ETV Bharat / state

ମାଟିରେ ମିଶିଲା ଏମାର ମଠ, ଅତୀତ ହେଲା ରଘୁନନ୍ଦନ ଲାଇବ୍ରେରୀ - ମଠ ଉଚ୍ଛେଦ ପ୍ରକ୍ରିୟା

1921 ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଲାଇବ୍ରେରୀ ଉପରେ ବୁଲଡୋଜର ମାଡି ଯାଇଛି । ପୁରୀ ପ୍ରଶାଶନ ପକ୍ଷରୁ ଏହାକୁ ଅସୁରକ୍ଷିତ ଗୃହ ଘୋଷଣା କରାଯାଇ ଭଙ୍ଗା ଯାଇଥିଲା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Aug 31, 2019, 5:24 AM IST

ପୁରୀ: ଐତିହାସିକ ଏମାର ମଠ ପରେ ମାଟିରେ ମିଶିଛି ରଘୁନନ୍ଦନ ଲାଇବ୍ରେରୀ । 1921 ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଲାଇବ୍ରେରୀ ଉପରେ ବୁଲଡୋଜର ମାଡି ଯାଇଛି । ଯାହାଫଳରେ ଓଡିଶାର ସଂସ୍କୃତି ଓ ଇତିହାସର ଗନ୍ତାଘର ଥିବା ପାଠାଗାର ଓ ମଠ ଏବେ ଇତିହାସ ପୃଷ୍ଠାରେ ।

ପୁରୀ ପ୍ରଶାଶନ ପକ୍ଷରୁ ଏହାକୁ ଅସୁରକ୍ଷିତ ଗୃହ ଘୋଷଣା କରାଯାଇ ଭଙ୍ଗାଯାଇଥିଲା । ଶୁକ୍ରବାର ସକାଳ 6 ଟାରୁ ସନ୍ଧ୍ୟା 6ଟା ଯାଏଁ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା । ଏମାର ମଠ ଉଚ୍ଛେଦ ପ୍ରକ୍ରିୟାର ତୃତୀୟ ଦିନରେ ପ୍ରଥମେ ଏମାର ମଠ ପଛପଟୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ ଜିଲ୍ଲାପାଳ, ଏସପିଙ୍କ ସମେତ ବରିଷ୍ଠ ଅଧିକାରୀ ଏଥିରେ ସାମିଲ ଥିଲେ । ଶୁକ୍ରବାର ସିଂହ ଦ୍ବାର ସମ୍ମୁଖରେ ଥିବା ଏମାର ମଠର ବିଶାଳ ଦ୍ଵିତଳ ପ୍ରସାଦକୁ ଭଙ୍ଗାଯାଇଥିଲା । ଶନିବାର ଏମାର ମଠର ପୁରୁଣା ପରିତ୍ୟକ୍ତ ଗୃହକୁ ଭଙ୍ଗାଯିବ । ତେବେ ଏମାର ମଠର ମହନ୍ତ କିନ୍ତୁ ରଘୁନନ୍ଦନ ଲାଇବ୍ରେରୀକୁ ଉଚ୍ଛେଦକୁ ବିରୋଧ କରି ଦିନ ସାରା ପୁରୁଣା ଗୃହରେ ରହିଥିଲେ ।

ସେ ପୁରୁଣା ମଠ ଗୃହରେ ଥିବାରୁ ଏହାକୁ ଭଙ୍ଗାଯାଇପାରିନାହିଁ । ତେବେ ପ୍ରଶାସନ ଯେତେ ଆଲୋଚନା କଲେ ବି ମହନ୍ତ ସନ୍ତୁଷ୍ଟ ହୋଇନାହାନ୍ତି । ପ୍ରଶାସନ କହିବା କଥା ଏମାର ମଠ ମହନ୍ତ ପ୍ରଶାସନ ସହିତ ଆଲୋଚନା କରିଛନ୍ତି । ଶନିବାର ପରିତ୍ୟକ୍ତ ଗୃହ ଭଙ୍ଗାଯିବ ।

ସେହିପରି ମହନ୍ତ ଓ ତାଙ୍କ ସହଯୋଗୀଙ୍କ ରହିବା ପାଇଁ ପ୍ରଶାସନ ଏକ କଣ୍ଟେନର ଘର ଆଣି ମଠ ଜାଗାରେ ରଖିଛି । ସେଠାରେ ଅସ୍ଥାୟୀ ଭାବେ ମଠ ମହନ୍ତ ଓ ତାଙ୍କ ଶିଷ୍ୟମାନେ ରହିବେ । ଅନ୍ୟପଟେ ଉଚ୍ଛେଦ ହୋଇଥିବା ଲଙ୍ଗୁଳି ମଠକୁ ଲାଗିକି ଥିବା ବଡ଼ ଅଖଡା ମଠ ମଧ୍ୟ ଉଚ୍ଛେଦ ହେବ ।

ଏନେଇ ସେଠାରେ ଦୋକାନ ଦେଇଥିବା ଦୋକନୀଙ୍କୁ ମଧ୍ୟ ଖାଲି କରିବାକୁ ପ୍ରଶାସନ କହିଛି । ପୁରୀକୁ ସମ୍ପୁର୍ଣ୍ଣ ଐତିହ୍ୟ ସମ୍ପୂର୍ଣ୍ଣ ସହର କରିବା ପାଇଁ ଶ୍ରୀମନ୍ଦିର ସୁରକ୍ଷା ବଳୟରେ ଆସୁଥିବା 75 ମିଟର ଯାଏଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଏମାର ମଠ ହେଲା ଉଛେଦ.

Body:ପୁରୀ ର ଐତିହାସିକ ଏମାର ମଠ କୁ ଉଛେଦ କରିଛି ପ୍ରଶାସନ। ରଘୁନନ୍ଦନ ଲାଇ ବ୍ରେରୀ ମଧ୍ୟ ମାଟି ରେ ମିଶି ଯାଇଛି। ଏହି ଲାଇ ବ୍ରେରୀ ଓ ମଠ ଏବେ ଇତିହାସ ପୃଷ୍ଠାରେ। ଅସୁରକ୍ଷିତ ଗୃହ ଘୋଷଣା କରାଯାଇ ଏହି ବିଲ୍ଡିଂ କୁ ଭଙ୍ଗାଯାଇଥିଲା। ସକାଳ 6 ଟା ରୁ ସାନ୍ଧ୍ୟ 6 ଟା ଯାଏ ଚାଲିଥିବା ଉଛେଦ ପ୍ରକ୍ରିୟା। ଆଜି ତୃତୀୟ ଦିନରେ ଏମାର ମଠ ପଛ ପଟୁ ଚାଲିଥିବା ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୁରୀ ଜିଲାପାଳ, sp ଙ୍କ ସମେତ ବରିଷ୍ଠ ଅଧିକାରୀ ସାମିଲ ଥିଲା। ସିଂହ ଦ୍ୱାର ସମୂଖ ରେ ଥିବା ଏମାର ମଠର ବିଶାଳ ଦ୍ଵି ତଳ ପ୍ରସାଦ କୁ ଆଜି ଭଙ୍ଗାଯାଇଥିଲା। ଆସନ୍ତାକାଲି ଏମାର ମଠ ର ପୁରୁଣା ପରିତ୍ୟକ୍ତ ଗୃହ ଗୁଡିକୁ ଭଙ୍ଗାଯିବ। ତେବେ ଏମାର ମଠର ମହନ୍ତ କିନ୍ତୁ ଦିନ ସାରା ପୁରୁଣା ଗୃହ ରେ ରହିଥିଲେ। ବାହାର କୁ ଆସି ନ ଥିଲେ। ରଘୁନନ୍ଦନ ଲାଇ ବ୍ରେରୀ କୁ ଉଛେଦ ସେ ବିରୋଧ କରି ସେ ମଠ ରୁ ବାହାରି ନ ଥିଲେ। ଫଳରେ ପୁରୁଣା ମଠ ଗୃହ ଭଙ୍ଗାଯାଇ ପାରି ନାହିଁ। ତେବେ ପ୍ରଶାସନ ଯେତେ ଆଲୋଚନା କଲେ ବି ମହନ୍ତ ସନ୍ତୁଷ୍ଟ ହୋଇ ନାହାନ୍ତି। ତେବେ ପ୍ରଶାସନ କହିବା କଥା ଏମାର ମଠ ମହନ୍ତ ପ୍ରଶାସନ ସହିତ ଆଲୋଚନା କରଛନ୍ତି। ଆସନ୍ତାକାଲି ପରିତ୍ୟକ୍ତ ଗୃହ ଭଙ୍ଗାଯିବ। ସେହିପରି ମହନ୍ତ ଓ ତାଙ୍କ ସହଯୋଗ ରହିବା ପାଇଁ ପ୍ରଶାସନ ଏକ କଣ୍ଟେନର ଘର ଆଣି ମଠ ଜାଗାରେ ରଖିଛି। ସେଠାରେ ଅସ୍ଥାୟୀ ଭାବେ ମଠ ମହନ୍ତ ଓ ତାଙ୍କ ଶିଷ୍ୟ ରହିବେ। ଅନ୍ୟପଟେ ଉଛେଦ ହୋଇ ଥିବା ଲଙ୍ଗୁଳି ମଠ କୁ ଲାଗିକି ଥିବା ବଡ଼ ଅଖଡା ମଠ ମଧ୍ୟ ଉଛେଦ ହେବ। ଏ ନେଇ ସେଠାରେ ଦୋକାନ ଦେଇ ଥିବା ଦୋକନି ଙ୍କୁ ଖାଲି କରିବାକୁ ପ୍ରଶାସନ କହିଛି। ସେହିପରି ସେଠାରେ ଚାଲି ଥିବା ସିଂ ହ ଦ୍ୱାର ଥାନା କୁ ସମୁଖ ବାଗେ ଡିଆ ଧର୍ମ ଶାଳା କୁ ନିଆଯାଇଛି। ପୁରୀ କୁ ଐତିହ ସହର କରିବା ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ସୁରକ୍ଷା ବଳୟ ରେ ଆସୁଥିବା 75 ମିଟର ଯାଏ ଉଛେଦ କାର୍ଯ୍ୟ ଆଗେଇ ଚାଲିଛି। ବାଇଟ,, ବିନୟ କୁମାର ଦାସ , ପୁରୀ ଅତିରିକ୍ତ ଜିଲ୍ଲାପାଳ

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.