ETV Bharat / state

କଟକଣା ସତ୍ତ୍ବେ ସମୁଦ୍ରରେ ମାଛ ମାରିଲେ ମତ୍ସଜୀବୀ, 2ଟି ଟ୍ରଲର ଜବତ

author img

By ETV Bharat Odisha Team

Published : Nov 7, 2023, 1:48 PM IST

ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରରେ ମାଛ ମାରିବା ଉପରେଲାଗିଛି କଟକଣା । ନିୟମ ଉଲ୍ଲଂଘନ କରିଥିବାରୁ 2 ଟ୍ରଲର ଜବତ। ଅଧିକ ପଢନ୍ତୁ

two troller seized
two troller seized
କଟକଣା ସତ୍ତ୍ବେ ସମୁଦ୍ରରେ ମାଛ ମାରିଲେ ମତ୍ସଜୀବୀ

ପୁରୀ: ଉପକୂଳବର୍ତ୍ତୀ ସମୁଦ୍ରରେ ମାଛ ଧରିବା ଉପରେ ଲାଗିଛି କଟକଣା । ବିରଳ ଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ସଙ୍ଗମ ଓ ଅଣ୍ତାଦାନ ଋତୁ ଆସିଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ନଭେମ୍ବର 1ରୁ କଟକଣା ଲାଗୁ କରାଯାଇଛି । ଏହାସତ୍ତ୍ବେ ମଧ୍ୟ ସମୁଦ୍ରକୁ ମାଛ ମାରି ଯିବାରୁ ନିୟମ ଉଲ୍ଲଂଘନ ଅଭିଯୋଗରେ ବନ ବିଭାଗ ଓ କୋଷ୍ଟ ଗାର୍ଡ ମିଳିତ ଭାବେ ପାଟ୍ରୋଲିଂ କରି ଦୁଇଟି ଟ୍ରଲରକୁ ଜବତ କରିଛି । ଟ୍ରଲରକୁ ଜବତ କରିବା ସହ ମାଛକୁ ବଜାରରେ ନିଲାମ କରାଯାଇଛି । ତେବେ ଆଗାମୀ ଦିନରେ ମଧ୍ଯ ଏଭଳି କାର୍ଯ୍ୟାନୁଷ୍ଠାନ ଆହୁରି କଡ଼ାକଡ଼ି ହେବ ବୋଲି ପୁରୀ ସାମୁଦ୍ରିକ ମତ୍ସ୍ୟ ବିଭାଗର ଅଧିକାରୀ ରମେଶ ରାଉଳ ସୂଚନା ଦେଇଛନ୍ତି । ତେବେ ନିୟମ ଉଲ୍ଲଂଘନ କରିବା ପାଇଁ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଉଛି ।

ରାଜ୍ୟର ଋଷିକୁଲ୍ୟା‌ ଓ ଦେବୀନଦୀ ମୁହାଣକୁ ପ୍ରତିବର୍ଷ ନଭେମ୍ୱର ମାସରୁ ମେ' ମାସ ମଧ୍ୟରେ ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛ ସଙ୍ଗମ ଓ ଅଣ୍ତାଦାନ ପାଇଁ ଆସିଥାଆନ୍ତି । ତେବେ ସମୁଦ୍ର ମଧ୍ୟରେ ମୋଟର ଚାଳିତ ଡଙ୍ଗା, ବେଆଇନ୍ ଟ୍ରଲର ଚଳାଚଳ ଯୋଗୁଁ ବହୁ ସଂଖ୍ୟାରେ ଅଲିଭ୍ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ହୋଇଥାଏ । ଏଥିସହ ଜୈବ ବିବିଧତା ମଧ୍ୟ ନଷ୍ଟ ହୋଇଥାଏ । ଏଣୁ ଏମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ଜଙ୍ଗଲ ବିଭାଗ ପକ୍ଷରୁ ମାଛଧରା ଉପରେ କଟକଣା ଲଗାଯାଇଥାଏ । ନଭେମ୍ୱର ୧ରୁ ମେ' ୩୧ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଲାଗିଛି । ଅଲିଭ୍ ରିଡ଼ଲେ କଇଁଛଙ୍କ ଅଣ୍ତାଦାନ ସମୟ ଏବେ ଆସିଥିବାରୁ ସମୁଦ୍ରରେ ମାଛ ମାରିବା ନେଇ ପ୍ରଶାସନର କଟକଣ ଜାରି କରିଛି ।

ଏହା ମଧ୍ୟ ପଢନ୍ତୁ-Safe Nesting Of Olive Ridley Turtles: ସମୁଦ୍ରରେ ମାଛ ଧରିବା ଉପରେ ଲାଗିଲା କଟକଣା

ଦେବୀନଦୀ ମୁହାଣ ଠାରୁ ୨୦ କିମି ପରଧି ଏବଂ ଅନ୍ୟ ନଦୀ ମୁହାଣ ଓ ସମୁଦ୍ରଠାରୁ ୫ କିମି ପରଧି ମଧ୍ୟରେ ମାଛ ଧରାକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ କରାଯାଇଛି । ତଟରକ୍ଷୀ ବାହିନୀ, ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବ । ମାଛଧରା କଟକଣାକୁ ଉଲ୍ଲଂଘନ କଲେ ଜରିମାନା, ଜେଲଦଣ୍ତ ସହ ଟ୍ରଲର ଓ ଡଙ୍ଗା ଜବତ ମଧ୍ୟ କରାଯିବ ବୋଲି କୁହାଯାଇଛି । ତେବେ ପ୍ରତିବର୍ଷ କଟକଣା ଓ ପାଟ୍ରୋଲିଂ ସତ୍ତ୍ୱେ ବହୁ ସଂଖ୍ୟାରେ ଅଲିଭ୍‌ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହୋଇଥାଏ । ପ୍ରାକୃତିକ, ଜୈବ ବିବିଧତା ରକ୍ଷା ଓ ସମୁଦ୍ରରେ ସନ୍ତୁଳନ ରକ୍ଷା ଦିଗରେ ଅଲିଭ ରିଡ୍‌ଲେ କଇଁଛଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିକା ଥିବାରୁ ସେମାନଙ୍କ ସୁରକ୍ଷା ସହ ଅଣ୍ତାଦାନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ନଜର ରଖିବା ଆବଶ୍ୟକତା ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.