ETV Bharat / state

କୋରୋନା ଆକ୍ରାନ୍ତ ପ୍ରସୂତିର ଅସ୍ତ୍ରୋପଚାର କଲେ ଡାକ୍ତର, ଜନ୍ମନେଲା ଶିଶୁପୁତ୍ର - covid19 positive pregnant lady operation

କୋରୋନା ଆକ୍ରାନ୍ତ ପ୍ରସୂତୀର ଅସ୍ତ୍ରୋପଚାର କରି ମହାନତା ଦେଖାଇଲେ ଡାକ୍ତରୀ ଟିମ । ଏ ଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଅଧିକ ପଢନ୍ତୁ...

doctor team in rayagada
କୋରୋନା ଆକ୍ରାନ୍ତ ପ୍ରସୂତୀର ଅସ୍ତ୍ରୋପଚାର କରି ମହାନତା ଦେଖାଇଲେ ଡାକ୍ତର
author img

By

Published : May 21, 2021, 10:30 PM IST

ରାୟଗଡା: କୋରୋନା କାଳରେ ମାନବିକତା ହଜି ଯାଉଥିବା ବେଳେ ଆକ୍ରାନ୍ତଙ୍କୁ ନିଜ ସଂପର୍କୀୟ ମଧ୍ୟ ସହଯୋଗର ହାତ ବଢ଼ାଉ ନାହାନ୍ତି। ଏପରି ସ୍ଥିତିରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରୀ ଟିମ କୋରୋନା ଆକ୍ରାନ୍ତ ପ୍ରସୂତୀର ଅସ୍ତ୍ରୋପଚାର କରି ସୁରକ୍ଷିତ ଭାବେ ପୁତ୍ର ସନ୍ତାନ ଜନ୍ମ ଦେବା ଘଟଣା ଡାକ୍ତରଙ୍କ ମହାନତାକୁ ପ୍ରମାଣିତ କରିଛି।

ସୂଚନା ଅନୁଯାୟୀ ରାୟଗଡ଼ା ଇନ୍ଦିରା ନଗରର ଯୁଗାନ୍ତି ନାୟକ (୨୫) ଗତ କିଛି ଦିନ ତଳେ କୋରୋନାରେ ଆକ୍ରାନ୍ତ ହୋଇଥିଲେ। ଯୁଗାନ୍ତି କୋରୋନା ପଜିଟିଭ୍ ହୋଇଥିବା ବେଳେ ପ୍ରସବ ତାରିଖ ପାଖେଇ ଆସୁଥିବାରୁ ସନ୍ତାନ ଜନ୍ମ ନେଇ ଚିନ୍ତାରେ ପଡ଼ିଥିଲେ। ତାଙ୍କ ସ୍ବାମୀ ଦେବାଶିଷ ଏ ନେଇ ଡାକ୍ତରୀ ଟିମ୍ ସହ ଯୋଗାଯୋଗ କରିବା ପରେ ରାୟଗଡ଼ା ମେଡ଼ିକାଲର ଏକ ସ୍ବତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଆଜି ଭୋରରେ ପ୍ରସବ ବେଦନା ଅନୁଭବ କରିବା ପରେ ଡାକ୍ତରୀ ଟିମ୍ ସକାଳ ୬ଟାରେ ସ୍ବତନ୍ତ୍ର ଆଇସୋଲେସନ୍ ଅପରେସନ୍ କକ୍ଷରେ ଅସ୍ତ୍ରୋପଚାର କରିଥିଲେ।

ସ୍ତ୍ରୀ ଓ ପ୍ରସୂ୍ତି ବିଶେଷଜ୍ଞ ଡା. ପି. କେ. ପାଢ଼ୀ, ନି‌ଶ୍ଚେତକ ବିଶେଷଜ୍ଞ ଡା. ହିଂମାଶୁନାଥ, ଷ୍ଟାଫ୍ ନର୍ସ ନମିତା ରାଣୀ ନାଗ, ଆଟେଣ୍ଡାଣ୍ଟ୍ ପ୍ରଭାକର ବାରଗୋଛ ଅପରେସନରେ ସାମିଲ୍ ହୋଇଥିଲେ। ଅସ୍ତ୍ରୋପଚାର ସଫଳତାର ସହ ଶେଷ ହେବା ପରେ ଯୁଗାନ୍ତି ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ମାଆ ଓ ପୁଅ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର ପ୍ରକାଶ କରିଛନ୍ତି। କୋରୋନା କାଳରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅସ୍ତ୍ରୋପଚାର ସହ ଡାକ୍ତରୀ ଟିମ୍ ମୋଟ ୧୧ କୋରୋନା ଆକ୍ରାନ୍ତଙ୍କ ଅସ୍ତ୍ରୋପଚାର କରି ସାରିଲେଣି।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.