ETV Bharat / state

ପରୀ ରଥ ସଂଗ୍ରହ କଲା 3 ହଜାର ଦସ୍ତଖତ - pari ratha

କଂଗ୍ରେସ ଦ୍ବାରା ପ୍ରେରିତ ପରୀ ନ୍ୟାୟ ରଥ 3 ହଜାର ଦସ୍ତଖତ ସଂଗ୍ରହ କରିଛି । ଅଧିକ ପଢନ୍ତୁ..

ପରୀ ରଥ ସଂଗ୍ରହ କଲା 3 ହଜାର ଦସ୍ତଖତ
ପରୀ ରଥ ସଂଗ୍ରହ କଲା 3 ହଜାର ଦସ୍ତଖତ
author img

By

Published : Dec 14, 2020, 10:02 PM IST

ନୟାଗଡ: କଂଗ୍ରେସ ଦ୍ବାରା ପ୍ରେରିତ ପରୀ ରଥ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରୁଛି l ଏବେ ସୁଦ୍ଧା ପରୀ ନ୍ୟାୟ ରଥ 3 ହଜାର ଦସ୍ତଖତ ସଂଗ୍ରହ କରିଛି ।

ପରୀ ରଥ ସଂଗ୍ରହ କଲା 3 ହଜାର ଦସ୍ତଖତ

ପରୀ ନ୍ୟାୟ ରଥ ନୟାଗଡ଼ ନିକଟସ୍ତ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରୁ ବାହାରି ସହର ଦେଇ ବରପଲ୍ଲୀ ଲଷ୍ମୀପ୍ରସାଦ ବାରବାଟୀ, ଗୋବିନ୍ଦପୁର, ଗଦାଧରପ୍ରସାଦ, ଚମ୍ପାତିପୁର ଇଟାମାଟି ବଡ଼ପଣ୍ଡୁସାର ବାଉଁଶିଆପଡା, ଜହ୍ନିପଦା, ବିରୁଡ଼ା, ଇକିରି କେନ୍ଦୁଢିପି, ନୋତର, ଗମ୍ଭାଢ଼ୀ ଲାଠିପଡ଼ା ରାଜପଟଣା କଲିକପ୍ରସାଦ ଖୁଣ୍ଟୁବନ୍ଧ ନଡ଼ିଆଳି ମାଛପଡା ଲେଙ୍କୁଡ଼ିପଡା ଆଦି ଅଞ୍ଚଳ ପରିକ୍ରମା କରି ପ୍ରାୟ ୩000 ସ୍ଵାକ୍ଷର ସଂଗ୍ରହ କରାଯାଇଛି l

ପରୀକୁ ନ୍ୟାୟ ଦାବିରେ ଜିଲ୍ଲା କଂଗ୍ରେସର ପରୀ ନ୍ୟାୟ ରଥକୁ ଗ୍ରାମାଞ୍ଚଳରେ ବିପୁଳ ସମର୍ଥନ ମିଳୁଛି । ଏଥିସହ ସ୍ବତଃ ପ୍ରବୃତ୍ତ ଭାବେ ସ୍ଵାକ୍ଷର ଅଭିଯାନରେ ସାମିଲ ହେଉଥିବା ଜିଲ୍ଲା ସଭାପତି ଆଇନଜୀବୀ ରଣଜିତ ଦାଶ ଗଣମାଧ୍ୟମ ପ୍ରତନିଧି ମାନଙ୍କୁ ଜଣାଇଛନ୍ତି l ଏହି ପରୀ ରଥ ପରୀ ପାଇଁ ନ୍ୟାୟ ଦାବି କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି ଦଳ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.