ETV Bharat / state

ପୁରୀରେ କୋରୋନା ଟେଷ୍ଟ, 47 ସାମ୍ପଲରୁ 38 ନେଗେଟିଭ - Corona Test in Puri

ପୁରୀ ଜିଲ୍ଲାବାସୀ ସଠିକ ଭାବେ ଲକଡାଉନ ନିୟମକୁ ମାନୁ ଥିବାରୁ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ପୁରୀ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଅଧିକ ପଢ଼ନ୍ତୁ...

Corona Test
ପୁରୀବାସୀଙ୍କୁ ଧନ୍ୟବାଦ ଦେଲେ ଜିଲ୍ଲାପାଳ
author img

By

Published : Apr 3, 2020, 12:23 AM IST

ପୁରୀ: ସାରା ଦେଶରେ 21ଦିନ ଧରି ହେବାକୁ ଥିବା ଲକଡାଉନ ଗୁରୁବାର 10 ଦିନରେ ପହଞ୍ଚିଛି । ତେବେ ପୁରୀ ଜିଲ୍ଲାବାସୀ ସଠିକ ଭାବେ ଲକଡାଉନ ନିୟମକୁ ମାନୁ ଥିବାରୁ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ପୁରୀ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ସମୟରେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଧର୍ଯ୍ୟର ସହ ଆଉ କିଛିଦିନ ଲକଡାଉନ ନିୟମ ପାଳନ ଜାରି ରଖିବାକୁ ଜିଲ୍ଲାପାଳ ପୁରୀବାସୀଙ୍କୁ ନିବେଦନ କରିଛନ୍ତି।

ପୁରୀବାସୀଙ୍କୁ ଧନ୍ୟବାଦ ଦେଲେ ଜିଲ୍ଲାପାଳ

ସେହିପରି ଜିଲ୍ଲାପାଳଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା ଅନୁଯାୟୀ, ପୁରୀ ଜିଲ୍ଲାରେ ମୋଟ 47 ଟି କୋରୋନା ସନ୍ଦିଗ୍ଧ ନେଇ ସାମ୍ପଲ ଟେଷ୍ଟ ପାଇଁ ଭୁବନେଶ୍ବରକୁ ପଠାଯାଇଛି। ସେଥିମଧ୍ୟରୁ 38 ଟି ସାମ୍ପଲ ରିପୋର୍ଟ ନେଗେଟିଭ ଆସିଛି । ତେବେ ସାମାନ୍ୟ ଜର କି ଥଣ୍ଡା ହେଲେ ଅବହେଳା ନକରି ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନେବାକୁ ଜିଲ୍ଲାପାଳ ବଲବନ୍ତ ସିଂ କହିଛନ୍ତି ।

ସେହିପରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରଥମେ ନଆସି ନିକଟସ୍ଥ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯିବା ଲାଗି ଜିଲ୍ଲାପାଳ କହିଛନ୍ତି । ଜିଲା ମୁଖ୍ୟ ଚିକିତ୍ସାଳୟରେ କୋରୋନା ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ ଥିବାରୁ ସେଠାକୁ ଗଲେ କୋରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.