ETV Bharat / state

ଚନ୍ଦନଯାତ୍ରା ପରମ୍ପରା ନେଇ ବୈଠକ

କୋରୋନା ପାଇଁ ସବୁ କିଛି ବନ୍ଦ ହେବାରେ ଲାଗିଛି । ପୂଜା ପର୍ବାଣୀ ଠାରୁ ଆରମ୍ଭ କରି ଜାନି ଯାତ୍ରା । ସେପଟେ ମହାପ୍ରଭୁଙ୍କ ରଥଯାତ୍ରା ଏବଂ ଚନ୍ଦନଯାତ୍ରା ହେବ କି ନାହିଁ ତାହା ଅନିଶ୍ଚିତତାରେ । ଏଥିନେଇ ଜାରି ରହିଛି ବୈଠକ । ଅଧିକ ପଢନ୍ତୁ...

author img

By

Published : Apr 24, 2020, 9:01 PM IST

puri-sankaracharjya-meeting-held-today
puri-sankaracharjya-meeting-held-today

ପୁରୀ: କୋରୋନା ନେଇ ଲକଡାଉନ ଚାଲିଛି। ଏଥିପାଇଁ ସମସ୍ତ ଧର୍ମର ବିଭିନ୍ନ ପୂଜା ପର୍ବାଣୀ ପାଳନ ଉପରେ କଟକଣା ରହିଛି। ତେବେ ଏହା ଭିତରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଓ ରଥ ନିର୍ମାଣ ଅନୁକୁଳ ପରମ୍ପରା ରହିଛି। ତେବେ ଲକଡାଉନ ମେ 3 ତାରିଖ ଯାଏ ଥିବାରୁ କିଭଳି ଏହି କାର୍ଯ୍ୟକ୍ରମ ହେବ ସେ ନେଇ ପ୍ରଶ୍ନ ଉଠିଛି। ତେବେ ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରି ନାହିଁ। ଫଳରେ ଶ୍ରୀମନ୍ଦିର ପରିଚାଳନା କମିଟି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶରଣାପନ୍ନ ହୋଇଛନ୍ତି।

କିଭଳି ଏହି କଟକଣା ଭିତରେ ବିଧି ବିଧାନ ପାଳନ ହେବ, କଣ ବିକଳ୍ପ ବ୍ୟବସ୍ଥା ରହିଛି ସେ ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଗୋବର୍ଦ୍ଧନ ପୀଠରେ ଆଲୋଚନା ଆରମ୍ଭ ହୋଇଛି। ଏଥିରେ ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପରିଚାଳନା କମିଟି ର ସଦସ୍ୟ ଉପସ୍ଥିତ ଅଛନ୍ତି। ତେବେ ମେ 3 ତାରିଖ ଯାଏ ଲକ ଡାଉନ ଥିବାରୁ ଶ୍ରୀମନ୍ଦିର ବାହାରେ ଭକ୍ତ ଓ ସେବକଙ୍କ ଜୀବନକୁ ବିପଦରେ ପକାଇ କୌଣସି ଧର୍ମୀୟ କାର୍ଯ୍ୟ ଅୟୋଜନ ଠିକ ନୁହେଁ ବୋଲି ଗଜପତି ମହାରାଜ ମତ ରଖି ସାରିଛନ୍ତି।

ଏଣୁ ଚଳିତ ବର୍ଷ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ଅନୁକୂଳ କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି ଗଜପତି ମତ ରଖି ସାରିଛନ୍ତି। ତେବେ ଶେଷ ରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବ। କେମିତି ଏହି କଟକଣା ମାନି ମହାପ୍ରଭୁଙ୍କ ବିଧି ପୂଜା ହୋଇ ପାରିବ। ସେପଟେ ରଥ ନିର୍ମାଣ ଅନୁକୂଳ ବିଳମ୍ବ ହେବାର ସମ୍ଭାବନା ଥିବାରୁ ରଥଯାତ୍ରା ଅୟୋଜନ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କିଭଳି ସାମାଜିକ ଦୂରତା ରଖି ରଥ ଯାତ୍ରା ହେବ ସେ ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏହି ସବୁ ସମସ୍ୟା କୀଭଳି ସମାଧାନ ହେବ ସମସ୍ତେ ଶଙ୍କରାଚାର୍ଯ୍ୟଙ୍କ ମତାମତ କୁ ଶ୍ରୀମନ୍ଦିର ପରିଚାଳନା କମିଟି ଗୁରୁତ୍ୱ ଦେଇଛି ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.