ETV Bharat / state

ବନ୍ୟାରେ ଜିଲ୍ଲାର 9ଟି ବ୍ଲକ ପ୍ରଭାବିତ, 2 ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ

author img

By

Published : Aug 22, 2022, 10:54 PM IST

ବନ୍ୟା ଯୋଗୁଁ ପୁରୀ ଜିଲ୍ଲାର 9ଟି ବ୍ଲକ ପ୍ରଭାବିତ (9 blocks of Puri district are affected due to flood)। 2 ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ । ବନ୍ୟା ବିପନ୍ନଙ୍କ ପାଖରେ ରିଲିଫ ପହଞ୍ଚିବା ନେଇ ସରକାର ଓ ପ୍ରଶାସନ ସମସ୍ତ ଉଦ୍ୟମ କରୁଥିବା କହିଲେ ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ

flood situation in puri affected many blocks
ପୁରୀରେ ବନ୍ୟା ପରିସ୍ଥିତି, 9ଟି ବ୍ଲକ ପ୍ରଭାବିତ

ପୁରୀ: ରାଜ୍ୟରେ ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ଜିଲ୍ଲା ପ୍ରଭାବିତ।ସେପଟେ ମହାନଦୀର ଶାଖା ନଦୀରେ ବନ୍ୟା ଆସିବା ପରେ ଅନେକ ପଞ୍ଚାୟତ ହୋଇଛି ଜଳମଗ୍ନ । ପୁରୀ ଜିଲ୍ଲାରେ ବନ୍ୟାର ପ୍ରକୋପ ଯୋଗୁଁ ଚାଷ, ବାସ, ରୋଜଗାର ସବୁକିଛି ଉଯୁଡ଼ି ଯାଇଛି ।ବନ୍ୟା ଯୋଗୁଁ ଜିଲ୍ଲାରେ ୯ଟି ବ୍ଲକ ପ୍ରଭାବିତ (9 blocks of Puri district are affected due to flood) ହୋଇଥିବା ବେଳେ ୨ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀରେ ରହିଥିବା ସୂଚନା ।

ଏହା ମଧ୍ୟ ପଢନ୍ତୁ-ନଦୀଗୋରଡା କେନାଲ ବନ୍ଧରେ ୨୦ ଫୁଟର ଘାଇ, ସତ୍ୟବାଦୀ ବ୍ଲକର ୨ ପଞ୍ଚାୟତ ଜଳବନ୍ଦୀ

ସୂଚନା ଅନୁସାରେ, ପୁରୀ ଜିଲ୍ଲାରେ ଅସ୍ତରଙ୍ଗ, ବ୍ରହ୍ମଗିରି, ଗୋପ, ଡେଲାଙ୍ଗ, କଣାସ, ନିମାପଡ଼ା, ପିପିଲି, ପୁରୀ ସଦର ଓ ସତ୍ୟବାଦୀରେ ବନ୍ୟା ପ୍ରକୋପ ଦେଖାଦେଇଛି । ୬୫ଟି ଗ୍ରାମପଞ୍ଚାୟତର ୩୮୦ଟି ଗ୍ରାମ ପ୍ରଭାବିତ ହୋଇଥିବା ଜଣାପଡିଛି । ପ୍ରାୟ ୨ଲକ୍ଷରୁ ଅଧିକ ବ୍ୟକ୍ତି ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ଏନେଇ ରନ୍ଧା ଖାଦ୍ୟ ବନ୍ୟା ପ୍ରଭାବିତଙ୍କ ନିକଟରେ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି। ତେବେ ୪୬ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲିଥିବା ବେଳେ ବନ୍ୟା ବିପନ୍ନଙ୍କ ପାଖରେ ରନ୍ଧାଖାଦ୍ୟ ପହଞ୍ଚାଇବାରେ ପ୍ରଶାସନ ଉଦ୍ୟମ ଜାରି ରଖିଛି ।

୯୧୭୧ ହେକ୍ଟର ଚାଷ ଜମିରେ ପାଣି ଜମି ରହିଥିବା ବେଳେ ବନ୍ୟା ପ୍ରଭାବିତଙ୍କ ନିକଟରେ ଖାଦ୍ୟ ଓ ଶୁଖିଲା ଖାଦ୍ୟ ପହଞ୍ଚାଇବା ଧାରା ଅବ୍ୟାହତ ରହିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଏନେଇ ୧୮୦ କୁଇଣ୍ଟାଲ ଚାଉଳ, ୩୩୩୬.୪୬ କୁଇଣ୍ଟାଲ ଚୁଡ଼ା, ୪୧୮.୮୬୨ କୁଇଣ୍ଟାଲ ଗୁଡ଼ ଓ ଚିନି ଏବଂ ୫୨୬୮ଟି ପଲିଥିନ ବନ୍ୟା ପ୍ରଭାବିତ ପରିବାରକୁ ପ୍ରଦାନ କରାଯାଇଥିବା ଜଣାପଡିଛି । ଏଯାବତ ୫୦ ହଜାର୬୮୦ଟି ପାଣି ବୋତଲ, ୮ହଜାରପାଣି ପାଉଚ୍ ଓ ୨୦ ହଜାରପ୍ୟାକେଟ ବିସ୍କୁଟ ପହଞ୍ଚାଇବା ସହ ସ୍ଵାସ୍ଥ୍ୟବସ୍ଥା ପରଖିବା ଲାଗି ୩୩ଟି ମେଡିକାଲ୍ ଟିମ୍ ବିଭିନ୍ନ ବନ୍ୟାପ୍ରଭାବିତ ସ୍ଥଳରେ ପହଞ୍ଚିଥିବା ବେଳେ ୧୦ଟି ଭେଟେରିନାରି ଟିମ୍ ଗୃହପାଳିତ ପଶୁମାନଙ୍କୁ ଚିକିତ୍ସା ସେବା ନିମନ୍ତେ ନିୟୋଜିତ ହୋଇଛନ୍ତି। ତେବେ ବନ୍ୟା ପାଣି ଛାଡିବା ପରେ କ୍ଷୟକ୍ଷତିର ଆକଳନ କରାଯିବା ନେଇ ସୂଚନା ଦେଇଛନ୍ତି । ତେବେ ରିଲିଫ କୋଡ ଅନୁଯାୟୀ ଘର ଭଙ୍ଗା ସହାୟତା, ଚାଷୀଙ୍କୁ ଫସଲ ଉଜୁଡ଼ିବା ନେଇ କ୍ଷତିପୂରଣ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.