ETV Bharat / state

ଦୁର୍ଗମ ଇଲାକାର ଶିକ୍ଷାର ଆଲୋକ ଶିଖା ଆଦିବାସୀ ଝିଅ ଜାମିନି

ପାହାଡ଼ ପର୍ବତ ଘେରା ନୂଆପଡା ଜିଲ୍ଲା ର ସୁନାବେଡା ଅଭୟାରଣ୍ୟ । ଚାରି ଦିଗରେ ପାଦଚଲା ଦୁର୍ଗମ ଇଲାକା । ଅନ୍ଧବିଶ୍ବାସ ଓ ଅଶିକ୍ଷାର ଅନ୍ଧାରରେ କବଳିତ ଏଇ ଜନଜାତି। ସେଇ ଅନ୍ଧାରରେ ହଠାତ ଝଲସି ଉଠିଚି ଆଲୋକର ଶିଖା । ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆର ଉଚ୍ଚ ଶିକ୍ଷିତା ଝିଅ ଜାମିନି ଝାଙ୍କର । ଆଖିରେ ଅସୁମାରୀ ସ୍ବପ୍ନ ନେଇ ଅନ୍ଧାରି ମୂଳକ ଆଦିବାସୀ ଇଲାକାରେ ଶିକ୍ଷାର ଆଲୋକ ସଞ୍ଚାର କରିବା ନେଇ ସଂକଳ୍ପବଦ୍ଧ ସେ । ଅଧିକ ପଢ଼ନ୍ତୁ...

author img

By

Published : Jul 21, 2020, 4:34 PM IST

The Story Of 1st chakotia bhunjia tribal girl, PHD scholar jamini jhankar, nuapada news, sunabeda, ଦୁର୍ଗମ ଇଲାକାର ଅଶିକ୍ଷା ଅନ୍ଧାର, ଆଲୋକ ଶିଖା ଆଦିବାସୀ ଝିଅ ଜାମିନି, ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ
ଦୁର୍ଗମ ଇଲାକାର ଅଶିକ୍ଷା ଅନ୍ଧାର, ଆଲୋକ ଶିଖା ଆଦିବାସୀ ଝିଅ ଜାମିନି

ନୂଆପଡ଼ା: ଜିଲ୍ଲାର ସୁନାବେଡା ଅଭୟାରଣ୍ୟର ସାଢ଼େ ତିନି ହଜାର ବର୍ଗଫୁଟ ଉଚ୍ଚ ପର୍ବତ ମାଳା ବକ୍ଷରେ ଅବସ୍ଥିତ ସନବାହେଲି ଗାଁ । ଗାଁର ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଏକ ନିରୀହ ଗରିବ ପରିବାରର ଝିଅ ଜାମିନି ଝାଙ୍କର । ଆଖିରେ ତାଙ୍କର ଆଖିଏ ସ୍ବପ୍ନ, ପାଠ ପଢ଼ି ନିଜ ଗୋଡ଼ରେ ଛିଡ଼ା ହେବାର । କିନ୍ତୁ ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ସାମାଜିକ ନୀତିନିୟମ ଖୁବ କଠୋର । ହେଲେ ଜାମିନିଙ୍କ ସେଥି ପ୍ରତି ନଥିଲା ଖାତିର, ଗୋଟିଏ ସଂକଳ୍ପ ନିଜେ ପାଠ ପଢ଼ିବେ ଆଉ ନିଜ ଅଞ୍ଚଳରେ ବୁଣିବେ ଶିକ୍ଷାର ମଞ୍ଜି ।

ଚକୋଟିଆ ଭୁଞ୍ଜିଆଙ୍କ ନିୟମ ଅନୁସାରେ ଝିଅମାନେ ବିଦ୍ୟାଳୟ ଯାଇପାରିବେ ନାହିଁ, ଡ୍ରେସ ପିନ୍ଧିବେ ନାହିଁ, କେବଳ ଧଳା ଶାଢ଼ୀ ପିନ୍ଧିବେ କିନ୍ତୁ ତା ସହ ବ୍ଲାଉଜ ପିନ୍ଧିବା ମନା । ଏପରିକି ପାଦରେ ଚପଲ ମଧ୍ୟ ବ୍ୟବହାର କରି ପାରିବେ ନାହିଁ, ସହରୀ ସଭ୍ୟତାରୁ ଦୂରେଇ ରହିବା, କେଶ ମୁକୁଳା ରଖିବା ସହ ଗାଁରେ ରହି ସରଳ ଜୀବନ ଯାପନ କରିବ ନିୟମ ରହିଛି । ନିୟମକୁ ଅମାନ୍ୟ କଲେ ମିଳେ ସାମାଜିକ ଦଣ୍ଡ । ଏହିସବୁ ନିୟମକୁ ଖାତିର ନକରି ମା, ବାପାଙ୍କ ସହଯୋଗରେ ଜାମିନି ଆଗେଇ ଚାଲିଲେ ନିଜ ଲକ୍ଷ୍ୟପଥରେ । ପଠା ପଢ଼ିବେ ନିଜ ଅଞ୍ଚଳରେ ଶିକ୍ଷାର ଆଲୋକ ସଞ୍ଚାର କରିବେ । ଲୋକଙ୍କ ଟାହି ଟାପରା ଶୁଣି ମଧ୍ୟ ପାଠପଢି଼ବାକୁ ମନସ୍ଥ କଲେ । ହେଲେ ସେତେବେଳକୁ ତାଙ୍କ ଅଞ୍ଚଳରେ ବିଦ୍ୟାଳୟ ନ ଥିଲା । ନିଜ ଘର ଠାରୁ 4 କିଲୋମିଟର ଦୂରତାରେ ଥିବା ନନଫର୍ମାଲ ଶିକ୍ଷା କେନ୍ଦ୍ରରେ ପାଠପଢ଼ା ଆରମ୍ଭ କଲେ ଜାମିନି । ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସେଠାରେ ପଢ଼ିବା ପରେ, ଦଶମ ପର୍ଯ୍ୟନ୍ତ ଗୁରୁକୂଳ ଆଶ୍ରମ ଆମସେନା, ଯୁକ୍ତ 2 ଧରମବନ୍ଧା କଲେଜ, ଯୁକ୍ତ 3 ଖଡ଼ିଆଳ କଲେଜ, ଓ ଏମଏସସି ବଲାଙ୍ଗୀର କଲେଜରେ ପଢ଼ିବା ପରେ ଏବଂ ପରେ ଏବେ ସେ ଭୁବନେଶ୍ବର କିସ ଠାରେ ପିଏଚଡି ଅଧ୍ୟୟନ କରୁଛନ୍ତି । ଏହିସବୁ ସଫଳତା ପଛରେ କେତେ ଯେ ସାମାଜିକ ପ୍ରତିବନ୍ଧକ ଆର୍ଥିକ ଦୁଃଖ କଷ୍ଟ ସହିଛନ୍ତି ସେ କଥା ଛଳଛଳ ନୟନରେ କହିଛନ୍ତି ଜାମିନି ।

ଆମ ଆଦିବାସୀ ଇଲାକାରେ ଝିଅ ମାନେ ସବୁବେଳେ ହୀନ ମାନ୍ୟତା ହୋଇ ତଳେ ରହିଛନ୍ତି । ସେମାନେ ଦୁନିଆଁରେ କିଛି କରିପାରିବେ ନାହିଁ । ଘରୁ ପଦାକୁ ବାହାରିଲେ ସାମାଜିକ ପ୍ରତିବନ୍ଧକରେ ବାନ୍ଧିହୋଇ ଏକାଧିକ ନିୟମ ମାନିବାକୁ ପଡିଥାଏ । ଅନେକ ବାଧା ବିଘ୍ନ ଦେଇ ପାଠ ପଢିଲେ ସଫଳତା ମିଳିଥାଏ, ଏହି ମନ୍ତ୍ର ଛୋଟବେଳୁ ମୋର ବାପା ମାଆ ଙ୍କଠାରୁ ଶୁଣିଛି । ଶେଷରେ ଚୂଡାନ୍ତ ନିଷ୍ପତ୍ତି ନେଲି ଏବଂ ପାଠ ପଢ଼ିଲି ବୋଲି ଆଜି ମୁଁ ସଫଳତାର ସହ PHD କରୁଛି ବୋଲି ଦୃଢତାର ସହ କହନ୍ତି ଜାମିନି ଝାଙ୍କର । ସଂକଳ୍ପ ଆମ ଅଭୟାରଣ୍ୟ ଆଦିବାସୀ ଇଲାକାରେ ଶିକ୍ଷାର ବିକାଶ କରିବି ଏବଂ ସମାଜ କୁ ଦେଖାଇଦେବୀ ବୋଲି ପ୍ରକାଶ କରିଛନ୍ତି ଜାମିନି ।

ସେପଟେ ଜାମିନିଙ୍କ ବାପା କହିଛନ୍ତି ଯେ ମୋର ଝିଅ ସାମାଜକ ପ୍ରତିବନ୍ଧକକୁ ଭାଙ୍ଗି ପାଠ ପଢୁଛି । ସମୟ ଆସିବ ନିଶ୍ଚିତ ରୂପେ ଆମ ଅଞ୍ଚଳରେ ନାଁ କରିବ । ଆଗକୁ ଅନ୍ଧାରୀ ଇଲାକାରେ ଚକୋଟିଆ ଭୁଞ୍ଜିଆ ଜନଜାତି ଝିଅ ଜାମିନି ସଫଳ ହେଉ ବୋଲି ସମାଜ ମାନବ ପ୍ରେମୀ କହିଛନ୍ତି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.