ETV Bharat / state

ପୋଢୁଆଁ ହେବେ ବଡଠାକୁର, ଶ୍ରୀମାଧବାନନ୍ଦଙ୍କ ପୀଠରୁ ଆସିବ ଭାର

ଆସନ୍ତା ଡିସେମ୍ବର 4 ତାରିଖରେ ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ନୀତି ଅନୁଷ୍ଠିତ ହେବ । ଏନେଇ ପ୍ରସ୍ତୁତି ବୈଠକ ବସିଛି । ପ୍ରଭୁ ଶ୍ରୀ ମାଧବାନନ୍ଦଙ୍କ ପୀଠ କଟକ ନିଆଳିରୁ ପୋଢୁଆଁ ଭାର ଆସିବ । ଅଧିକ ପଢ଼ନ୍ତୁ

prathamaastami preparation meeting
prathamaastami preparation meeting
author img

By ETV Bharat Odisha Team

Published : Nov 30, 2023, 1:26 PM IST

prathamaastami preparation meeting

ପୁରୀ: ପୋଢୁଆଁ ହେବେ ବଡଠାକୁର । ମାମୁଁ ଆସିବ ପୋଢୁଆଁ ଭାର । ପ୍ରଭୁ ଶ୍ରୀମାଧବାନନ୍ଦଙ୍କ ପୀଠ କଟକ ନିଆଳିରୁ ଆସନ୍ତା ୪ ତାରିଖରେ ମହାପ୍ରଭୁଙ୍କ ପାଇଁ ପୋଢୁଆଁ ଭାର ଆସିବ । :ଆସନ୍ତା ମାର୍ଗଶିର ଅଷ୍ଟମୀ ତିଥିରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ନିଆଳିର ଶ୍ରୀମାଧବାନନ୍ଦଙ୍କ ପୀଠ କଟକ ନିଆଳିରୁ ଆସନ୍ତା ୪ ତାରିଖରେ ପୋଢୁଆଁ ଭାର ଶ୍ରୀକ୍ଷେତ୍ରକୁ ଆସିବ ।‌ ଏନେଇ ପୁରୀ ମୋଚିସାହି ଛକ ସ୍ଥିତ ନୂଆତୋଟା ଜାଗା ଠାରେ ମାଧବାନନ୍ଦଜୀଉ ବିକାଷ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ମାଧବ, ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ଆସିବ ।‌ ଏହି ପୋଢୁଆଁ ଭାରରେ ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ, ବିଭିନ୍ନ ପ୍ରକାରର ଫଳମୂଳ ସହ ତୁଳସୀ ଏବଂ ପଦ୍ମଫୁଲ ଆସିବ । ଏକ ଭବ୍ୟ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ, ନୃତ୍ୟ କରାଯାଇ ଏହି ଭାର ଶ୍ରୀମନ୍ଦିରକୁ ଅଣାଯିବ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ତେବେ ଗତ କିଛବର୍ଷ ହେବ ନିଆଳିର ମାଧବାନନ୍ଦ ମନ୍ଦିର ଟ୍ରଷ୍ଟ ଓ ସ୍ଥାନୀୟ ଭକ୍ତଙ୍କ ସହାୟତାରେ ଭାର ଅଣାଯାଉଛି । ମହାପ୍ରଭୁଙ୍କର ଅଜା ଘର, ଶଶୁର ଘର, ମାଉସୀ ଘର ଥିବା ବେଳେ ମାମୁଁ ଘର ମଧ୍ଯ ରହିଛି ।

ନିଆଳିର ପ୍ରଭୁ ମାଧବାନନ୍ଦଜୀଉ ନେଉଛନ୍ତି ମହାପ୍ରଭୁଙ୍କ ମାମୁଁ ଘର । ପୂର୍ବରୁ ପ୍ରଭୁ ମାଧବାନନ୍ଦଙ୍କ ମନ୍ଦିରରେ ଅନେକ ଭୂସମ୍ପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଦିଆଯାଇଥିଲା । ସେହି ଜମି ଉତ୍ପାଦିତ ସାମଗ୍ରୀ ଅଣାଯାଇ ଶ୍ରୀମନ୍ଦିରରେ ପଢ଼ୁଆଁ ଭାର ରୂପେ ଦିଆଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ଏହା କୌଣସି କାରଣରୁ ପାଳନ ହୋଇ ପାରି ନଥିଲା । ପରେ ନିଆଳି ବାସିନ୍ଦା ଏକତ୍ର ନିଷ୍ପତି ନେଇ ଗତ 3 ରୁ 4 ବର୍ଷ ହେବ ମହାପ୍ରଭୁଙ୍କ ପାଇଁ ପଢୁଆଁ ଭାର ଆଣି ଶ୍ରୀ ମନ୍ଦିରରେ ଦେଇଛନ୍ତି ।
ଏହା ବି ପଢନ୍ତୁ...ଡିସେମ୍ବର 1ରେ ତୁଳସୀ ଯାତ୍ରା, ଜଗନ୍ନାଥ ପ୍ରେମୀ ସାମିଲ ହେବାକୁ କଂଗ୍ରେସର ଆହ୍ଵାନ

ଏହା ବି ପଢନ୍ତୁ...ସରିଲା ରତ୍ନଭଣ୍ଡାର ଲେଜର ସ୍କାନିଂ: ଫଟୋ ଯାଞ୍ଚ୍ ପରେ ମରାମତି

ଦେବୋତ୍ତର ବିଭାଗରେ ମଧ୍ୟ ଥିବା ସମ୍ପତ୍ତି ରେଜିଷ୍ଟ୍ରାରରେ ଏହି ତଥ୍ୟ ରହିଛି । ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପାଳନ କରାଯିବ । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଯାଏ ବିରାଟ ଶୋଭାଯାତ୍ରା ସହ ଭଜନ, କୀର୍ତ୍ତନ, ପାରମ୍ପାରିକ ନୃତ୍ୟ ପରିବେଶଣ ହେବ ।

ଇଟିିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.