ETV Bharat / state

ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଉପଦ୍ରବ: ପାରମ୍ପରିକ ପଦ୍ଧତିରେ ହେବ ମୂଷା ଧରା - ପାରମ୍ପରିକ ପଦ୍ଧତି ଆପଣାଇବ ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଉପଦ୍ରବ କମ କରିବା ପାଇଁ ମେସିନର ସାହାଯ୍ୟ ନିଆଯିବା ବ୍ୟବସ୍ଥାକୁ ସେବାୟତଙ୍କ ବିରୋଧ ପରେ ନିଷ୍ପତ୍ତି ବଦଳାଇଲା ଶ୍ରୀମନ୍ଦିର ପ୍ରଶାସନ । ମୂଷା ଉପଦ୍ରବ ବନ୍ଦ ପାଇଁ ପୂର୍ବ ପାରମ୍ପରିକ ପଦ୍ଧତି ଆପଣାଇବ ଶ୍ରୀମନ୍ଦିର ପ୍ରଶାସନ । ଅଧିକ ପଢ଼ନ୍ତୁ

ମୂଷା ଧରିବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବ ଶ୍ରୀମନ୍ଦିର ପ୍ରଶାସନ

author img

By

Published : Mar 24, 2023, 10:48 PM IST

ମୂଷା ଧରିବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଉପଦ୍ରବ ବଢ଼ିବାରେ ଲାଗିଛି । ଫଳରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଥିବା ସେବାୟତ ମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ଏହାର ପ୍ରତିକାର ପାଇଁ ମେସିନର ସାହାଯ୍ୟ ନିଆଯିବା ବ୍ୟବସ୍ଥାକୁ ସେବାୟତ ଘୋର ବିରୋଧ କରିଥିଲେ । ମେସିନରୁ ବାହାରୁଥିବା ସାଉଣ୍ଡରେ ମହାପ୍ରଭୁଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି ହେବା ଅଭିଯୋଗ କରିଥିଲେ । ତେବେ ସେବାୟତଙ୍କ ବିରୋଧ ପରେ ନିଷ୍ପତ୍ତି ବଦଳାଇଲା ଶ୍ରୀମନ୍ଦିର ପ୍ରଶାସନ । ପାରମ୍ପରିକ ପୂର୍ବ ପଦ୍ଧତି ଅନୁଯାୟୀ ଗର୍ଭଗୃହରେ ମୂଷାଙ୍କୁ ଧରିବାକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି । ଗୁଡ ମାଠିଆ ରଖାଯାଇ ମୂଷାଙ୍କୁ ଧରିବାକୁ ପୁଣି ଯୋଜନା କରିଛି ଶ୍ରୀମନ୍ଦିର ପ୍ରଶାସନ ।

ତେବେ ଏନେଇ ବଡ ମାଠିଆ ପ୍ରସ୍ତୁତ ପାଇଁ କୁମ୍ଭକାରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବରାଦ ଦିଆଯାଇଛି । ଏହି ମାଠିଆ ଆସିବା ପରେ ସ୍ଵତନ୍ତ୍ର ପାରମ୍ପରିକ ଗୁଡ ରଖାଯାଇ ମାଠିଆକୁ ଶ୍ରୀମନ୍ଦିର ଗର୍ଭଗୃହରେ ରଖାଯିବ । ଏହି ଗୁଡ ଖାଇବା ପାଇଁ ମୂଷା ମାଠିଆରେ ପଶିବା ପରେ ମୂଷାଙ୍କୁ ଧରାଯାଇ ବାହାରେ ଛଡ଼ାଯିବ । ଏହି ପାରମ୍ପରିକ ପଦ୍ଧତିକୁ ପୁଣି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକାରୀ କରିବ । ଗତ କିଛିଦିନ ତଳେ ମୂଷାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଜଣେ ଭକ୍ତ ଏକ ମେସିନ ଶ୍ରୀମନ୍ଦିରକୁ ଦାନ କରିଥିଲେ । ସେହି ମେସିନକୁ ଲଗାଇଲେ ଏକ ସାଉଣ୍ଡ ବାହାରିବାର ବ୍ୟବସ୍ଥା ରହିଛି । ଫଳରେ ମୂଷାମାନେ ଉକ୍ତ ସାଉଣ୍ଡକୁ ସହ୍ୟ କରିନପାରି ମେସିନ ଲାଗିଥିବା ସ୍ଥାନକୁ ଆସି ନଥାନ୍ତି । ତେବେ ଏହି ମେସିନକୁ ସେବାୟତ ବିରୋଧ କରିଥିଲେ । ମେସିନରୁ ସାଉଣ୍ଡ ବାହାରୁ ଥିବାରୁ ମହାପ୍ରଭୁଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି ହେବ ବୋଲି ଅଭିଯୋଗ ଆସିଥିଲା ।

ମହାପ୍ରଭୁଙ୍କ ରାତ୍ର ପହୁଡ଼ ପରେ ଗର୍ଭଗୃହକୁ ସମ୍ପୂର୍ଣ୍ଣ ଅନ୍ଧକାର ସହ ନିସ୍ତବ୍ଧ ରଖାଯାଇଥାଏ । ତେବେ ଏହି ମେସିନ ସାଉଣ୍ଡରେ ମହାପ୍ରଭୁଙ୍କ ନିଦ୍ରାରେ ବ୍ୟାଘାତ ହେବା ସହ ଏହା ପରମ୍ପରା ବିରୋଧି ବୋଲି ସେବାୟତ କହିଥିଲେ । ସେବାୟତଙ୍କ ଅଭିଯୋଗ ପରେ ଶ୍ରୀମନ୍ଦିରରେ ଉକ୍ତ ମେସିନ ଲଗାଇବା ନେଇ ରୋକ୍ ଲଗାଇ ଥିଲା ଶ୍ରୀମନ୍ଦିର ପ୍ରଶାସନ । ସେପଟେ ଜଗନ୍ନାଥ ପ୍ରେମୀ କହିଛନ୍ତି, "ମୂଷା ଧରିବାକୁ ଅଧିକ ଯନ୍ତା ବସାଯାଉ । ଖୁବ କମ୍ ଦିନରେ ମୂଷା ପ୍ରାଦୁର୍ଭାବ କମିଯିବ । ନହେଲେ ପୂର୍ବ ପଦ୍ଧତି ଅନୁଯାୟୀ ଗୁଡ ମାଠିଆ ରଖାଯାଇ ମୂଷା ଧରାଯାଉ । ମେସିନରେ ସାଉଣ୍ଡ ଫଳରେ ମହାପ୍ରଭୁଙ୍କ ନିଦ୍ରାରେ ବ୍ୟାଘାତ ହେବ । ଯାହାକି ସମ୍ପୂର୍ଣ୍ଣ ପରମ୍ପରା ବିରୋଧି ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.