ETV Bharat / state

ସମ୍ବଲପୁର ଘଟଣାର ପ୍ରତିବାଦ କରି ହିନ୍ଦୁ ସମାଜର ବିକ୍ଷୋଭ ପ୍ରଦର୍ଶନ, ଉଚ୍ଚସ୍ତରୀୟ ତଦନ୍ତ ଦାବି

author img

By

Published : Apr 24, 2023, 10:33 PM IST

ସମ୍ବଲପୁର ହିଂସାକୁ ନେଇ ରାୟଗଡାରେ ତାତି । ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଆକ୍ରମଣ ଫଳରେ ଜଣେ ହିନ୍ଦୁଙ୍କ ଜୀବନ ଯିବାକୁ ନେଇ ତେଜିଛି ସଂଗଠନ । ଏନେଇ ଉଚ୍ଚ ସ୍ତରୀୟ ତଦନ୍ତ ଦାବି । ଅଧିକ ପଢ଼ନ୍ତୁ

ସମ୍ବଲପୁର ହିଂସାକୁ ନେଇ ରାୟଗଡାରେ ତାତି
ସମ୍ବଲପୁର ହିଂସାକୁ ନେଇ ରାୟଗଡାରେ ତାତି
ସମ୍ବଲପୁର ହିଂସାକୁ ନେଇ ରାୟଗଡାରେ ତାତି

ରାୟଗଡା: ସମ୍ବଲପୁର ଘଟଣାର ପ୍ରତିବାଦ କରି ହିନ୍ଦୁ ସମାଜର ବିକ୍ଷୋଭ ପ୍ରଦର୍ଶନ । ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାକାଣ୍ଡ ଘଟଣାକୁ ପ୍ରତିବାଦ କରି ହିନ୍ଦୁ ସମାଜର ବିକ୍ଷୋଭ ପ୍ରଦର୍ଶନ । ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ବାଇକରାଲି ଯାଉଥିବା ବେଳେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପକ୍ଷରୁ ପଥରମାଡ ସାଙ୍ଗକୁ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣା ଧୀରେଧୀରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ଏହାର ପ୍ରତିବାଦରେ ଆଜି ବିଭିନ୍ନ ହିନ୍ଦୁ ସଂଗଠନ ରାୟଗଡା ଜିଲ୍ଲା ସଦର ମହକୁମାର ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ରାୟଗଡା ଜିଲ୍ଲା ହିନ୍ଦୁ ସମାଜର ଶହଶହ କର୍ମକର୍ତ୍ତାମାନେ ସମ୍ବଲପୁର ସହରରେ ହିନ୍ଦୁ ଭାଇମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । ଯେଉଁ ଭଳି ଭାବେ ଅନ୍ୟ ସମ୍ପ୍ରଦାୟ ଆକ୍ରମଣ କଲା ଏବଂ ଜଣେ ହିନ୍ଦୁ ଭାଇଙ୍କୁ ହତ୍ୟା କରାଗଲା ଏହା ଏକ ଦେଶଦ୍ରୋହି କାର୍ଯ୍ୟକଳାପ । ଏହାକୁ କ୍ଷମା କରାଯାଇ ପାରିବ ନାହିଁ । ସମ୍ବଲପୁର ହିଂସାକାଣ୍ଡର ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ବିଶ୍ବ ହିନ୍ଦୁ ପରିଷଦର କର୍ମକର୍ତ୍ତା ବିଭିନ୍ନ ସ୍ଲୋଗାନ ଦେଇଥିଲେ । ସେପଟେ ଉତ୍ତର ପ୍ରଦେଶର ଚରମପନ୍ଥୀଙ୍କ ଓଡିଶା ଲିଙ୍କ୍ କୁନେଇ ହିନ୍ଦୁ ସମାଜ ଆଶଙ୍କା ପ୍ରକାଶ କରିଛି । ଏନେଇ ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଥିବା ସମାଜ ପକ୍ଷରୁ ଦାବି କରାଯାଇଛି ।

ତେବେ ଶାନ୍ତିପୂର୍ଣ୍ଣ ଭାବେ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ବିଜେପି ସାଙ୍ଗକୁ ବିଭିନ୍ନ ହିନ୍ଦୁ ସଂଗଠନ ସ୍ଥାନୀୟ ଗଜପତି ଛକ ଠାରୁ ବାହାରି ସହର ପରିକ୍ରମା କରିଥିଲେ । ଏଥିରେ କେବଳ ରାୟଗଡା ସହର ନୁହଁ କୋଲନରା, ଗୁଡାରି, ପଦ୍ମପୁର, ମୁନିଗୁଡା, କାଶୀପୁର, ସମେତ ଗୁଣପୁର ଅଞ୍ଚଳରୁ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ ।ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟରେ ପହଞ୍ଚି ରାଜ୍ୟ ସରକାରଙ୍କୁ ଏ ଦିଗରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା କୁ ଦାବି କରିଥିଲେ । ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ହିନ୍ଦୁ ସମାଜର ଶହ ଶହ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସେପଟେ ଏପରି ଅତ୍ୟାଚାରକୁ ବିରୋଧ କରିବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି ସଂଗଠନ ।

ଅଧିକ ପଢ଼ନ୍ତୁ: Odisha Cabinet: ୮୬୬ ନୂଆ ସେତୁ, ଆହୁରି ୧୦ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.