ETV Bharat / state

ରାୟଗଡା କ୍ରୀଡା ସଂସଦରେ ଅନିୟମିତତା ଅଭିଯୋଗ, ନିର୍ବାଚନ ପ୍ରକ୍ରିୟା ସ୍ଥଗିତ

author img

By

Published : May 19, 2023, 3:24 PM IST

କ୍ରୀଡା ସଂସଦ ନିର୍ବାଚନ ପକ୍ରିୟାରେ ଅନିୟମିତତା ଅଭିଯୋଗ ପରେ ନିର୍ବାଚନକୁ ସ୍ଥଗତି ରଖିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ

rayagada athletic association eletion suspend
ରାୟଗଡା କ୍ରୀଡା ସଂସଦ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ

ରାୟଗଡା: କ୍ରୀଡା ସଂସଦ ନିର୍ବାଚନ ପକ୍ରିୟାରେ ଅନିୟମିତତା ନେଇ ହରଡଘଣାରେ ପଡିଛନ୍ତି କ୍ରୀଡ଼ା ଅଧିକାରୀ । ରାୟଗଡା ଜିଲ୍ଲା କ୍ରୀଡା ସଂସଦ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ଜିଲ୍ଲାପାଳ । ଜିଲ୍ଲା କ୍ରୀଡ଼ା ସଂସଦ ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିୟୋଗ ହୋଇଛି । ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ନେତୃତ୍ବରେ ଜିଲ୍ଲା କ୍ରୀଡ଼ା ପ୍ରେମୀମାନେ କ୍ରୀଡ଼ା ସଂସଦ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଦେଖାଇ ଜିଲ୍ଲାପାଳକୁ ଆସିଥିଲେ । ଜିଲ୍ଲାପାଳ ଅନୁପସ୍ଥିତ ରହିବା ଯୋଗୁଁ ଉପ ଜିଲ୍ଲାପାଳଙ୍କୁ ଆବେଦନ ପତ୍ର ପ୍ରଦାନ କରିଥିଲେ । ଏହାପରେ ନିର୍ବାଚନକୁ ସ୍ଥଗିତ କରିଛନ୍ତି ଜିଲ୍ଲାପାଳ ।

ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ମୁତାବକ, ଦୀର୍ଘ ୧୯ ବର୍ଷ ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆଥଲେଟିକ୍ ଆସୋସିଏସନର ସାଧାରଣ ବୈଠକରେ ନୂତନ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ଗଠନ ସମୟରେ ନିଷ୍ପତ୍ତି ନିଆ ଯାଇଥିଲା । କିନ୍ତୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ସଦସ୍ୟତା ଏବଂ ସଦସ୍ୟତା ଫର୍ମ ସମ୍ବନ୍ଧୀୟ ବିଜ୍ଞପ୍ତି ପୁରା ଜିଲ୍ଲାରେ ସଠିକ୍ ଭାବରେ ପ୍ରକାଶ ପାଇଲା ନାହିଁ । ଜିଲ୍ଲାର ୨ଟି ମ୍ୟୁନିସିପାଲଟି, ଗୋଟିଏ ଏନଏସି ଏବଂ ୧୧ଟି ବ୍ଳକରେ ଜିଲ୍ଲା କ୍ରୀଡା ସଂସଦର ନିର୍ବାଚନ ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ ନକରି କିପରି ଜିଲ୍ଲା କ୍ରୀଡା ସଂସଦର ନିର୍ବାଚନ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି କ୍ରୀଡାବିତ୍ ।

ଏପରିକି ଏହି ତାଲିକାରେ ପୃଷ୍ଠ ପୋଷକ ସଦସ୍ୟ ବା ଆଜୀବନ ସଦସ୍ୟଙ୍କୁ ଯୋଡ଼ା ଯାଇ ନାହିଁ । ରାୟଗଡା ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ। ଆଜିର ଯୁବପିଢିଙ୍କ ମଧ୍ୟରେ ଅନେକ ଆଦିବାସୀ ବର୍ଗର କ୍ରୀଡ଼ାବିତ୍‌ମାନେ ରହିଛନ୍ତି । ସେମାନେ ଭଲିବଲ, କବାଡ଼ି, ଖୋକୋ, ଭାରୋତ୍ତୋଳନ, ବାସ୍କେଟ୍‌ବଲ, ଦୌଡ଼ ଆଦି ପ୍ରତିଯୋଗିତାରେ ସଫଳତା ପାଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏଭଳି କ୍ରୀଡାବିତଙ୍କୁ ଜିଲ୍ଲା କ୍ରୀଡା ସଂସଦରେ ନିୟମାନୁସାରେ ସ୍ଥାନ ନ ଦିଆଯାଇ ସମସ୍ତ ନିୟମକୁ ଉଲଘଂନ କରି ଅଣକ୍ରୀଡାବିତଙ୍କୁ ଜିଲ୍ଲା କ୍ରୀଡା ସଂସଦରେ ସଭ୍ୟ ଭାବେ ଚୟନ କରିବାକୁ ଚକ୍ରାନ୍ତ ଚାଲିଥିବା ଅଭିଯୋଗ ହୋଇଛି ।

ନିୟମାନୁସାରେ ଏହି କ୍ରୀଡା ସଂସଦ ନିର୍ବାଚନରେ ପ୍ରାର୍ଥୀ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଯେକୌଣସି ଖେଳରେ ଭାଗ ନେଇଥିବା ଆବଶ୍ୟକ । ସେ ରାୟଗଡା ଜିଲ୍ଲା ବାସିନ୍ଦା ହୋଇଥିବା ଜରୁରୀ । ଏହି ନିୟମକୁ ବ୍ୟତିକ୍ରମ କରାଯାଇଥିବା କ୍ରୀଡାବିତମାନେ ଅଭିଯୋଗ କରିଛନ୍ତି । ଗତ ୨୦୨୨ ନଭେମ୍ବର ୯ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୁଣା ଜିଲ୍ଲା କ୍ରୀଡା ସଂସଦ କମିଟିକୁ ଭାଙ୍ଗି ନୂତନ ଭାବେ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଯାହାକୁ ନେଇ ଜିଲ୍ଲା କ୍ରୀଡା ଅଧିକାରୀ କମିଟି ଗଠନ ନିମନ୍ତେ ପ୍ରଥମେ ସଭ୍ୟ ଚୟନ ପ୍ରକ୍ରିୟା ଏବଂ ପରେ ବିଭିନ୍ନ ପଦପଦବୀ ନିମନ୍ତେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ତରବରିଆ ଭାବେ ଆସନ୍ତା 21 ତାରିଖରେ ହେବାକୁ ଥିବା ନିର୍ବାଚନ ପ୍ରକ୍ରିୟା କର୍ତ୍ତୃପକ୍ଷ ସଠିକ୍ ଭାବରେ ପରିଚାଳନା କରୁ ନଥିବା ଅଭିଯୋଗ ହୋଇଥିଲା । ଏହାକୁ ରଦ୍ଦ କରି ନୂତନ ଭାବେ ନିର୍ବାଚନ ପ୍ରକ୍ରିୟା କରାଯାଉ ବୋଲି ଦାବି କରିଥିଲେ । ଏହା ପରେ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।

ଇଟିିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.