ETV Bharat / state

ମାଓବାଦୀଙ୍କ ତୁମୁଳ କାଣ୍ଡ, ରାସ୍ତା କାମକୁ ବିରୋଧ କରି ପୋଡିଲେ ଜେସିବି - Opposing construction work Maoists

ରାୟଗଡାର ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁର ଠାରୁ ଥୁଆପାଡ଼ି ଠାରେ ରାସ୍ତା କାମକୁ ବିରୋଧ କରି ଜେସିବି ଜାଳିଲେ ମାଓବାଦୀ । ଅଧିକ ପଢନ୍ତୁ...

Muniguda
ରାସ୍ତା କାମକୁ ବିରୋଧ କରି 3 ଜେସିବି ପୋଡିଲେ ମାଓବାଦୀ
author img

By

Published : Dec 28, 2019, 4:42 PM IST

ରାୟଗଡା: ମାଓବାଦୀଙ୍କ ତୁମୁଳ କାଣ୍ଡ । ରାସ୍ତା କାମରେ ନିୟୋଜିତ ଜେସିବି ପୋଡି ନିଜ ସ୍ଥିତି ଜାହିର କରିଛିନ୍ତି । ସବୁବେଳେ ଦୁର୍ଗମ ଅଞ୍ଚଳରେ ରାସ୍ତା କାମକୁ ବିରୋଧ କରି ପୋଡା ଜଳା କରୁଥିବାବେଳେ ଶୁକ୍ରବାର ରାତିରେ ରାସ୍ତା କାମରେ ନିୟୋଜିତ 2 ଜେସିବି ଓ ରୋଲରରେ ନିଆଁ ଲଗାଇଛନ୍ତି ।

ମାଓବାଦୀଙ୍କ ତୁମୁଳ କାଣ୍ଡ

ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁର ଠାରୁ ଥୁଆପାଡ଼ି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅନ୍ତର୍ଗତ ଚାଲିଥିଲା ରାସ୍ତା କାମ । ଏହି କାମକୁ ବିରୋଧ କରି ମାଓବାଦୀ ଘଟାଇଛନ୍ତି ଲଙ୍କା କାଣ୍ଡ ।

Muniguda
ମାଓବାଦୀଙ୍କ ତୁମୁଳ କାଣ୍ଡ

ସୂଚନା ମୁତାବକ, ଶୁକ୍ରବାର ମଧ୍ୟ ରାତିରେ 2 ମହିଳା ସମେତ 15ରୁ ଊର୍ଦ୍ଧ୍ବ ମାଓବାଦୀ ଟିକର ପଡାରେ ଥିବା ଠିକାଦାର କ୍ୟାମ୍ପରେ ପହଞ୍ଚି ଗାଡିକୁ ଜାଳି ଦେବା ସହ 3 ଟି ହାତଲେଖା ପୋଷ୍ଟର ଛାଡିଯାଇଛନ୍ତି । ଉକ୍ତ ପୋଷ୍ଟରରେ କଟକ ଡଙ୍ଗରରେ ଥିବା ବକସାଇଟ ଖଣି କମ୍ପାନୀକୁ ଟେକିଦେବା ପାଇଁ ଏହି ରାସ୍ତା ନିର୍ମାଣ ହେଉଥିବା କହିବା ସହ ଲୋକଙ୍କ ଯିବା ଆସିବା ପାଇଁ 8 ଫୁଟର ରାସ୍ତା ନିର୍ମାଣ ପାଇଁ ଦାବି କରିଛି ବାଂଶଧାରା ଘୁମୁସର ନାଗାବଳୀ ଡିବିଜନାଲ କମିଟି (CPI ମାଓବାଦୀ) ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ରାସ୍ତା କାମକୁ ବିରୋଧ କରି 3ଟି ଗାଡି ପଡିଲେ ମାଓବାଦୀBody:ରାୟଗଡା ଜିଲ୍ଲାରେ ପୁଣି ମତିଲେ ମାଓବାଦୀ । ରାସ୍ତା କାମରେ ନିଯୋଜିତ ଜେସିବି ପୋଡି ନିଜ ସ୍ଥିତି ଜାହିର କରିଛିନ୍ତି । ସବୁ ବେଳେ ଦୁର୍ଗମ ଅଞ୍ଚଳରେ ରାସ୍ତା କାମକୁ ବିରୋଧ କରି ପୋଡା ଜଳ କରନ୍ତି ମାଓବାଦୀ । ଗତ ରାତି ରାସ୍ତା କାମରେ ନିୟୋଜିତ ହିଟାଚି ଜେସିବି ଓ ରୋଲରରେ ନିଆଁ ଲଗାଇଛନ୍ତି । ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁର ଠାରୁ ଥୁଆପାଡ଼ି ପର୍ଯ୍ୟନ୍ତ ହେଉଛି ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅନ୍ତର୍ଗତ ସବୁ ଦିନିଆ ରାସ୍ତା । ଏହି କାମକୁ ବିରୋଧ କରି ମାଓବାଦୀ ଘଟାଇ ଛନ୍ତି ଏହି ଲଙ୍କା କାଣ୍ଡ। ଗତକାଲି ମଧ୍ୟ ରାତିରେ 2ମହିଳା ସମେତ 15ରୁ ଉର୍ଦ୍ଧ ମାଓବାଦୀ ଟିକର ପଡାରେ ଥିବା ଠିକାଦାର କେମ୍ପରେ ପହଁଞ୍ଚୀ ସେଠାରେ ଥିବା ଏହି ଦୁଇ ଗାଡିକୁ ଜାଳି ଦେବା ସହ ତିନୋଟି ହାତଲେଖା ପୋଷ୍ଟେର ଛାଡିଯାଇଛନ୍ତି । ଉକ୍ତ ପୋଷ୍ଟରରେ କଟକଡଙ୍ଗରରେ ଥିବା ବକସାଇଟ ଖଣିକୁ କମ୍ପାନୀକୁ ଟେକିଦେବା ପାଇଁ ଏହି ରାସ୍ତା ନିର୍ମାଣ ହେଉଥିବା କହିବା ସହ ଲୋକଙ୍କ ଯିବା ଆସିବା ପାଇଁ 8 ଫୁଟର ରାସ୍ତା ନିର୍ମାଣ ଦାବିକରିଛି ବାଂସଧାରା ଘୁମୁସର ନାଗାବଳୀ ଡିବିଜନାଲ କମିଟି (CPI ମାଓବାଦୀ) ।Conclusion:ରାସ୍ତା କାମକୁ ବିରୋଧ କରି 3ଟି ଗାଡି ପଡିଲେ ମାଓବାଦୀ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.