ରାୟଗଡା: ଶନିବାରଠୁ ଆରମ୍ଭ ହୋଇ ମୁସଲିମ ସମ୍ପ୍ରଦାୟର ପବିତ୍ର ରମଜାନ ମାସ । ହେଲେ ଖାଁ ଖାଁ ହୋଇପଡିଛି ରାୟଗଡାର ଜୁମା ମସଜିଦ । ଯେଉଁ ସମୟରେ ମସଜିଦ ଗୁଡିକରେ ନମାଜ ପାଠ ପାଇଁ ଭିଡ ଜମିଥାଏ ସେଠି ଆଜି ଶୂନ୍ୟତା ଦେଖାଦେଇଛି । କେବଳ ମସଜିଦ୍ କର୍ମଚାରୀ ମାନଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ଘରେ ରହି ନମାଜ ପାଠ କରିବା ସହ ଧର୍ମମାସ ରମଜାନ ପାଳନ କରୁଛନ୍ତି ।
![No one was seen at the mosque during Ramjan](https://etvbharatimages.akamaized.net/etvbharat/prod-images/od-rgda-2-ramjan-edited-7202782_25042020180653_2504f_1587818213_1005.bmp)
![No one was seen at the mosque during Ramjan](https://etvbharatimages.akamaized.net/etvbharat/prod-images/od-rgda-2-ramjan-edited-7202782_25042020180653_2504f_1587818213_0.bmp)
![No one was seen at the mosque during Ramjan](https://etvbharatimages.akamaized.net/etvbharat/prod-images/od-rgda-2-ramjan-edited-7202782_25042020180653_2504f_1587818213_992.bmp)
କୋରୋନା ଲକଡାଉନ ଯୋଗୁଁ ମସଜିଦରେ ସମୂହ ନମାଜପାଠ ପାଇଁ ଲାଗିଛି କଟକଣା । କେବଳ ମୁସଲିମ ସମ୍ପ୍ରଦାୟର ଧର୍ମଗୁରୁ ମାନେ ରୀତିନୀତିରେ ପୂଜାପାଠ କରୁଛନ୍ତି । ତେବେ କୋରୋନାକୁ ନେଇ ସରକାରଙ୍କ ନିର୍ଦ୍ଧାରିତ ନୀତି ନିୟମକୁ ମାନିବା ସହ କଡାକଡି ପାଳନ କରାଯାଉଛି । ଏହାସହ ସମସ୍ତ ମୁସଲିମ ଭାଇଭଉଣୀ ଏହି ମାସରେ ମସଜିଦକୁ ନଆସ ନିଜ ନିଜ ଘରେ ନମାଜ ପଢିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମୁସଲମାନ ଧର୍ମଗୁରୁ । ତେବେ ଏହି ନିର୍ଦ୍ଦେଶକୁ ସମସ୍ତେ ପାଳନ କରୁଥିବା କହିଛନ୍ତି ସ୍ଥାନୀୟ ମୁସଲମାନ ସମ୍ପ୍ରଦାୟର ସଭାପତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ