାଇକ,5ଟି ମୋବାଇଲ, ଗୋଟିଏ କମ୍ପ୍ୟୁଟର ସେଟ, ଏକ ଲାପଟପକୁ ଜବତ କରିଛି l ମୋଟ 3 କୋଟି 31ଲକ୍ଷ 97 ହଜାର 227 ଟଙ୍କାର 5 ଟି ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ଲୋକଙ୍କ ଠାରୁ ବିଲଡିଂ ପ୍ଲାନ ପାସ କରିବା ପାଇଁ ଦେଢ଼ ଲକ୍ଷ ଠାରୁ 5 ଲକ୍ଷ ପର୍ଯ୍ୟନ୍ତ ନେଉଥିବା ବେଳେ ଜଣକ ଠାରୁ 21 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ନେଇଥିବା ନେଇ ସମ୍ବଲପୁର ଏସପି କହିଛନ୍ତି ।

ଏହି ଘଟଣାରେ ଆହୁରି ବହୁ ଲୋକଙ୍କୁ ଏହି ଠକ ମାନେ ଠକେଇ କରିଥିବା ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ଏପରି ଲୋକଙ୍କ ଠାରୁ ସଚେତନ ରହିଵା ସହ କାହାର କିଛି ଅଭିଯୋଗ ଥିଲେ ପୋଲିସ କୁ ଜଣାଇବାକୁ ଏସପି ଲୋକଙ୍କୁ ଅପିଲ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.