ରାୟଗଡା: ସମାନ ଥାନା ଅଞ୍ଚଳର ପୃଥକ ପୃଥକ ସ୍ଥାନରେ 102 ଆମ୍ବୁଲାନ୍ସ ଭିତରେ 2 ଜଣ ଆଶାକର୍ମୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ରାୟଗଡା ଜିଲ୍ଲାର ଉପାନ୍ତ ଚନ୍ଦ୍ରପୁର ଥାନା ଅଞ୍ଚଳରେ ।
ଗତ ସୋମବାର ଦିନ ଚନ୍ଦ୍ରପୁର ଥାନା ଅଞ୍ଚଳର ନେହେରୁପଙ୍ଗା ଗ୍ରାମର ଜଣେ ପ୍ରସୂତିଙ୍କୁ ୧୦୨ ଆମ୍ବୁଲାନ୍ସରେ ନିଆଯାଉଥିବା ବେଳେ ତାଙ୍କ ସହ ସହାୟିକା ଭାବେ ଜଣେ ଆଶାକର୍ମୀ ଯାଉଥିଲେ । ଏହି ସମୟରେ ଆମ୍ବୁଲାନ୍ସର ଡ୍ରାଇଭର ଉତ୍ତମ ଉଠାଣ ସିଂ ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା ।
ସେହିପରି ମଙ୍ଗଳବାର ଦିନ ମଧ୍ୟ ଅନୁରୂପ ଘଟଣା ଘଟିଥିଲା । ହନୁମନ୍ତପୁରରୁ ଜଣେ ପ୍ରସୂତିଙ୍କୁ ନେଇ ଯାଉଥିବା ଆଉ ଗୋଟିଏ ଆମ୍ବୁଲାନ୍ସର ଡ୍ରାଇଭର ରାଜୁ ପ୍ରଟିଙ୍ଗା ପ୍ରସୂତିଙ୍କ ସହ ଥିବା ଅନ୍ୟ ଜଣେ ଆଶାକର୍ମୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଗୋଟିଏ ଅଞ୍ଚଳରୁ 2ଟି ପୃଥକ ପୃଥକ ସ୍ଥାନରୁ ସମାନ ଅଭିଯୋଗ ହେବା ପରେ ଚନ୍ଦ୍ରପୁର ପୋଲିସ 2ଟି ଗାଡିର ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ