ETV Bharat / state

ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଆହତ - ଦୁର୍ଦ୍ଦାନ୍ତ ଅପରାଧୀ ଶିବା ହାଡ଼ପା ଆହତ

ରାୟଗଡ଼ା ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶିବା ହାଡ଼ପା ଆହତ। ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର। ବିଭୂତି ପୂଜାରୀ ଅପହରଣ ମାମଲାରେ ଥିଲା ସାମିଲ । ଅଧିକ ପଢ଼ନ୍ତୁ...

ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶିବା ହାଡ଼ପା ଆହତ
author img

By

Published : Nov 25, 2019, 4:04 PM IST

ରାୟଗଡା: ଜିଲ୍ଲା ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ପୋଲିସ ପକ୍ଷରୁ ସୋମବାର ଭୋର ସମୟରେ ହୋଇଥିବା ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶିବା ହାଡ଼ପା ଗୁରୁତର ଭାବେ ଆହତ ହୋଇଛି। ଶିବା ସଂକେଶ ଜଙ୍ଗଲରେ ଲୁଚିଥିବା ସୂଚନା ପାଇ ରାୟଗଡା ଟାଉନ ଥାନା ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ନିଶ୍ଚିତ ଗିରଫରୁ ବର୍ତ୍ତି ଖସି ପଳାଇବାକୁ ଚେଷ୍ଟା କରି ଶିବା ପୋଲିସ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲା। ତେବେ ପୋଲିସ ପକ୍ଷରୁ ପାଲଟା ଦୁଇ ରାଉଣ୍ଡ ଗୁଳି ଚାଳନାରେ ଶିବାର ବାମ ଗୋଡରେ ଗୁଳି ବାଜିଥିଲା ଓ ସେ ଆହତ ହୋଇଥିଲା ।

ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶିବା ହାଡ଼ପା ଆହତ

ଅପରାଧୀ ଶିବା ହାଡ଼ପା ଓ ପୋଲିସ ମଧ୍ୟରେ ଗୁଳି ବିନିମୟରେ ଶିବା ସହିତ ଅନ୍ୟ ତିନିଜଣ ଥିବା ଏସପି ଶ୍ରବଣ ବିବେକ ଏମ ସୂଚନା ଦେଇଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଅନ୍ୟ ମାନେ ଖସି ପଳାଇଛନ୍ତି । ତେବେ ଏହି ଏନକାଉଣ୍ଟରରେ ଶିବା ସହିତ ଅନ୍ୟଜଣେ ପୋଲିସ ଅଧିକାରୀ ରିଜନ କିଣ୍ଡୋ ଏବଂ ହାବିଲଦାର ଦିଲ୍ଲୀପ ହୋତା ମଧ୍ୟ ଆହତ ହେଇଛନ୍ତି। ଶିବାର ଗୋଡରେ ଗୁଳି ବାଜିବା ପରେ ସେ ତଳେ ପଡିଯାଇଥିଲା ଓ ତାକୁ ପୋଲିସ କାବୁ କରିନେଇଥିଲା। ଗୁରୁତର ଶିବାକୁ ପ୍ରଥମେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇ ପରେ ତାକୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଶିବା ପ୍ରାୟ 50ରୁ ଅଧିକ ମାମଲାରେ ଜଡିତ ଥିବା ରାୟଗଡ଼ା ଏସପି ଡ଼ ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ମହାରାଷ୍ଟ୍ର ପୁଣେ ଠାରେ କାର୍ଯ୍ୟରତ ବିଭୂତି ପୂଜାରୀ 19 ତାରିଖ ଦିନ ବିଶାଖାପାଟଣା ଆସି ନିଜ ପୈତୃକ ଗ୍ରାମ ଏସ.ରାମପୁର ଯିବା ନିମନ୍ତେ ବିଶାଖାପାଟଣା ଠାରୁ ଟିଟିଲାଗଡ ପର୍ଯ୍ୟନ୍ତ ଧାନବାଦ-ଏଲଇପି ଟ୍ରେନରେ ଯାତ୍ରା କରିଥିଲେ । ଯାତ୍ରା ସମୟରେ ଶିବା ନେତୃତ୍ବରେ 11 ଜଣ ଅପରାଧୀ ରାୟଗଡା ସଦର ମହକୁମା ଠାରୁ ମାତ୍ର 5 କି.ମି ଦୂର ଲାଡ୍ଡା ଷ୍ଟେସନ ଠାରେ ତାଙ୍କୁ ଅପହରଣ କରିନେଇଥିଲେ । ଏକ ସୁରକ୍ଷିତ ସ୍ଥାନରେ ବିଭୂତି ପୂଜାରୀକୁ ରଖି ତାଙ୍କ ପିତା ପଞ୍ଚାନନ ପୂଜାରୀଙ୍କୁ ପୁଅ ଅପରହଣ ହୋଇଥିବା ସୂଚନା ଦେବା ସହ 10 ଲକ୍ଷ ଟଙ୍କା ଦାବି କରିଥିଲେ। ରାୟଗଡା ପୋଲିସ ସ୍ବତନ୍ତ୍ର ଟିମ ଗଠନ କରି 6 ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ତେବେ ଚଢ଼ାଉ ସମୟରେ ମୁଖ୍ୟ ଅଭିଯୁକ୍ତ ହଡ଼ପା ଶିବା ଫେରାର ହୋଇଯାଇଥିଲା ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟଭି ଭାରତ

Intro:ରାୟଗଡାପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ ଶିବା ହାଡ଼ପା ଆହତ। ବ୍ରହ୍ମପୁର ଏମ୍ କେ ସି ଜିକୁ ସ୍ଥାନାନ୍ତର।Body:ରାୟଗଡା ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ପୋଲିସ ପକ୍ଷରୁ ଆଜି ଭୋର ସମୟରେ ହୋଇଥିବା ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ ଶିବା ହାଡ଼ପା ଗୁରୁତର ଭାବେ ଆହତ ହୋଇଛି। ଶିବା ସଂକେଶ ଜଙ୍ଗଲରେ ଲୁଚିଥିବା ସୂଚନା ପାଇ ରାୟଗଡା ଟାଉନ ଥାନା ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ନିଶ୍ଚିତ ଗିରଫରୁ ବର୍ତ୍ତି ଖସି ପଳାଇବାକୁ ଚେଷ୍ଟା କରି ଶିବା ପୋଲିସ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲା। ଫଳରେ ପୋଲିସ ପକ୍ଷରୁ ପାଲଟା ଦୁଇ ରାଉଣ୍ଡ ଫଳରେ ଶିବାର ବାମ ଗୋଡରେ ଗୁଳି ବାଜିବା ଫଳରେ ଆହତ ହୋଇଥିଲା । ଅପରାଧୀ ଶିବା ହାଡ଼ପା ଓ ପୋଲିସ ମଧ୍ୟରେ ଗୁଳି ବିନିମୟରେ ଶିବା ସହିତ ଅନ୍ୟ ତିନିଜଣ ଥିବା ଏସପି ଶ୍ରବଣ ବିବେକ ଏମ ସୂଚନା ଦେଇଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଖିସିଯାଇଛିନ୍ତି । ତେବେ ଏହି ଏନକାଉଣ୍ଟରରେ ହାଡ଼ପା ଶିବା ସହିତ ଅନ୍ୟଜଣେ ପୋଲିସ ଅଧିକାରୀ ରିଜନ କିଣ୍ଡୋ ଏବଂ ହାବିଲଦାର ଦିଲ୍ଲୀପ ହୋତା ମଧ୍ୟ ଆହତ ହେଇଛନ୍ତି। ଶିବାର ଗୋଡରେ ଗୁଳି ବାଜିବା ପରେ ସେ ତଳେ ପଡିଯାଇଥିଲା ଓ ତାକୁ ପୋଲିସ କାବୁ କରିନେଇଥିଲା। ଗୁରୁତର ଶିବାକୁ ପ୍ରଥମେ ରାୟଗଡା ଜିଲ୍ଲା ମୂଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇ ପରେ ତାକୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଶିବା ପ୍ରାୟ ୫୦ରୁ ଅଧିକ ମାମଲାରେ ଜଡିତ ଥିବା ରାୟଗଡ଼ା ଏସ.ପି ଡ଼. ସର୍ଵଣା ବିବେକ ଏମ୍ ସୂଚନା ଦେଇଛନ୍ତି। ଏଥରେ ସୂଚନା ଯୋଗ୍ୟକି ମହାରାଷ୍ଟ୍ର ପୁନେ ଠାରେ କାର୍ଯ୍ୟରତ ବିଭୂତି ପୂଜାରୀ ୧୯ ତାରିଖ ଦିନ ବିଶାଖାପାଟଣା ଆସି ନିଜ ପୈତୃକ ଗ୍ରାମ ଏସ.ରାମପୁର ଯିବା ନିମନ୍ତେ ବିଶାଖାପାଟଣା ଠାରୁ ଟିଟିଲାଗଡ ପର୍ଯ୍ୟନ୍ତ ଧନବାଦ -ଆଲେପି ଟ୍ରେନରେ ଯାତ୍ରାକରିଥିଲେ । ଯାତ୍ରା ସମୟରେ ଶିବା ନେତୃତ୍ଯରେ ୧୧ ଜଣ ଅପରାଧୀ ରାୟଗଡା ସଦର ମହକୁମା ଠାରୁ ମାତ୍ର ୫ କି.ମି ଦୂରରେ ଲାଡ୍ଡା ଷ୍ଟେସନ ଠାରେ ଅପହରଣ କରିନେଇଥିଲେ । ଏକ ସୁରକ୍ଷିତ ସ୍ଥାନରେ ବିଭୂତି ପୂଜାରୀକୁ ରଖି ତାଙ୍କ ପିତା ପଂଚାନନ ପୂଜାରୀଙ୍କୁ ପୁଅ ଅପରହଣ ହୋଇଥିବା ସୂଚନା ଦେବା ସହ ୧୦ ଲକ୍ଷ ଟଙ୍କା ଧମକ ଦେଇଥିଲେ । ରାୟଗଡା ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ତେବେ ଚଢଉ ସମୟରେ ମୁଖ୍ୟ ଅଭିଯୁକ୍ତ ହଡପା ଶିବା ଫେରାର ହୋଇଯାଇଥିଲା । Conclusion:ରାୟଗଡାପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ ଶିବା ହାଡ଼ପା ଆହତ। ବ୍ରହ୍ମପୁର ଏମ୍ କେ ସି ଜିକୁ ସ୍ଥାନାନ୍ତର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.