ETV Bharat / state

ନାରୀ ସଶକ୍ତିକରଣ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ମଧ୍ୟପ୍ରେଦଶର ଆଶା - ନାରୀ ସଶକ୍ତିକରଣ ନେଇ ସାଇକେଲରେ ଭାରତ ଭ୍ରମଣ

ଓଡିଶାର ସମ୍ବଲପୁରରେ ପହଞ୍ଚିଲେ ମଧ୍ୟପ୍ରଦେଶ ନାଟାରାମ ଗାଁର ଯୁବତୀ ଆଶା ମାଲବୀୟ। ନାରୀ ସଶକ୍ତିକରଣ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଆଶା । ଅଧିକ ପଢନ୍ତୁ

Asha Malviya reached at odisha
Asha Malviya reached at odisha
author img

By

Published : Mar 7, 2023, 2:25 PM IST

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ମଧ୍ୟପ୍ରେଦଶର ଆଶା

ସମ୍ବଲପୁର: ମଧ୍ୟପ୍ରଦେଶ ନାଟାରାମ ଗାଁର ଯୁବତୀ ଆଶା ମାଲବୀୟ। ଯିଏ କି ନାରୀ ସୁରକ୍ଷା ଓ ସଶକ୍ତିକରଣ ସନ୍ଦେଶ ନେଇ ସାଇକେଲରେ ଦେଶ ଭ୍ରମଣରେ ବାହାରିଛନ୍ତି । ସାରା ଦେଶରେ 25 ହଜାର କିଲୋମିଟର ସେ ସାଇକେଲ ରେ ଯାତ୍ରା କରିବା ନେଇ ଆଶା ରଖିଛନ୍ତି । ଗତ ନଭେମ୍ବର 1 ତାରିଖରେ ମଧ୍ୟ ପ୍ରଦେଶର ଭୋପାଲରୁ ସେ ଏହି ଯାତ୍ରା ଆରମ୍ଭ କରିଥିବା ବେଳେ ଓଡ଼ିଶାର ସମ୍ବଲପୁରରେ ପହଞ୍ଚିଛନ୍ତି ଆଶା । ସେଠାରେ ପହଞ୍ଚିବା ପରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା ସେ ଆଲୋଚନା କରିବା ପରେ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି ।

ଆଶା ମାଲବୀୟ ଜାତୀୟ ସ୍ତରୀୟ ପର୍ବତାରୋହୀ ହୋଇଥିବା ବେଳେ ନାରୀ ସୁରକ୍ଷା ଓ ସଶକ୍ତିକରଣର ସନ୍ଦେଶ ନେଇ ସେ ସାଇକେଲରେ ଦେଶ ଭ୍ରମଣରେ ବାହାରିଛନ୍ତି । ସାରା ଦେଶ ଭ୍ରମଣ କରି ଆସନ୍ତା ଅଗଷ୍ଟ 15ରେ ଦିଲ୍ଲୀରେ ଏହି ଯାତ୍ରା ସମାପନ କରିବେ ବୋଲି କହିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ 10ଟି ରାଜ୍ୟ ପରିଭ୍ରମଣ କରି 11 ନମ୍ବର ରାଜ୍ୟ ଭାବେ ଓଡିଶାରେ ପହଞ୍ଚିଛନ୍ତି । ଏଥିପାଇଁ ତାଙ୍କୁ 127 ଦିନ ଲାଗିଥିବା କହିଛନ୍ତି ଆଶା ।

ନାରୀ ମାନଙ୍କ ପାଇଁ ଭାରତ ସୁରକ୍ଷିତ ନୁହେଁ ବୋଲି ବେଳେବେଳେ ପ୍ରଶ୍ନ ଉଠୁଥିବା ବେଳେ ସେ ଭାରତରେ ନାରୀ ସୁରକ୍ଷିତ ବୋଲି ସନ୍ଦେଶ ଦେବା ଉଦ୍ଦେଶ୍ୟରେ ଏହି ସାଇକେଲ ଯାତ୍ରାରେ ବାହାରିଛନ୍ତି । ମହିଳା ମାନଙ୍କ ମନ ଭିତରୁ ଭୟ ଦୂର କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ଆଶା ମାଲବୀୟଙ୍କୁ ଯେତେ ବେଳେ 3 ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କ ଅକାଳ ବିୟୋଗ ହୋଇଥିଲା । କିନ୍ତୁ ତାଙ୍କ ମାଆ ନିଜକୁ ଦୃଢ କରି ଆଶାଙ୍କୁ ପାଠ ପଢାଇ ବଡ଼ କରିଥିଲେ । ଦିନ ମଜୁରିଆ ଭାବେ କାମ କରି ଆଶାକୁ ଛୋଟରୁ ବଡ କରିଥିଲେ ତାଙ୍କ ମାଆ ।

ଆଶାଙ୍କ ପରିବାରରେ କେବଳ ତାଙ୍କ ମା ଓ ଭଉଣୀ ଅଛନ୍ତି । ସେ ସାଇକେଲରେ ଦେଶ ଭ୍ରମଣର ବାହାରି ଥିବା ବେଳେ କୌଣସି ବଡ଼ କମ୍ପାନୀ ତାଙ୍କୁ ଆର୍ଥିକ ସହାୟତା ଦେଇନଥିଲେ । ସରକାରୀ ସହାୟତା ମଧ୍ୟ ମିଳିନଥିଲା ତେବେ ପର୍ଯ୍ୟଟନ ବିଭାଗ ତାଙ୍କୁ ସାଇକେଲ ଓ GPS ଯୋଗାଇ ଦେଇଥିଲେ । ସାଧାରଣ ବର୍ଗର ଲୋକ ତାଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଇଥିଲେ ବୋଲି ସେ କହିଛନ୍ତି । ଦିନକୁ ସେ 100 ରୁ 300 କିଲୋମିଟର ପର୍ଯ୍ୟନ୍ତ ସାଇକେଲରେ ଯାତ୍ରା କରୁଛନ୍ତି । ଆଜି ପର୍ଯ୍ୟନ୍ତ ସେ 9920 କିଲୋମିଟର ଯାତ୍ରା କରି ସାରିଛନ୍ତି । ଆଜି ପର୍ଯ୍ୟନ୍ତ ସେ 6 ଜଣ ମୁଖ୍ୟମନ୍ତ୍ରୀ, 7 ଜଣ ରାଜ୍ୟପାଳ, 3 ଜଣ ଡିଜିପି, 100 ଜଣ IAS, 100 ଜଣ IPSଙ୍କୁ ଭେଟି ସାରିଛନ୍ତି ।

ଏହି ସମୟ ମଧ୍ୟରେ ସେ ନାରୀ ସୁରକ୍ଷା ଓ ସଶକ୍ତିକରଣ ପାଇଁ ଆୟୋଜିତ ହୋଇଥିବା 90 ଟି କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇ ସାରିଛନ୍ତି । ତାଙ୍କର ଏହି ସାଇକେଲ ଯାତ୍ରା ନେଇ ପୁସ୍ତକ ମଧ୍ୟ ରଚନା କରୁଛନ୍ତି । ଏଥିରେ ନିଜର ଯାତ୍ରା ସମୟର ଅନୁଭୂତି ଓ ସାମାଜିକ ଜୀବନରେ ମିଳିଥିବା ଶିକ୍ଷା ବିଷୟର ଉଲ୍ଲେଖ କରୁଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.