ETV Bharat / state

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଶ୍ରୀମନ୍ଦିର ପରିଚାଳନା କମିଟି - ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଶ୍ରୀମନ୍ଦିର ପରିଚାଳନା କମିଟି

ଶ୍ରୀମନ୍ଦିର ସେବା ପୂଜା ନୀତି ତଥା ଅନ୍ୟାନ୍ୟ ସଂସ୍କାର ବିଷୟରେ ଆଲୋଚନା କରିବା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଶ୍ରୀମନ୍ଦିର ପରିଚାଳନା କମିଟି । ଅଧିକ ପଢ଼ନ୍ତୁ...

srimandira management committee, srimandira management committee meets sankaracharya, jagatguru shankaracharya, ଶ୍ରୀମନ୍ଦିର ପରିଚାଳନା କମିଟି, ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଶ୍ରୀମନ୍ଦିର ପରିଚାଳନା କମିଟି, ପୁରୀ ଶ୍ରୀମନ୍ଦିର
ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଶ୍ରୀମନ୍ଦିର ପରିଚାଳନା କମିଟି
author img

By

Published : Jan 6, 2020, 7:54 PM IST

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ସୋମବାର ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି । ଶ୍ରୀମନ୍ଦିର ସେବା, ପୂଜା ନୀତି କିଭଳି ଭଲ ଭାବରେ ହୋଇପାରିବ ସେ ନେଇ ପରାମର୍ଶ ନେଇଛନ୍ତି । ସେହିଭଳି ଶ୍ରୀମନ୍ଦିରରେ ଆଉ କଣ ସଂସ୍କାର ଅଣାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି ।

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଶ୍ରୀମନ୍ଦିର ପରିଚାଳନା କମିଟି

ତେବେ ଆଲୋଚନାରେ ନିଷ୍ପତ୍ତି ହୋଇଛି ଯେ, ଏଣିକି ବର୍ଷକୁ ତିନି ଥର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଗୋବର୍ଦ୍ଧନ ପୀଠରେ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ସେବା ପୂଜା, ହାନିଲାଭ ସବୁ ବିଷୟରେ ଶଙ୍କରାଚାର୍ଯ୍ୟଙ୍କ ମାର୍ଗ ଦର୍ଶନ ନିଆଯିବ। ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ ମାମଲା ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା ଯେ, ଶ୍ରୀମନ୍ଦିରର ବିଭିନ୍ନ ରୀତି ନୀତି ଓ ପରିଚଳନା ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚଳନା କମିଟି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବେ। ସେହି ଅନୁଯାୟୀ ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ଜଗତଗୁରୁଙ୍କୁ ଭେଟିଥିଲେ।

ତେବେ ଆସନ୍ତା 8 ତାରିଖରେ ସୁପ୍ରିମକୋର୍ଟରେ ପୁଣି ଶ୍ରୀମନ୍ଦିର ସଂସ୍କାର ମାମଲାର ପରବର୍ତ୍ତୀ ଶୁଣାଣି ରହିଛି । ତେବେ ଶୁଣାଣି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ଏହି ପ୍ରସଙ୍ଗ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା କରି ବିଭିନ୍ନ ପରାମର୍ଶ ନେଇଛନ୍ତି । ଅନ୍ୟପଟେ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା ନେଇ ପୁରାଣ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଶ୍ରୀଜଗନ୍ନାଥ ଆଚାର ସଂହିତା ତିଆରି ହେଉ। ଏହା ଅନୁସାରେ ଶ୍ରୀମନ୍ଦିରରେ ସେବା ପୂଜା କରାଯାଉ । ଏହା ଦ୍ବାରା ଶାନ୍ତି ଶୃଙ୍ଖଳାରେ ଶ୍ରୀମନ୍ଦିର ପରିଚାଳନା ହେବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶଙ୍କରାଚାର୍ଯ୍ୟ ଙ୍କୁ ଭେଟିଲା ଶ୍ରୀମନ୍ଦିର ପରିଚାଳନା କମିଟିBody:ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କୁ ଭେଟିଛନ୍ତି। ଶ୍ରୀମନ୍ଦିର ସେବା ପୂଜା ରେ କୀଭଳି ଭଲରେ ହୋଇ ପାରିବ ସେ ନେଇ ପରାମର୍ଶ ନେଇ ଛନ୍ତି। ସେହିଭଳି ଶ୍ରୀମନ୍ଦିର ଆଉ କଣ ସଂସ୍କାର ଅଣା ଯାଇ ପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି। ତେବେ ଆଲୋଚନା ରେ ନିସ୍ପତି ହୋଇ ଚି ଏଣିକି ବର୍ଷ କୁ ତିନି ଥର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଗୋବର୍ଦ୍ଧନ ପୀଠ ରେ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ସେବା ପୂଜା , ହାନି ଲାଭ ସବୁ ବିଷୟ ରେ ଶଙ୍କରାଚାର୍ଯ୍ୟ ଙ୍କ ମାର୍ଗ ଦର୍ଶନ ନିଆଯିବ। ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ ମାମଲା ପୂର୍ବରୁ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ରହିଥିଲା ଶ୍ରୀମନ୍ଦିର ର ବିଭିନ୍ନ ରୀତି ନୀତି ଓ ପରିଚଳନା ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚଳନା କମିଟି ଶଙ୍କରାଚାର୍ଯ୍ୟ ଙ୍କ ପରାମର୍ଶ ନେବେ। ସେହି ଅନୁଯାୟୀ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ଗୁରୁଜୀ ଙ୍କୁ ଭେଟିଥିଲେ। ତେବେ ଅସନ୍ତା 8 ତାରିଖରେ ସୁପ୍ରିମକୋର୍ଟ ରେ ପୁଣି ଶ୍ରୀମନ୍ଦିର ସଂସ୍କାର ମାମଲା ର ପରବର୍ତୀ ଶୁଣାଣି ରହିଛି। ତେବେ ଶୁଣାଣି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚଳନା କମିଟି ଏହି ପ୍ରସଙ୍ଗ ଶଙ୍କରାଚାର୍ଯ୍ୟ ସହିତ ଆଲୋଚନା କରି ବିଭିନ୍ନ ପରାମର୍ଶ ନେଇ ଛନ୍ତି।
ଅନ୍ୟପଟେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି ଶ୍ରୀମନ୍ଦିର ପରିଚଳନା ନେଇ ପୁରାଣ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଶ୍ରୀଜଗନ୍ନାଥ ଆଚାର ସଂହିତା ତିଆରି ହେଉ। ଏହା ଅନୁସାରେ ଶ୍ରୀମନ୍ଦିର ରେ ସେବା ପୂଜା କରାଯାଉ। ଏହା ଦ୍ୱାରା ଶାନ୍ତି ଶୃଙ୍ଖଳା ରେ ଶ୍ରୀମନ୍ଦିର ପରିଚାଳନା ହେବ।

ବାଇଟ,, 1,, ରାମ ଦାସ ମହାପାତ୍ର,, ସଦସ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟି
ବାଇଟ2,, କ୍ରିସନ କୁମାର , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ବାଇଟ3,, ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ଶଙ୍କରାଚାର୍ଯ୍ୟ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.