ଯେତେବେଳେ ସଂସ୍କୃତି ଓ ଐତିହ୍ୟ କଥା ଉଠେ ଭାରତର ପ୍ରତ୍ୟକ ମଠ ଓ ମନ୍ଦିର ଏହାର ପରିଚୟ ଦିଅନ୍ତି । ଆଉ କୋଣାର୍କ ମନ୍ଦିର ଭାରତୀୟ ସଂସ୍କୃତିର ମହାନ ନିଦର୍ଶନ । କୋଣାର୍କ ନାଁ ଟି ‘କୋଣ’ ଓ ‘ଅକ୍ର (ସୂର୍ଯ୍ୟ)’ ଶବ୍ଦରୁ ଆସିଛି । ଏହା ପୁରୀ ବା ଅର୍କକ୍ଷେତ୍ରର ଉତ୍ତର ପୂର୍ବ କୋଣରେ ଅବସ୍ଥିତ ।
ତେବେ ଆସନ୍ତୁ ଜାଣିବା ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନ ପାଇଥିବା ମହାନ କୋଣାର୍କ ମନ୍ଦିର ବିଷୟରେ କିଛି ଅଜଣା କଥା ।
1-ବିଶ୍ବ ଐତିହ୍ୟ ସ୍ମାରକର ମାନ୍ୟତା
ପ୍ରାଚୀନ ସ୍ଥାପତ୍ୟ ଅନନ୍ୟ ନିର୍ମାଣ ଶୈଳୀରେ ତିଆରି ହୋଇଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ହେଉଛି ୟୁନେସ୍କୋ (UNESCO) ଦ୍ବାରା ମାନ୍ୟତା ପ୍ରାପ୍ତ ଏକମାତ୍ର ବିଶ୍ବ ଐତିହ୍ୟ ସ୍ଥଳ ।

2- କଳାତ୍ମକ ଚମତ୍କାରିତା ଏବଂ ଯାନ୍ତ୍ରୀକ ନିପୁଣତା
ଗଙ୍ଗ ବଂଶର ମହାନ ରାଜା ଲାଙ୍ଗୁଳା ନରସିଂହ ଦେବ ଏହି ମନ୍ଦିରକୁ ନିର୍ମାଣ କରାଇଥିଲେ । 1243-1255 ଖ୍ରୀଷ୍ଟାବ୍ଦ (13ତମ ଶତାବ୍ଦୀ)ରେ 12 ଶହ କାରିଗର 12 ବର୍ଷ ଧରି ଏହି ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଅତି ସୁନ୍ଦର ଭାବେ ପଥର ଖୋଦେଇ କରି ମନ୍ଦିରକୁ ନିର୍ମାଣ କରାଯାଇଥିଲା । ତେବେ ସେ ଯୁଗରେ ବିନା କୌଣସି ଆଧୁନିକା ଯନ୍ତ୍ରପାତି ବିନା ଏଭଳି କଳାତ୍ମକ ନିପୁଣତା ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରେ ।

3- ରଥ ଶୈଳୀରେ ନିର୍ମାଣ ହୋଇଛି ମନ୍ଦିର
କୋଣାର୍କ ମନ୍ଦିରଟି 24ଟି ଚକ ଉପରେ ଅବସ୍ଥାପିତା ରଥାକୃତିର ସୁନ୍ଦର ସଜ୍ଜିତ ମନ୍ଦିର । ପ୍ରତିଟି ଚକ 10 ଫୁଟ ବ୍ୟାସ ବିଶିଷ୍ଟ ହୋଇଥିବା ବେଳେ ଏଥିରେ 7ଟି ଘୋଡ଼ା ଖଞ୍ଜା ଯାଇଛି ।

4- ବ୍ଲାକ ପଗୋଡା
କୋଣାର୍କ ମନ୍ଦିରଟି ପ୍ରାରମ୍ଭରୁ ଚନ୍ଦ୍ରଭାଗା କୂଳରେ ନିର୍ମାଣ କରାଯାଇଥିଲା । କିନ୍ତୁ ଏବେ ସମୁଦ୍ର ଘୁଞ୍ଚିଯାଇଛି ଏବଂ ମନ୍ଦିର ଚନ୍ଦ୍ରଭାଗା ଠାରୁ କିଛି ବାଟ ଦୂରରେ ରହିଛି । ଏହାର ରଙ୍ଗ କଳା ହୋଇଥିବାରୁ ଓ ପ୍ରାଚୀନ କାଳରେ ଓଡ଼ିଆ ନାବିକ ମାନେ ଦିଗ ସୂଚକ ଭାବେ ବ୍ୟବହାର କରୁଥିବାରୁ ଏହାକୁ ‘ବ୍ଲାକ ପଗୋଡ଼ା’ ବୋଲି କୁହାଯାଏ ।

5- ସୂର୍ଯ୍ୟଙ୍କୁ ସମର୍ପିତ
କୋଣାର୍କ ମନ୍ଦିରଟି ଭଗବାନ ସୂର୍ଯ୍ୟଙ୍କ ପୂଜର୍ଚ୍ଚନା ପାଇଁ ନିର୍ମାଣ କରାଯାଇଥିଲା । ତେଣୁ ଭଗବାନ ସୂର୍ଯ୍ୟଙ୍କ ରଥ ଭଳି ଏକ ବିଶାଳ ରଥାକୃତିରେ ନିର୍ମିତ ଏହି ମନ୍ଦିର ସୂକ୍ଷ୍ମ ପଥର ଖୋଦିଦ କାରୁକାର୍ଯ୍ୟ ଦ୍ବାରା ଆଚ୍ଛାଦିତ ହୋଇଛି ।

6-କୋଣାର୍କର ଚକରୁ ମିଳିଛି ଆଧୁନିକ ଘଣ୍ଟାର ପ୍ରେରଣା
ମନ୍ଦିରର ମୁଖ୍ୟ ଆକାର୍ଷଣ ହେଉଛି ଏହାର ବାର ଯୋଡି଼ ଚକ । ଯାହା ମନ୍ଦିରର ମୂଳରେ ଅବସ୍ଥିତ । ଏହା କୌଣସି ସାଧାରଣ ଚକ ନୁହେଁ ଏହା ସମୟ ମଧ୍ୟ ବତାଇ ଦିଅନ୍ତି । ଚକର ଅଖ ଗୁଡିକ ଏକ ସୂର୍ଯ୍ୟଘଣ୍ଟା ତିଆରେ କରେ । ତେବେ ଏହି ଅଖଗୁଡିକର ଛାଇକୁ ଗଣନା କରି ଜଣେ ସମୟର ଅନୁମାନ ଖୁବ ଆରାମରେ କରି ପାରିବ ।

7- ନିର୍ମାଣ ପଛର ବିଜ୍ଞାନ
ମନ୍ଦିରର ଶୀର୍ଷରେ ଏକ ଭାରୀ ଚୁମ୍ବକ ରଖାଯାଇଥିଲା ଏବଂ ମନ୍ଦିରର ପ୍ରତ୍ୟେକ ଦୁଇଟି ପଥର ଭିତରେ ଲୁହା ପ୍ଲେଟ ରଖାଯାଇଥିଲା । ଚୁମ୍ବକର ବ୍ୟବସ୍ଥା ହେତୁ ସୂର୍ଯ୍ୟଙ୍କ ପ୍ରତିମାଟି ବାୟୁରେ ଭାସମାନ ଅବସ୍ଥାରେ ଥିଲା ବୋଲି କୁହାଯାଏ।

8- ନୈତିକତାର ଶିକ୍ଷା ଦିଏ କୋଣାର୍କ
କୋଣାର୍କ ମନ୍ଦିରର ପ୍ରବେଶ ଦ୍ବାରର ଉଭୟ ପାର୍ଶ୍ବରେ ରହିଛନ୍ତି ଦୁଇଟି ସିଂହ । ଦୁଇ ସିଂହ ଦୁଇଟି ହାତୀକୁ ମାଡି ବସିଥିବାର ଦେଖାଯାଏ ଓ ଦୁଇ ହାତି ଦୁଇଟି ମଣିଷଙ୍କୁ ମାଡି ବସିଛନ୍ତି । ଏହାର ଅର୍ଥ ହେଉଛି ସିଂହ ହେଲା ଗର୍ବର ପ୍ରତୀକ, ହାତୀ ହେଲା ସମ୍ପଦର ପ୍ରତୀକ ଆଉ ମଣିଷ ଏହି ଦୁଇଟି ପାଇଁ ସାମ୍ନା କରୁଥିବା ଅସୁବିଧା ସବୁ ଏଥିରେ ପ୍ରତିଫଳିତ ହୁଏ ।

9- କୂଳର ଦିଶାନିର୍ଦ୍ଦେଶ
ପ୍ରତିଦିନ ସୂର୍ଯ୍ୟକିରଣ ସମୁଦ୍ର କୂଳ ଦେଇ ନାଟ ମଣ୍ଡପରେ ପହଁଞ୍ଚେ ଏବଂ ସୂର୍ଯ୍ୟଙ୍କ ପ୍ରତିମାରେ ଖଞ୍ଜା ଯାଇଥିବା ହୀରାରେ ପ୍ରତିଫଳିତ ହୋଇଥାଏ । ତେବେ ବ୍ରିଟିଶ ଅମଳରେ ଏହି ଚୁମ୍ବକୀୟ ପଥର ସବୁକୁ କାଢ଼ି ନେଇଥିଲେ ଇଂରେଜ ମାନେ ।

10- ସ୍ଥାପତ୍ୟର ଚମତ୍କାରିତା
କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରତ୍ୟେକଟି ଖଣ୍ଡରେ ଦେବତା, ନୃତ୍ୟଶିଳ୍ପୀ, ଜୀବନର ଦୃଶ୍ୟ, ଦରବାର ଇତ୍ୟାଦି ମୂର୍ତ୍ତିରେ ଆଚ୍ଛାଦିତ ।

କୋଣାର୍କ ମନ୍ଦିର ନିଜସ୍ବ ଏକ ଆକର୍ଷଣ ରହିଛି ଯାହା ଦେଶ ବିଦେଶରୁ ଅନେକ ପର୍ଯ୍ୟଟକଙ୍କୁ ନିଜ ପାଖକୁ ଟାଣି ଆଣେ ।