ETV Bharat / state

ଶ୍ରୀମନ୍ଦିର ଭିତରେ ବିଦେଶୀ ପର୍ଯ୍ୟଟକ, ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ

author img

By

Published : Jan 26, 2023, 11:33 AM IST

Updated : Jan 27, 2023, 8:00 AM IST

କଡା ସୁରକ୍ଷା ପରେ ବି ଶ୍ରୀମନ୍ଦିରକୁ ପ୍ରବେଶ କେଲ ବିଦେଶୀ ପର୍ଯ୍ୟଟକ । ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ

Foreigner enters Jagannath Temple
Foreigner enters Jagannath Temple
Foreigner enters Jagannath Temple
ଶ୍ରୀମନ୍ଦିର ଭିତରେ ବିଦେଶୀ ପର୍ଯ୍ୟଟକ

ପୁରୀ: ଶ୍ରୀମନ୍ଦିର ଭିତରେ ନଜର ଆସିଲେ ବିଦେଶୀ ପର୍ଯ୍ୟଟକ । ମନ୍ଦିର ପ୍ରବେଶ କରି ଜଣେ ବିଦେଶୀ ପର୍ଯ୍ୟଟକ ବୁଲୁଥିବାର ଦେଖିବାକୁ ମିଳିଛି । ପୋଲିସର କଡା ସୁରକ୍ଷା ପରେବି କିପରି ବିଦେଶୀ ପର୍ଯ୍ୟଟକ ଜଣଙ୍କ ମନ୍ଦିର ମଧ୍ୟକୁ ପ୍ରବେଶ କଲେ ସେନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଶ୍ରୀମନ୍ଦିର ଭିତରେ ଓ ଚାରି ଦ୍ଵାରରେ ମାଳ ମାଳ ପୋଲିସ ସୁରକ୍ଷା ଦାୟିତ୍ବରେ ଥିବା ବେଳେ ଶ୍ରୀମନ୍ଦିର ଭିତରେ ପ୍ରଵେଶ କରି ବୁଲାବୁଲି କରିଛନ୍ତି ଜଣେ ବିଦେଶୀ ନାଗରିକ। ମନ୍ଦିର ଭିତରକୁ ଅଣ ହିନ୍ଦୁଙ୍କ ପ୍ରଵେଶକୁ ବାରଣ କରାଯାଇଥିବା ବେଳେ ଜଣେ ବିଦେଶୀ କିଭଳି ଶ୍ରୀ ମନ୍ଦିର ମଧ୍ୟକୁ ଗଲେ ଓ ତାଙ୍କୁ କିଏ ପ୍ରଵେଶ କରେଇବାରେ ସାହାଯ୍ୟ କଲେ ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ଗତକାଲି(ବୁଧବାର) ସନ୍ଧ୍ୟା ସମୟରେ ଜଣେ ବିଦେଶୀ ନାଗରିକ ଶ୍ରୀମନ୍ଦିର ବାଇଶି ପାହାଚ ଓ ପରେ ସିଂହଦ୍ଵାର ଦେଇ ଆସିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଇଛି । ତୁରନ୍ତ ପୁରୀ ପୋଲିସ ସିସିଟିଭି ଯାଞ୍ଚ କରି କେଉଁ ପୋଲିସ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା ସେନେଇ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ସେବାୟତ ଓ ଭକ୍ତ ମହଲରେ ଦାବି ହୋଇଛି ।

ତେବେ ଉକ୍ତ ବିଦେଶୀଙ୍କ ପରିଚୟ ଜଣାପଡି ନଥିବା ବେଳେ ପୋଲିସ ଏନେଇ ଅଧିକ ଅନୁସନ୍ଧାନ କରିବାକୁ ଦାବି ହୋଇଛି । ଶ୍ରୀମନ୍ଦିରକୁ ସବୁବେଳେ ବିପଦ ଥିବା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଚେତାଇ ଆସୁଥିବା ବେଳେ ଜଣେ ବିଦେଶୀ ବ୍ୟକ୍ତିକୁ ଯଦି ପୁରୀ ପୋଲିସ ଚିହ୍ନି ପାରୁନାହିଁ ତାହା ହେଲେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କିଭଳି ଚାଲିଛି ତାହା ସ୍ପଷ୍ଟ ବାରି ହୋଇପଡୁଛି । ଶ୍ରୀମନ୍ଦିର ଚାରି ଦ୍ଵାର ଓ ଶ୍ରୀମନ୍ଦିର ଭିତରେ ଥିବା ପୋଲିସ କର୍ମଚାରୀ କେବଳ ନିଜର ଡ୍ୟୁଟି ଅବଧି କିଭଳି ସରିବ ଓ ସେମାନେ କିଭଳି ଘରକୁ ଫେରିବେ ପୋଲିସଙ୍କ କେବଳ ଏହି ଲକ୍ଷ୍ୟ ଥିବା ଅଭିଯୋଗ ହୋଇଛି ।

ଅଧିକାଂଶ ସମୟରେ କେବଳ ସ୍ମାର୍ଟ ଫୋନ ଧରି ପୋଲିସମାନେ ସମୟ କାଟୁଥିବା ଦେଖା ଯାଉଛି । କିଛି ଦିନ ତଳେ ଜଣେ ବାଂଲାଦେଶୀ ନାଗରିକ ମନ୍ଦିର ଭିତର ଫଟୋ ଭାଇରାଲ କରିଥିଲେ । ସେହିପରି ଗତ କିଛି ଦିନ ତଳେ ଡ୍ରୋନ୍‌ ମାଧ୍ୟମରେ ଶ୍ରୀମନ୍ଦିର ଭିତରର ଦୃଶ୍ୟ ସୁଟିଂ କରି ସୋସିଆଲ ମିଡ଼ିଆରେ ଅପଲୋଡ଼ ହୋଇଥିଲା । ତେବେ ମନ୍ଦିର ସୁରକ୍ଷା ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିବା ବେଳେ ପୁରୀ ଏସ୍‌ପି ଏନେଇ ଗମ୍ଭୀର ନଥିବା ସେବାୟତ ଓ ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇ ଆସୁଛି ।

ଇଟିଭି ଭାରତ, ପୁରୀ

Last Updated : Jan 27, 2023, 8:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.