ETV Bharat / state

ରାଜସ୍ଥାନରୁ ଡକାଇଲେ, ଟଙ୍କା ନ ଦେବାରୁ ଟିକେଟ୍ କାଟିଲା କଂଗ୍ରେସ ! - ଟିକେଟ୍ ପାଇଁ ଟଙ୍କା ମାଗୁଛି କଂଗ୍ରେସ

ରାୟଗଡା ପୌରାଧ୍ୟକ୍ଷ ଟିକେଟ ବଣ୍ଟାକୁ ନେଇ କଂଗ୍ରେସରେ ହଟହଟା । ଅଧ୍ୟକ୍ଷ ଭାବେ ଲଢିବାକୁ ପୂର୍ବତନ ମନ୍ତ୍ରୀଙ୍କ ବୋହୂଙ୍କୁ ରାଜସ୍ଥାନରୁ ଡକାଇଥିଲା କଂଗ୍ରେସ । ମାତ୍ର ଟଙ୍କା ନ ଦେବାରୁ ଦଳ ତାଙ୍କ ଟିକେଟ୍ କାଟିଥିବା ଅଭିଯୋଗ । ଅଧିକ ପଢନ୍ତୁ

ରାଜସ୍ଥାନରୁ ଡକାଇଲେ, ଟଙ୍କା ନ ଦେବାରୁ ଟିକେଟ୍ କାଟିଲା କଂଗ୍ରେସ !
ରାଜସ୍ଥାନରୁ ଡକାଇଲେ, ଟଙ୍କା ନ ଦେବାରୁ ଟିକେଟ୍ କାଟିଲା କଂଗ୍ରେସ
author img

By

Published : Mar 11, 2022, 12:37 PM IST

Updated : Mar 11, 2022, 12:53 PM IST

ରାୟଗଡା: ପୌରାଧ୍ୟକ୍ଷ ଟିକେଟ୍ ଦେବାକୁ କହି ପୂର୍ବତନ ମନ୍ତ୍ରୀ ଅନନ୍ତରାମ ମାଝୀଙ୍କ ବୋହୂଙ୍କୁ ରାଜସ୍ଥାନରୁ ଡକାଇଥିଲା କଂଗ୍ରେସ । ଅଧ୍ୟକ୍ଷ ପଦ ପାଇଁ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ୫୬ ଲକ୍ଷ ଟଙ୍କା ଡିଲ୍‌ କରିଥିଲେ । ଏହାବାଦ୍ ଦଳୀୟ ଖର୍ଚ୍ଚ ପାଇଁ ତାଙ୍କୁ ୨୫ ଲକ୍ଷ ଟଙ୍କା ମାଗିଥିଲେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି । ହେଲେ ଟଙ୍କା ନ ଦେଇପାରିବା ଯୋଗୁଁ ଦଳ ତାଙ୍କୁ ଟିକେଟ୍ ଦେଇନଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀଙ୍କ ବୋହୂ ତଥା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପତ୍ନୀ ମମତା ମାଝୀ । ପୌରାଧ୍ୟକ୍ଷ ନିର୍ବାଚନ ଲଢିବା ପାଇଁ ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପଣ୍ଡା ଓ ସାଂସଦ ସପ୍ତଗିରି ଉଲ୍ଲାକା ତାଙ୍କୁ ଡାକି ଅସମ୍ମାନ କରିଥିବା ସେ କହିଛନ୍ତି ।

ରାଜସ୍ଥାନରୁ ଡକାଇଲେ, ଟଙ୍କା ନ ଦେବାରୁ ଟିକେଟ୍ କାଟିଲା କଂଗ୍ରେସ !

ମମତା ଅଭିଯୋଗ କରିଛନ୍ତି, କଂଗ୍ରେସ ହାଇକମାଣ୍ଡ ନିର୍ବାଚନରେ ମହିଳାଙ୍କୁ ଅଗ୍ରାଧିକାର ଦେବା କଥା କହୁଥିବା ବେଳେ ଦଳୀୟ ନେତା ନାରୀଙ୍କୁ ଅପମାନିତ କରିଛନ୍ତି । ରାଜ୍ୟର ଜଣେ ମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ମଧ୍ୟ ନାରୀଙ୍କୁ ମର୍ଯ୍ୟାଦା ଦେବା ଜାଣନ୍ତି ନାହିଁ । ପ୍ରତିଶ୍ରୁତି ଦେଇ ପରେ ଭୁଲିଯିବାରେ ରାୟଗଡା ଜିଲ୍ଲା କଂଗ୍ରେସ ଅଭ୍ୟସ୍ତ । ନାରୀଙ୍କୁ ଏଭଳି ଅପମାନିତ କରିବା କେତେ ଯର୍ଥାର୍ଥ ବୋଲି ପ୍ରଶ୍ନ କରି ରାୟଗଡା କଂଗ୍ରେସ ଉପରେ ବର୍ଷିଛନ୍ତି ମମତା ମାଝୀ ।

ମମତା ଗୁରୁବାର ରାୟଗଡା ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଜିଲ୍ଲା କଂଗ୍ରେସ ତାଙ୍କୁ ଅପମାନିତ କରିଛି । ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ରାଜସ୍ଥାନ ଯାଇଥିବା ବେଳେ କଂଗ୍ରେସ ଟିକେଟର ପୌରାଧ୍ୟକ୍ଷ ନିର୍ବାଚନ ଲଢିବା ପାଇଁ ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପଣ୍ଡା ଓ ସାଂସଦ ସପ୍ତଗିରି ଉଲ୍ଲାକା ତାଙ୍କୁ ଡାକିଥିଲେ । ସେ ୨୪ ଘଣ୍ଟା ମଧ୍ୟରେ ସୁଦୂର ରାଜସ୍ଥାନରୁ ରାୟଗଡାରେ ଆସି ପହଞ୍ଚିଥିଲେ। ପରେ ନାମାଙ୍କନ ଦାଖଲ ପାଇଁ ଜରୁରୀ ନଥିପତ୍ର ଯୋଗାଡ ସତ୍ତ୍ୱେ ତାଙ୍କୁ ଦଳୀୟ ଟିକେଟ ନ ଦିଆଯାଇ ଶେଷ ମୁହୂର୍ତ୍ତରେ କଂଗ୍ରେସ ଆପଲସ୍ୱାମୀ କାଡ୍ରାକାଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଏପରି କରି ତାଙ୍କ ସହ ଦଳର ନେତୃତ୍ୱ ପ୍ରହସନ କରିଥିବା ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ମମତା ସିଧାସଳଖ ଲୋକସଭା ସାସଂଦ ସପ୍ତଗିରି ଉଲ୍ଲାକା ଓ କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କୁ ଦୋଷାରୋପ କରିଛନ୍ତି ।

ସାଂସଦ ସପ୍ତଗିରି ଅଧ୍ୟକ୍ଷ ପାଇଁ ୫୬ ଲକ୍ଷ ଖର୍ଚ୍ଚ କରିବାକୁ ତାଙ୍କ ସହିତ ଡିଲ କରି ରାତାରାତି ରାଜସ୍ଥାନରୁ ଡକାଇ ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ୍ କାଟିଛନ୍ତି । ଦଳର ଉପସଭାପତିଙ୍କୁ ଲଗାଇ ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ ତାଙ୍କ ସ୍ବାମୀଙ୍କ ଉପରେ ଚାପ ପକାଉଥିବା ମମତା ମାଝୀ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ, ଦଳୀୟ ଖର୍ଚ୍ଚ ପାଇଁ ମଧ୍ୟ ତାଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ୨୫ ଲକ୍ଷ ଟଙ୍କା ମାଗିଥିଲେ । ମାତ୍ର ଟଙ୍କା ଦେଇପାରିନଥିବାରୁ ତାଙ୍କୁ ଟିକେଟ ଦିଆନଯାଇଥିବା କହିଛନ୍ତି ମମତା । ତେଣୁ ତାଙ୍କ ସ୍ବାଭିମାନରେ ଆଞ୍ଚ ଆସିବା ଯୋଗୁଁ ସେ ବାଧ୍ୟ ହୋଇ ସ୍ବାଧୀନ ପ୍ରାର୍ଥୀ ଭାବେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Mar 11, 2022, 12:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.