ETV Bharat / state

ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ରାଜ୍ୟ ସରକାରଙ୍କୁ ସେବାୟତଙ୍କ ନିବେଦନ

author img

By

Published : May 28, 2020, 10:08 PM IST

Updated : May 29, 2020, 11:20 AM IST

ଭକ୍ତ ପ୍ରବେଶ କଟକଣା ପରେ ଶ୍ରୀମନ୍ଦିରର ସେବାୟତ ମଧ୍ୟ ଆର୍ଥିକ କ୍ଷତି ସହିଥିବା ଜଣାପଡିଛି । ପୁରୀ ସହରରେ ବ୍ୟବସାୟୀମାନେ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ବନ୍ଦ ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

corona restriction in shri mandir, corona restriction, puri latest news, corona effect on puri, visitors entry ban in shri mandir, sevoits request to state government, ଶ୍ରୀମନ୍ଦିରରେ କୋରୋନା କଟକଣା, ଲକଡାଉନ କଟକଣା, ପୁରା ଲାଟେଷ୍ଟ ନ୍ୟୁଜ୍‌, ପୁରୀରେ କୋରୋନା ପ୍ରଭାବ, ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ମନା, ରାଜ୍ୟ ସରକାରଙ୍କୁ ସେବାୟତଙ୍କ ନିବେଦନ
ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ରାଜ୍ୟ ସରକାରଙ୍କୁ ସେବାୟତଙ୍କ ନିବେଦନ

ପୁରୀ: ଲକଡାଉନ ଏବଂ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ ଲଗାଇଥିଲେ କଟକଣା । ମାର୍ଚ୍ଚ 20 ତାରିଖରୁ ଏହି କଟକଣା ଲାଗୁ ରହିଛି । ଫଳରେ ଦୀର୍ଘ ଦୁଇ ମାସରୁ ଅଧିକ ସମୟ ହେବ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇନାହାନ୍ତି । ସେହିପରି ଭକ୍ତ ପ୍ରବେଶ କଟକଣା ପରେ ଶ୍ରୀମନ୍ଦିରର ସେବାୟତ ମଧ୍ୟ ଆର୍ଥିକ କ୍ଷତି ସହିଥିବା ଜଣାପଡିଛି । ପୁରୀ ସହରରେ ବ୍ୟବସାୟୀମାନେ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ବନ୍ଦ ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ତେବେ କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକଡାଉନ ସମାପ୍ତି ପରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ କଟକଣା କୋହଳ କରିବାକୁ ସେବାୟତ ମାନେ ଦାବି କରିଛନ୍ତି । ଇତିମଧ୍ୟରେ କର୍ଣ୍ଣାଟକ ସରକାର ମନ୍ଦିର ସମେତ ମସଜିଦ ଓ ଚର୍ଚ୍ଚ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ଲୋଡିଛନ୍ତି । ଏହି କ୍ରମରେ ରାଜ୍ୟ ସରକାର ମଧ୍ୟ ଶ୍ରୀମନ୍ଦିରେ ଭକ୍ତଙ୍କ ପ୍ରବେଶ ପାଇଁ କଟକଣା କୋହଳ କରିବାକୁ ସେବାୟତ ମତବ୍ୟକ୍ତ କରିଛନ୍ତି ।

କୋରୋନା ଗାଇଡଲାଇନ ଅନୁଯାୟୀ ସାମାଜିକ ଦୂରତ୍ବ ସହ ଭକ୍ତଙ୍କ ପ୍ରବେଶ ନେଇ ରାଜ୍ୟ ସରକାର ଅନୁମତି ଦେବାକୁ ସେବାୟତ ଦାବି କରିଛନ୍ତି । ପୁରୀକୁ ଭକ୍ତଙ୍କ ଆଗମନ ଫଳରେ ପୁରୀ ସହରର ଅର୍ଥନୀତି ପୁଣି ଅଣ୍ଟା ସଳଖିବା ସହ ହଜାର ହଜାର ଲୋକଙ୍କ ଜୀବନ ଜୀବିକା ଗତିଶୀଳ ହୋଇପାରିବ ବୋଲି ବରିଷ୍ଠ ସେବାୟତ ମତ ରଖିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 29, 2020, 11:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.