ETV Bharat / state

ସମୁଦ୍ର ଆଁରେ ମିଶିଯିବ ପୁରୀ କୋଣାର୍କ ମେରାଇନ ରୋଡ୍ ! ଭୁଶୁଡିଲା ସୁରକ୍ଷା ପ୍ରାଚୀର - ଭୁଶୁଡ଼ି ପଡିଛି ସୁରକ୍ଷା ପ୍ରାଚୀର

ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା ଏବେ ବିପଦରେ । ଏନେଇ ବେଳା ମାର୍ଗରେ ସମୁଦ୍ର ଜୁଆର ମାଡ଼ ଯୋଗୁ ଭୁଶୁଡ଼ି ପଡିଛି ସୁରକ୍ଷା ପ୍ରାଚୀର । ଅଧିକ ପଢନ୍ତୁ

ସମୁଦ୍ର ଆଁରେ ମିଶିଯିବ ପୁରୀ କୋଣାର୍କ ମେରାଇନ ରୋଡ୍ ! ଭୁଶୁଡିଲା ସୁରକ୍ଷା ପ୍ରାଚୀର

author img

By

Published : Sep 12, 2022, 9:44 PM IST

ପୁରୀ: ଓଡିଶାର ପର୍ଯ୍ୟଟନସ୍ଥଳୀ କୋଣାର୍କର ଅନ୍ୟତମ ଆକର୍ଷଣ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡ । ପ୍ରାକୃତିକ ପରିବେଶ, ଝାଉଁବଣ ଓ ସମୁଦ୍ରର ମିଳନ ସ୍ଥଳୀ ହୋଇଥିବାରୁ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । କିନ୍ତୁ ସୀମା ଲଙ୍ଘୁଛି ଏହି ଅଶାନ୍ତ ସମୁଦ୍ର । ସମୁଦ୍ର କୂଳେ କୂଳେ ଥିବା ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା ଏବେ ବିପଦରେ । ଜୁଆର ମାଡ଼ରେ ଧୋଇଯାଇଛି ରାମଚଣ୍ଡି ମୁହାଣ ନିକଟ ବେଳା ମାର୍ଗର ସୁରକ୍ଷା ପ୍ରାଚୀର । ଫଳରେ ଧିରେ ଧିରେ ସମୁଦ୍ର ଆଁକୁ ଚାଲିଯାଉଛି ପୁରୀ କୋଣାର୍କ ରାସ୍ତା ।

ସମୁଦ୍ର ଆଁରେ ମିଶିଯିବ ପୁରୀ କୋଣାର୍କ ମେରାଇନ ରୋଡ୍ ! ଭୁଶୁଡିଲା ସୁରକ୍ଷା ପ୍ରାଚୀର

ସୂଚନା ଅନୁସାରେ, ପୁର୍ଣ୍ଣମୀ ପ୍ରଭାବରେ ଆଶାନ୍ତ ସମୁଦ୍ର କୁଳ ଲଙ୍ଘିବା ସହିତ ରାସ୍ତା ମୁଁହା ହେଉଛି । ଏନେଇ ବିପଦରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା । କାରଣ ସମୁଦ୍ର ଜୁଆର ମାଡ଼ି ଆସି ଏକାଧିକ ସ୍ଥାନରେ କୂଳ ଖାଇବା ଆରମ୍ଭ କରିଛି । ଫଳରେ ରାସ୍ତାରେ ବିପଦ ଶଙ୍କୁଳ ସ୍ଥିତି ଉପୁଜିଛି । ଏଥିସହ ବେଳା ମାର୍ଗରେ ସମୁଦ୍ର ଜୁଆର ମାଡ଼ ଯୋଗୁଁ ଭୁଶୁଡ଼ି ପଡିଛି ସୁରକ୍ଷା ପ୍ରାଚୀର । ଏହାର ପ୍ରଭାବରେ ପ୍ରଭାବରେ ୩୩ କେଭିର ବିଦ୍ୟୁତ ଖୁଣ୍ଟ ଦୁଇଟି ଉପୁଡି ଯାଇଛି । ଫଳରେ ପୁରୀ କୋଣାର୍କ ରାସ୍ତା ପାଇଁ ସୃଷ୍ଟି ହୋଇଛି ବିପଦ ।

ତେବେ ଯେଉଁ ସ୍ଥାନରେ ଇକୋ ରିଟ୍ରିଟ୍‌ ପାଇଁ ରାସ୍ତା ଥିଲା ତାହା ନଷ୍ଟ ହୋଇ ଯାଇଛି । ଜୁଆର ମାଡରୁ ରାସ୍ତାକୁ ସୁରକ୍ଷା ଦେବାପାଇଁ ଅସ୍ଥାୟୀ ଭାବେ ବ୍ୟବସ୍ଥା କରାଯାଉଛି । ଏହାକୁ ଦୃଷ୍ଟି ରେ ରଖି ରାସ୍ତାକୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ପକ୍ଷରୁ ସମୁଦ୍ର କୂଳକୁ ଲାଗିଥିବା ରାସ୍ତା କଡ଼ରେ ବାଲି ବସ୍ତା ଓ କାଠ ବଲା ପକାଯାଇଛି । ତେବେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଏନେଇ ଆଲୋଚନା କରାଯାଇ ରାସ୍ତାର ସୁରକ୍ଷା ନିମନ୍ତେ ସ୍ଥାୟୀ ପଦକ୍ଷେପ ନିଆଯିବ ବୋଲି ପୁରୀ ଉପ ଜିଲ୍ଲାପାଳ କହିଛନ୍ତି ।

ଏନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି, "ସମୁଦ୍ର କୂଳ ଲଂଘୁଥିବାରୁ ୫/୬ଟି ପଞ୍ଚାୟତର ଲୋକେ ଭୟଭୀତ ଅଛନ୍ତି । ସମୁଦ୍ର ଯେମିତି କୂଳ ଲଂଘୁଛି ଲାଗୁଛି କୋଣାର୍କ ମନ୍ଦିର ନିକଟକୁ ଚାଲି ଆସିବ ।ଆଗରୁ ମହାବାତ୍ୟା ଯାଇଛି କିନ୍ତୁ ରାସ୍ତାକୁ କେବେ ସମୁଦ୍ର ପାଣି ଆସିନି। କିନ୍ତୁ ବର୍ତ୍ତମାନ ଲୋକମାନେ ସମୁଦ୍ର କୂଳରେ ଥିବା ବାଲି କାଢିକି ନେଇଯିବା କାରଣରୁ ରାସ୍ତା ଏବେ ଭାଙ୍ଗିବା ଉପରେ ।"

ତେବେ ସମୁଦ୍ର ଗର୍ଭରେ ଲିନ ହେବ କି ବେଳାମାର୍ଗ ପାର୍ଶ୍ବରେ ଥିବା ବେଳାଭୂମିର ବିଭିନ୍ନ ସ୍ଥାନ । କୂଳ ଖାଇବା ଯୋଗୁଁ ସମୁଦ୍ର ଆଁରେ ମିଶିଯିବ କି ମେରାଇନ ରୋଡ ? ନା ବେଳ ଥିବା ପୂର୍ବରୁ ସ୍ଥାୟୀ ପଦକ୍ଷେପ ନେବ କି ଜିଲ୍ଲା ପ୍ରଶାସନ ?

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.