ETV Bharat / state

ଦ୍ଵିତୀୟ ଦିନରେ ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କଲା ପ୍ରଶାସନ - ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କଲା ପ୍ରଶାସନ

ଚିଲିକାକୁ ଘେରି ମୁକ୍ତ କରିବାପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାରଠୁ ଆରମ୍ଭ ହୋଇଯାଇଛି ପ୍ରୟାସ । ଦ୍ଵିତୀୟ ଦିନରେ ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କଲା ପ୍ରଶାସନ । ଅଧିକ ପଢନ୍ତୁ...

ଦ୍ଵିତୀୟ ଦିନରେ ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କଲା ପ୍ରଶାସନ

author img

By

Published : Oct 24, 2021, 10:09 AM IST

ବ୍ରହ୍ମଗିରି: ଚିଲିକାକୁ ଘେରି ମୁକ୍ତ କରିବାପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି ପ୍ରୟାସ । ପ୍ରଥମ ଦିନରେ ବ୍ରହ୍ମଗିରି ତହସିଲ ଅଧିନ ସୁନାମୁହିଁ ଆରଆଇ ସର୍କଲରେ ଥିବା କଣ୍ଟେଇ ଘେରିକୁ ବ୍ଲାଷ୍ଟିଂ କରାଯାଇଥିଲା । ଆଉ ଶନିବାର ଦ୍ବିତୀୟ ଦିନରେ ପ୍ରଥମେ ଚିଲିକାରେ ଥିବା ଜାଲ ବାଡିକୁ ହାଣି କାଢ଼ିବା ସହ ଜେସିବି ମାଧ୍ୟମରେ ମାଟି ବନ୍ଧକୁ ଭଙ୍ଗା ଯାଇଥିଲା। ଏବଂ ଅପରାହ୍ନରେ 100 ମିଟର ମାଟି ବନ୍ଧକୁ 6 ପୁଟ ଦୂରତା ରଖି 25 ଟି ଗାତରେ ଡିନାମାଇଟ ବିସ୍ଫୋରକ ଭର୍ତ୍ତି କରାଯାଇ ବ୍ଲାଷ୍ଟ କରାଯାଇଥିଲା।

ଦ୍ଵିତୀୟ ଦିନରେ ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କଲା ପ୍ରଶାସନ
ଦ୍ଵିତୀୟ ଦିନରେ ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କଲା ପ୍ରଶାସନ
ଦ୍ଵିତୀୟ ଦିନରେ ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କଲା ପ୍ରଶାସନ

ଏହି ବିସ୍ଫୋରଣ ଅଧିକା ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ଘେରି ଉଚ୍ଛେଦ ବେଳେ ବ୍ରହ୍ମଗିରି ତହସିଲଦାର, ଅତିରିକ୍ତ ତହସିଲଦାର, ଆର ଆଇ, ଆଇଆଇସିଙ୍କ ସହିତ 3 ପ୍ଲାଟୁନ ପୋଲିସ ଫୋର୍ସ ରହିଥିଲେ। ଏହି ବ୍ଲାଷ୍ଟିଂ ମେଥର୍ଡ ଦ୍ବାରା ଘେରି ଉଚ୍ଛେଦ କେତେ ଫଳପ୍ରଦ ହେଉଛି, ତାହା ଜିଲ୍ଲା ପ୍ରଶାସନ ସହିତ ବସି ଆଲୋଚନା କରାଯିବା ପରେ ପରବର୍ତ୍ତୀ ପଦକ୍ଷପ ନିଆଯିବ ବୋଲି ସୂଚନା ଦେଇଛନ୍ତି ତହସିଲଦାର କାହ୍ନୁ ଚରଣ ଘଡେଇ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.