ETV Bharat / state

ନୂଆପଡାରେ WODC ଅଧ୍ୟକ୍ଷ: ଭବିଷ୍ୟତରେ ଶିଳ୍ପଦ୍ୟୋଗୀ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ - ଅସିତ ତ୍ରିପାଠୀ ନୂଆପଡା ଗସ୍ତ

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ବୁଧବାର ନୂଆପଡା ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ସେ ନୂଆପଡା ସଦର ମହକୁମାରେ 500 ଶଯ୍ୟା ବିଶିଷ୍ଟ ଏକ ଟାଉନ ହଲର ଶିଳାନ୍ୟାସ କରିଛନ୍ତି । ଅଧିକ ପଢନ୍ତୁ

ନୂଆପଡାରେ WODC ଅଧ୍ୟକ୍ଷ: ଭବିଷ୍ୟତରେ ଶିଳ୍ପଦ୍ୟୋଗୀ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

author img

By

Published : Jun 2, 2022, 10:30 AM IST

ଭୁବନେଶ୍ବର: ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ବୁଧବାର ନୂଆପଡା ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ସେ ନୂଆପଡା ସଦର ମହକୁମାରେ 500 ଶଯ୍ୟା ବିଶିଷ୍ଟ ଏକ ଟାଉନ ହଲର ଶିଳାନ୍ୟାସ କରିଛନ୍ତି । ପଶ୍ଟିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ 7 କୋଟି 78 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବ ଏହି ଅଡିଟୋରିଅମ । ଏହି ପ୍ରେକ୍ଷାଳୟରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଶୀତତାପ ନିୟନ୍ତ୍ରକ ବ୍ୟବସ୍ଥା ଉପଲବ୍ଧ ହେବ ।

ନୂଆପଡାରେ WODC ଅଧ୍ୟକ୍ଷ: ଭବିଷ୍ୟତରେ ଶିଳ୍ପଦ୍ୟୋଗୀ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ
ନୂଆପଡାରେ WODC ଅଧ୍ୟକ୍ଷ: ଭବିଷ୍ୟତରେ ଶିଳ୍ପଦ୍ୟୋଗୀ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

ଜିଲ୍ଲା ସଦର ମହକୁମା ପାଇଁ ଏକ ବଡ ଅଡିଟୋରିଅମର ଆବଶ୍ୟକତା ରହିଥିଲା । ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ ଅଧିରାଜ ପାଣିଗ୍ରାହୀ ବାରମ୍ବାର ଦାବି କରିଆସୁଥିଲେ । ଜିଲ୍ଲାପ୍ରଶାସନ ତରଫରୁ ମଧ୍ୟ ଅନୁରୂପଭାବେ ପ୍ରସ୍ତାବ ଆସିଥିଲା । ଏହି ପ୍ରେକ୍ଷାଳୟ ପରିଚାଳନା ଦାୟିତ୍ୱ ଜିଲ୍ଲା ପ୍ରଶାସନ ଦାୟିତ୍ୱରେ ରହିବ । କିନ୍ତୁ ନ୍ୟାସନାଲ କଲେଜ ନୂଆପଡାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଦେୟମୁକ୍ତ ରହିବ । ଜିଲ୍ଲାର ଦୁଇ ବିଜ୍ଞପିତ ଅଂଚଳ ପରିଷଦ ନୂଆପଡା ଓ ଖରିଆର ରୋଡବାସୀ ଏହା ଦ୍ୱାରା ଉପକୃତ ହେବେ । ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ବିଧାୟକ ନୂଆପଡା ରାଜେନ୍ଦ୍ର ଢୋଲକିଆ ଓ ଜିଲ୍ଲାପାଳ ସ୍ୱଧା ଦେବ ସିଂ, ନୂଆପଡା ସାଂସଦଙ୍କ ପ୍ରତିନିଧି, ସ୍ଥାନୀୟ ଏନଏସିର ଅଧ୍ୟକ୍ଷ ଓ ଅନ୍ୟ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ନ୍ୟାସନାଲ କଲେଜ ପରିଦର୍ଶନ କରିଛନ୍ତି । ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପଦ୍ୟୋଗୀ ହେବାପାଇଁ ସେ ଉତ୍ସାହିତ କରିଛନ୍ତି । ମହାବିଦ୍ୟାଳୟରେ ରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ ଓ ଛାତ୍ରୀମାନଙ୍କ ନିମନ୍ତେ ଏକ ଓ୍ୱାସରୁମ ନିର୍ମାଣ ସୁବିଧା କରାଯିବା ପାଇଁ ସେ ପ୍ରତିଶୃତି ଦେଇଛନ୍ତି । ପୂର୍ବରୁ ପଶ୍ଚିମ ଓଡିଶା ବିକାଶ ପାଣ୍ଠି ସହାୟତାରେ 40 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ସମ୍ମିଳନୀ କକ୍ଷରେ ଏହି ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି । କଲେଜ ପରିସର ବ୍ୟବସ୍ଥିତ ନଥିବାରୁ ଆନୁଷଙ୍ଗିକ ବ୍ୟବସ୍ଥା କରି ଏହାର ପରିବେଶର ଉନ୍ନତି କରଣ ପାଇଁ ସେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପରେ ପରେ ଅଧ୍ୟକ୍ଷ, ନୂଆପଡା ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ବହୁ ହିତାଧିକାରୀଙ୍କ ସହିତ ଆଲୋଚନା କରି କୃଷି ଓ କୃଷି ଉଦ୍ୟୋଗଗୁଡିକର ସ୍ଥିତି ଯାଞ୍ଚ କରିଛନ୍ତି । ଜିଲ୍ଲାରେ କୁକୁଡାପାଳନ ଲାଭଦାୟକ ହେଉଛି । ବିଶେଷ କରି ଜିଲ୍ଲାରେ କୁକୁଡା ଚାଷ କରୁଥିବା ଚାଷୀମାନଙ୍କ ପାଇଁ ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ କାର୍ଯ୍ୟରତ ଫାର୍ମ ପ୍ରଡ୍ୟୁସର ଅର୍ଗାନାଇଜେନ ମାନଙ୍କର କାର୍ଯ୍ୟ ସମୀକ୍ଷା କରାଯାଇଛି ।

ସେହିପରି ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରର ମଧ୍ୟ ବହୁ ସୁବିଧା ରହିଛି । ଜିଲ୍ଲାରେ ବିଭିନ୍ନ ପ୍ରକାର ଫସଲ ତୁଳା, ମକା ଓ ପିଆଜ ଚାଷ ପାଇଁ ପଦକ୍ଷେପ ନିଆଯାଉଛି । ଯଥାକ୍ରମେ ପ୍ରାୟ 12 ହଜାର, 6 ହଜାର ଓ 5 ହଜାର ହେକ୍ଚର ଜମିରେ ଏସବୁ ଚାଷ କରାଯିବ । ଜିଲ୍ଲାରେ ପିଆଜ ଚାଷ ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହନ ଦେବା ଓ ଚାଷ ପରେ ତାହାକୁ ସଂରକ୍ଷିତ ରଖି ଠିକ୍ ସମୟରେ ବିକ୍ରୟ କରି ଲାଭବାନ ହେବେ ସେଥିପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପର ଅଧ୍ୟକ୍ଷ ନୂଆପଡା ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ଅଚାନକ ପରିଦର୍ଶନ କରିଛନ୍ତି । ଚିକିତ୍ସାଧିନ ଅନ୍ତେବାସୀଙ୍କ ସହିତ ସେମାନେ ପାଉଥିବା ଚିକିତ୍ସା ସଂପର୍କରେ ଆଲୋଚନା କରିଛନ୍ତି । ସେମାନେ ପାଉଥିବା ଚିକିତ୍ସାସେବା ସନ୍ତୋଷଜନକ ରହିଛି ବୋଲି ପ୍ରକାଶ କରିଛନ୍ତି ।

ସ୍ୱତନ୍ତ୍ର କୋଭିଡ ସହାୟତା ଅନୁଦାନରୁ ସ୍ୱତନ୍ତ୍ର ଭାବେ 20 ଶଯ୍ୟା ବିଶିଷ୍ଟ ଆଇସିୟୁ ବେଡ୍ ଓ ଆଉ 50ଟି ଶଯ୍ୟାକୁ ଅକ୍ସିଜେନ ପାଇପ ଲାଇନ ସଂଯୋଗୀକରଣ କାର୍ଯ୍ୟ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ କରାଯାଇଛି । ନୂଆପଡା ଗସ୍ତ ସମୟରେ ପଶ୍ଚିମ ଓଡିଶା ଅଧ୍ୟକ୍ଷ ନୂଆପଡା ବିଧାୟକଙ୍କ ସହିତ ଖରିଆର ରୋଡ ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି । ସେଠାରେ ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେସନ ସର୍ଭିସ୍ ତରଫରୁ ପ୍ରଦାନ କରାଯାଉଥିବା ସେବା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଅସିତ ତାଙ୍କର ଚାକିରୀ କାର୍ଯ୍ୟକାଳ ସମୟରେ ନୂଆପଡା ଜିଲ୍ଲାରେ ପ୍ରଥମେ ଜିଲ୍ଲାପାଳ ଭାବେ ଯୋଗଦାନ କରିଥିଲେ । ସେ ଦୃଷ୍ଚିରୁ ଜିଲ୍ଲାର ଉନ୍ନତି ପାଇଁ ସେ ସ୍ୱତନ୍ତ୍ର ଦୃଷ୍ଟି ଦେଉଥିବାରୁ ଜିଲ୍ଲାବାସୀ ଆନନ୍ଦ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.