ETV Bharat / state

୫ କିଲୋମିଟର କାଉଡ଼ିରେ ବୁହାହେଲେ ଗର୍ଭବତୀ ମହିଳା

ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ୫ କିଲୋମିଟର କାଉଡ଼ିରେ ବୁହା ହୋଇ ମେଡିକାଲକୁ ଗଲେ ଗର୍ଭବତୀ ମହିଳା । ଅଧିକ ପଢନ୍ତୁ

୫ କିଲୋମିଟର କାଉଡ଼ିରେ ବୁହାହେଲେ ଗର୍ଭବତୀ ମହିଳା
୫ କିଲୋମିଟର କାଉଡ଼ିରେ ବୁହାହେଲେ ଗର୍ଭବତୀ ମହିଳା
author img

By

Published : Sep 5, 2022, 11:09 PM IST

ରାୟଗଡା: ଗାଁରେ ନାହିଁ ରାସ୍ତା । ଆସିପାରିଲା ନାହିଁ ଆମ୍ବୁଲାନ୍ସ । ଫଳରେ କାଉଡ଼ିରେ ବୁହା ହେଲେ ଗର୍ଭବତୀ ମହିଳା । ମହିଳା ଜଣଙ୍କ ପ୍ରସବ ବେଦନାରେ ଛଟପଟ ହେବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା । ସ୍ବାସ୍ଥ୍ୟବସ୍ଥାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା ଖେଦାପଡା ପଞ୍ଚାୟତର ପାଇକ ଝଡି ଗାଁରେ । ଗର୍ଭବତୀ ମହିଳାଙ୍କର ପ୍ରସବ ବେଦନା ବଢିବାରୁ ପରିବାର ଲୋକ ବାଧ୍ୟ ହୋଇ କାଉଡ଼ିରେ ବୋହି ଡାକ୍ତରଖାନାକୁ ନେଇଛନ୍ତି ।

୫ କିଲୋମିଟର କାଉଡ଼ିରେ ବୁହାହେଲେ ଗର୍ଭବତୀ ମହିଳା

ନିର୍ବାଚନ ଆସିଲେ ନେତା ମନ୍ତ୍ରୀଙ୍କର ଗାଁରେ ପାଦ ପଡେ । ଆଉ ମିଳେ ପୁଳା ପୁଳା ପ୍ରତିଶୃତି । ପ୍ରତିଶୃତିର ପାହାଡ ଲଦି ଦେଇ ନେଇ ଯାଆନ୍ତି ଗାଁ ଲୋକଙ୍କ ଠାରୁ ଭୋଟ । ନିର୍ବାଚନ ସରିଗଲା ପରେ ନେତାଙ୍କର ପ୍ରତିଶୃତି ପାଣିର ଗାର ପାଲଟି ଯାଏ । ନା ଦେଖାଥାଏ ନେତାଙ୍କର ନା ପ୍ରତିଶୃତି ବାସ୍ତବ ରୂପ ନେଇଥାଏ । ସେପଟେ ସରକାର ମହିଳାଙ୍କ ମାଳମାଳ ଯୋଜନା କରିଥିବା ବେଳେ ସବୁକିଛି ଏଠି ଫେଲ ମାରିଛି । ସରକାରଙ୍କର ବିକାଶ ଗାଡି ଯେମିତି ଅଧାରେ ଅଟକି ଯାଇଛି । ଖେଦାପଡା ପଞ୍ଚାୟତର ପାଇକ ଝଡି ଗାଁକୁ ରାସ୍ତାଟିଏ ନାହିଁ । ଆମ୍ବାଲାନ୍ସ ଆସିବା ଦୂରର କଥା ବାଇକ ମଧ୍ୟ ଏଠାକୁ ଆସିବା ମୁସ୍କିଲ । ରାସ୍ତା ପାଇଁ ପ୍ରଶାସନକୁ ଗୁହାରି କଲେ ମଧ୍ୟ କେହି ଏଥିପାଇଁ କର୍ଣ୍ଣପାତ କରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ୫ କିଲୋମିଟର କାଉଡ଼ିରେ ବୁହା ହୋଇ ମେଡିକାଲକୁ ଗଲେ ଗର୍ଭବତୀ ମହିଳା । ଗର୍ଭବତୀ ଲିଜା ହିକକାଙ୍କ ଗର୍ଭଯନ୍ତ୍ରଣା ହେବାରୁ ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ ଆଶା କର୍ମୀ, ହେଲେ ଗାଁକୁ ଆମ୍ବୁଲାନ୍ସ ଆସିବା ପାଇଁ ରାସ୍ତା ନାହିଁ ଏଣୁ ଗର୍ଭବତୀଙ୍କ ସମ୍ପର୍କୀୟ କାଉଡ଼ି ଯୋଗେ କାନ୍ଧରେ ବୋହି ଗୌଡଗୁଡ଼ା ପର୍ଯ୍ୟନ୍ତ ୫ କିମି ଯାଇଥିଲେ । ପରେ ଏକ ବଲେରୋ ଯୋଗେ ରାୟଗଡ଼ା ଜିଲ୍ଲା ମେଡିକାଲକୁ ଗର୍ଭବତୀ ମହିଳାଙ୍କୁ ପହଞ୍ଚା ଯାଇଛି, ବର୍ତ୍ତମାନ ଗର୍ଭବତୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.