ପୁରୀ: ବାଲୁକାଚିତ୍ର କଳାରେ ସଚେତନତା ବାର୍ତ୍ତା । 21 ଅକ୍ଟୋବରକୁ ଆମ ଦେଶରେ ନ୍ୟାସନାଲ ବ୍ରେଷ୍ଟ କ୍ୟାନ୍ସସର ଆକ୍ସନ ଡେ ଭାବେ ପାଳନ କରାଯାଏ । ବ୍ରେଷ୍ଟ କ୍ୟାନ୍ସସରର କାରଣ କଣ, ଏହାର କିଭଳି ଚିକିତ୍ସା କରାଯାଇ ପାରିବ ସେ ନେଇ ସଚେତନତା ନିମନ୍ତେ ଏହି ଦିବସ ପାଳନ କରାଯାଏ ।
ତେବେ ଏହି ବିଶେଷ ଦିନରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ର କଳା କରି ଏହି ଦିବସର ଉଦେଶ୍ୟ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି । ଇଣ୍ଡିଆ ଫାଇଟ୍ସ ବ୍ରେଷ୍ଟ କ୍ୟାନ୍ସରର ମେସେଜ ରହିଛି ଏହି ବାଲୁକା ଚିତ୍ର କଳା ମାଧ୍ୟମରେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ