ETV Bharat / state

ସ୍ଥାୟୀ ଚାକିରି ଦାବିରେ ବହୁଭାଷୀ ଶିକ୍ଷକ ସଂଘର ବିକ୍ଷୋଭ ପ୍ରଦର୍ଶନ - ଆନ୍ଦୋଳନକୁ ଓହ୍ଲାଇଲା ବହୁଭାଷୀ ଶିକ୍ଷକ ସଂଘ

ସ୍ଥାୟୀ ଚାକିରି ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ବହୁଭାଷୀ ଶିକ୍ଷକ ସଂଘ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସଂଘ । ଅଧିକ ପଢନ୍ତୁ

ସ୍ଥାୟୀ ଚାକିରି ଦାବିରେ ବହୁଭାଷୀ ଶିକ୍ଷକ ସଂଘର ବିକ୍ଷୋଭ ପ୍ରଦର୍ଶନ

author img

By

Published : Oct 19, 2022, 12:22 PM IST

ରାୟଗଡା: ଓଡ଼ିଶାରେ ଶେଷ ହୋଇଛି ଚୁକ୍ତି ଭିତ୍ତିକ ନିଯୁକ୍ତିର ଯୁଗ । ଏନେଇ କିଛି ଦିନ ତଳେ ରାଜ୍ୟ କ୍ୟାବିନେଟରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ସାରା ରାଜ୍ୟରେ ସେଲିବ୍ରେସନ ଚାଲିଥିବା ବେଳେ ଧାରଣାକୁ ଓହ୍ଲାଇଛି ବହୁଭାଷୀ ଶିକ୍ଷକ ସଂଘ । ସ୍ଥାୟୀ ଚାକିରି ଦାବିରେ ରାୟଗଡାରେ ଗତକାଲି (ମଙ୍ଗଳବାର) ବହୁଭାଷୀ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।

ସ୍ଥାୟୀ ଚାକିରି ଦାବିରେ ବହୁଭାଷୀ ଶିକ୍ଷକ ସଂଘର ବିକ୍ଷୋଭ ପ୍ରଦର୍ଶନସ୍ଥାୟୀ ଚାକିରି ଦାବିରେ ବହୁଭାଷୀ ଶିକ୍ଷକ ସଂଘର ବିକ୍ଷୋଭ ପ୍ରଦର୍ଶନ

ଅଭିନବ ଉପାୟରେ ବହୁଭାଷୀ ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ପାରମ୍ପାରିକ ବାଜା ବଜାଇ ସ୍ଥାନୀୟ ପୂର୍ତ୍ତ ବଙ୍ଗଳା ଠାରୁ ଏକ ଶୋଭା ଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଠିକା ନିଯୁକ୍ତିର ଯୁଗ ଶେଷ କରିଥିବା ବେଳେ ଆମ ପ୍ରତି ସରକାରଙ୍କ ଦୃଷ୍ଟି ପଡିନାହିଁ ।

୨୦୧୨ ମସିହାରୁ ରାୟଗଡା ଜିଲ୍ଲାର ୪୮ଟି ବିଦ୍ୟାଳୟରେ ଆଦିବାସୀ ବହୁଳ ଅଞ୍ଚଳରେ ନିଜ ମାତୃଭାଷାରେ ପାଠ ପଢାଇବା ପାଇଁ ବହୁଭାଷୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତେବେ ୧୧ ବର୍ଷ କାଳ ନିଷ୍ଠାପର ସେବା କରି ଆମେ ଦିନକୁ ମାତ୍ର ୧୦୬ ଟଙ୍କା ପାରିଶ୍ରମିକ ପାଉଛୁ । ଏଭଳି କ୍ଷେତ୍ରରେ ନା ବଢିଛି ଦରମା ନା ମିଳିଛି ସ୍ଥାୟୀ ନିଯୁକ୍ତି । ଏଭଳିକି ବିଧାନସଭା କମିଟିର ସୁପାରିଶକୁ ମଧ୍ୟ ଗ୍ରହଣ କରୁନାହାନ୍ତି ସରକାର । ବହୁଭାଷୀ ଶିକ୍ଷକ ସଂଘ ଏପରି ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏହି ଅବସରରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଗୁରୁଗ୍ରାମରେ ଚାଲିଛି ସରସ ଆଜିବୀକା ମେଳା, ମନମୋହୁଛି ଓଡିଶାର ହସ୍ତତନ୍ତ

ଅକ୍ଟୋବର ୧୫ ତାରିଖ ଦିନ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଭିଡିଓ କନଫରେସିଂ ଜରିଆରେ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ସମୟରେ ରାଜ୍ୟରେ ଚୁକ୍ତିଭିତ୍ତିକ ପ୍ରଥା ଶେଷ ହେବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଠିବ ବୋଲି ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.