ETV Bharat / state

କେନ୍ଦୁପତ୍ର କର୍ମଚାରୀ ଶ୍ରମିକ ସଂଘର ଧାରଣା - କେନ୍ଦୁପତ୍ର କର୍ମଚାରୀ ଶ୍ରମିକ ସଂଘର ଧାରଣା

ନୂଆପଡା ଜିଲ୍ଲା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବୁଧବାର ବନଖଣ୍ଡ ଅଧିକାରୀ ଖଡ଼ିଆଳ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

କେନ୍ଦୁପତ୍ର କର୍ମଚାରୀ ଶ୍ରମିକ ସଂଘର ଧାରଣା
କେନ୍ଦୁପତ୍ର କର୍ମଚାରୀ ଶ୍ରମିକ ସଂଘର ଧାରଣା
author img

By

Published : Jun 30, 2021, 11:01 PM IST

ନୂଆପଡା: ନୂଆପଡା ଜିଲ୍ଲା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବୁଧବାର ବନଖଣ୍ଡ ଅଧିକାରୀ ଖଡ଼ିଆଳ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖଡ଼ିଆଳ ଡିଭିଜନ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ ଶତାଧିକ କେନ୍ଦୁପତ୍ର କର୍ମଚାରୀ, ତୋଳାଳୀ, ବନ୍ଧାଳୀ ସିଜିନାଲ ଷ୍ଟାପ ଗଣଧାରଣାରେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

କେନ୍ଦୁପତ୍ର କର୍ମଚାରୀ ଶ୍ରମିକ ସଂଘର ଧାରଣା

କେନ୍ଦୁପତ୍ର କର୍ମଚାରୀ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦୀର୍ଘ ଦିନରୁ ସଂଘ ଦାବିପତ୍ର ଦେଇଆସୁଛି । ହେଲେ ସରକାର ଓ ବିଭାଗୀୟ ଅଧିକାରୀ କର୍ଣ୍ଣ ଗୋଚର କରୁନଥିବାରୁ ବୁଧବାର ପୁନଃ ଆନ୍ଦୋଳନକୁ ଓହ୍ଲାଇ ଥିବା ଆବାହକ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

ଦୀର୍ଘ ବର୍ଷର ରେକର୍ଡକୁ ଅନୁଧ୍ୟାନ କଲେ କେନ୍ଦୁପତ୍ର କର୍ମଚାରୀ ଶ୍ରମିକ ମାନଙ୍କ ପ୍ରାପ୍ୟ ଚଳିତ ବର୍ଷ ଢେର ବିଳମ୍ବ ହୋଇଛି । ଯାହାକି ତୁରନ୍ତ ପ୍ରଦାନ କରାଯାଉ । ସିଜିନାଲ ଷ୍ଟାପର 2019 ବର୍ଦ୍ଧିତ ବକେୟା ଦରମା ତୁରନ୍ତ ପ୍ରଦାନ କରାଯାଉ ।

କେନ୍ଦୁପତ୍ର ସାମାଜିକ କଲ୍ୟାଣ ଯୋଜନାକୁ 20ଚଟା ବଦଳରେ 5ଚଟା କରାଯାଉ । ଏଭଳି 17 ଦଫା ଦାବି ପୂରଣ ନେଇ ତାଗିତ କରିଛି ସଙ୍ଘ । ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି । ଅପରପକ୍ଷେ ଡିଭିଜନ ସ୍ତରରେ ସମାଧାନ ହେଉଥିବା ଦାବି ଗୁଡିକ ଆମେ ପୂରଣ କରିବୁ ବାକି ତକ ସରକାର ବିଚାର କରିବେ ବୋଲି କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ୍ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.