ETV Bharat / state

ସମ୍ବଲପୁରକୁ କୋରୋନା ଡର, ଭୀମସାରରେ ବଢୁଛନ୍ତି ଅକ୍ରାନ୍ତ

ସମ୍ବଲପୁରରୁ ପୁଣି 2 ଜଣ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିବା ଅକ୍ରାନ୍ତଙ୍କୁ ଜିଲ୍ଲାର ସରକାରୀ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ବେଳେ ବୁର୍ଲା ମେଡିକାଲର କୋଭିଡ ଯୋଦ୍ଧା ଆକ୍ରାନ୍ତଙ୍କୁ ମଧ୍ୟ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଅଧକ ପଢନ୍ତୁ...

ସମ୍ବଲପୁରକୁ କୋରୋନା ଡର, ଭୀମସାରରେ ବଢୁଛନ୍ତି ଅକ୍ରାନ୍ତ
ସମ୍ବଲପୁରକୁ କୋରୋନା ଡର, ଭୀମସାରରେ ବଢୁଛନ୍ତି ଅକ୍ରାନ୍ତ
author img

By

Published : Jul 14, 2020, 8:40 PM IST

ସମ୍ବଲପୁର: ମଙ୍ଗଳବାର ସମ୍ବଲପୁରରୁ ପୁଣି 2 ଜଣ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବେଳେ ଅନ୍ୟଜଣେ ସମ୍ବଲପୁର ବୁର୍ଲା ସ୍ଥିତ ଭୀମସାର ମେଡିକାଲର କୋରୋନା ଯୋଦ୍ଧା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

କୋରୋନା ଯୋଦ୍ଧା ଜଣକ ଜଣେ ପିଜି ଡାକ୍ତର ବୋଲି ସୂଚନା ମିଳିଛି । ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିବା ଅକ୍ରାନ୍ତଙ୍କୁ ଜିଲ୍ଲାର ସରକାରୀ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ବେଳେ ବୁର୍ଲା ମେଡିକାଲର କୋଭିଡ ଯୋଦ୍ଧା ଆକ୍ରାନ୍ତଙ୍କୁ ମଧ୍ୟ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୁର୍ଲା ମେଡିକାଲରୁ ଆଉ 4 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।

ଏମାନଙ୍କ ମଧ୍ୟରୁ 2 ଜଣ ରୋଗୀ ହୋଇଥିବା ବେଳେ ଅନ୍ୟ 2 ଜଣ ମଧ୍ୟରେ ଜଣେ ଡାକ୍ତର ଓ ଜଣେ ନର୍ସ ରହିଛନ୍ତି । ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ ସୂଚନା ଦିଆଯାଇନାହିଁ । ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ବୋଲି ସୂଚନା ରହିଛି । ଅନ୍ୟପଟେ ସମସ୍ତଙ୍କ କଣ୍ଟାକ୍ଟଙ୍କୁ ଟ୍ରେସିଂ ଜାରି ରହିଛି ବୋଲି ସୂଚନା ମିଳିଛି ।

ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.