ETV Bharat / state

ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଲେ ଭଉଣୀ ସୁଭଦ୍ରା

author img

By ETV Bharat Odisha Team

Published : Aug 31, 2023, 11:53 AM IST

Updated : Aug 31, 2023, 12:43 PM IST

ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା । ମହାବାହୁଙ୍କୁ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା । ଅଧିକ ପଢନ୍ତୁ

rakhi purnima at shree mandir
rakhi purnima at shree mandir

rakhi purnima

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳନ ହୋଇଛି ରକ୍ଷା ବନ୍ଧନ ଓ ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି । ମହାବାହୁଙ୍କ ବାହୁରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ ସୁଭଦ୍ରା । ସ୍ନେହ ଓ ବିଶ୍ୱାସର ଏହି ପର୍ବରେ ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଵିଶାଳ ଓ ସ୍ୱତନ୍ତ୍ର ରାକ୍ଷୀକୁ ବଡ଼ ଭାଇ ବଳଭଦ୍ର ଓ ମହାପ୍ରଭୁ ଜଗନ୍ନାଥଙ୍କ ବାହୁରେ ବାନ୍ଧିଛନ୍ତି ମାଆ ସୁଭଦ୍ରା । ମଧ୍ୟାହ୍ନ ଧୂପ ନୀତି ବଢିବା ପରେ ସିଂହାରୀ ସେବକଙ୍କ ଦ୍ୱାରା ରକ୍ଷା ବନ୍ଧନ ନୀତି ସମ୍ପାଦିତ ହୋଇଛି । ଏହାପରେ ମାର୍କଣ୍ଡ ପୁଷ୍କରିଣୀରେ ପ୍ରଭୁ ବଳଭଦ୍ର ଜନ୍ମନୀତି କରାଯାଇଛି । ରକ୍ଷାବନ୍ଧନ ଅବସରରେ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।

ମଧ୍ୟାହ୍ନ ଧୂପ ନୀତି ବଢିବା ପରେ ସର୍ବାଙ୍ଗ ଓ ନୂଆ ଲୁଗା ଲାଗି କରାଯିବା ସହ ମହାପ୍ରଭୁଙ୍କ ଶ୍ରୀ ହସ୍ତରେ ସିଂହାରୀ ସେବକ ମାନେ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରଦତ୍ତ ଚାରିଗୋଟି ରାକ୍ଷୀ ଓ ଚାରୋଟି ଗୁଆ ମାଳ ପିନ୍ଧାଇଥିଲେ । ସ୍ୱତନ୍ତ୍ର ଭାବେ ନିର୍ମିତ ଏହି ରାକ୍ଷୀ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ବେଳେ ସଂସାରର ମଙ୍ଗଳ ଓ ସୁରକ୍ଷା କାମନା କରି ଦେବୀ ସୁଭଦ୍ରା ଭାଇ ମାନଙ୍କୁ ବାନ୍ଧିଥାନ୍ତି ରାକ୍ଷୀ । ସେହିପରି ଶ୍ରୀମନ୍ଦିରରେ ବଳଭଦ୍ର ମହାପ୍ରଭୁଙ୍କ ଜନ୍ମ ନୀତି ପାଳିତ ହୋଇଯାଇଛି ।

ପରମ୍ପରା ଅନୁସାରେ ଶ୍ରୀମନ୍ଦିରରୁ ସୁଦର୍ଶନ ମହାପ୍ରଭୁ ଚଉ ଦୋଳରେ ମାର୍କଣ୍ଡ ପୁଷ୍କରିଣୀକୁ ବିଜେ କରିବା ସହ ସେଠାରେ ବଳଭଦ୍ରଙ୍କ ଜନ୍ମ ନୀତି ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିରରେ ଏହି ସ୍ୱତନ୍ତ୍ର ନୀତି କରାଯାଇଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଏହାକୁ ଦର୍ଶନ କରି ସୌଭାଗ୍ୟ ପ୍ରାପ୍ତି କରିଛନ୍ତି । ଗହ୍ମା ପୂର୍ଣ୍ଣମୀରେ ସିଂହ ଦ୍ୱାର ସମ୍ମୁଖରେ ମୁରୁଜରେ ରାକ୍ଷୀ ତିଆରି କରି ମହାପ୍ରଭୁଙ୍କୁ ସମର୍ପଣ କରିଛନ୍ତି ନିମାପଡ଼ାର ସୁଜ୍ଞାନି ଭଟ୍ଟ । ମହାପ୍ରଭୁ ସବୁ ଭାଇ ମାନଙ୍କ ମଙ୍ଗଳ କରନ୍ତୁ ବୋଲି ସୁଜ୍ଞାନି ପ୍ରାର୍ଥନା କରିଛନ୍ତି । ଏହି ସୁନ୍ଦର ରାକ୍ଷୀକୁ ଦେଖିବାକୁ ସିଂହ ଦ୍ବାର ସମ୍ମୁଖରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ-ପୁରୀରେ ବିଭିନ୍ନ ଅନୁଷ୍ଠାନ ପାଳିଲା ରକ୍ଷା ବନ୍ଧନ, କାଲି ରାକ୍ଷୀ ବାନ୍ଧିବେ ବଡ଼ ଠାକୁର

ଜଣେ ଭକ୍ତ କହିଛନ୍ତି ଯେ, ଆଜିର ଦିନରେ ଦେବୀ ସୁଭଦ୍ରା ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇ ଭାଇ ଠାରୁ ସୁରକ୍ଷା, ପ୍ରେମ, ସ୍ନେହ ପାଇବା ପାଇଁ ଆଶା ରଖିଥାନ୍ତି । ଏହା ହେଉଛି ମହାପ୍ରଭୁଙ୍କ ଲିଳା । ଏହି ରକ୍ଷା ବନ୍ଧନ ଦ୍ଵାରା ମହାପ୍ରଭୁ ସମାଜକୁ ବାର୍ତ୍ତା ଦେଉଛନ୍ତି ଭାଇ ଓ ଭଉଣୀ ସଂପର୍କ ସ୍ନେହ, ପ୍ରେମ ଉପରେ ପର୍ଯ୍ୟବେସିତ । ଭାଇ ମାନେ ଭଉଣୀର ସବୁ ସୁଃଖ ଦୁଃଖରେ ଠିଆ ହେବା ଉଚିତ୍‌ । ସେ ମଧ୍ୟ ଶ୍ରୀମନ୍ଦିରରେ ମହାବାହୁଙ୍କ ପାଇଁ ରାକ୍ଷୀ ଓ ମିଠା ଦେଇଥିବା କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Aug 31, 2023, 12:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.