ETV Bharat / state

ହୃଦରୋଗରେ ପୀଡିତ ଦେଢ଼ ବର୍ଷର ପୁଅ, ଲୋଡା ଆର୍ଥିକ ସହାୟତା - ଦେଢ଼ ବର୍ଷର ପୁଅ ପାଇଁ ଦରକାର ଆର୍ଥିକ ସହାୟତା

ନୟାଗଡ଼ ତାଳକଣି ଗ୍ରାମର ମାଗୁଣି ବେହେରାଙ୍କ ଦେଢ଼ ବର୍ଷର ପୁଅ ହୃଦରୋଗରେ ପୀଡିତ । ମା' ଛେଉଣ୍ଡ ଦେଢ଼ ବର୍ଷର ପୁଅର ଚିକିତ୍ସା ପାଇଁ ମାଗୁଣୀଙ୍କ ଆଗରେ ବାଧକ ସାଜିଛି ଅର୍ଥ । ଅଧିକ ପଢନ୍ତୁ..

ହୃଦରୋଗରେ ପୀଡିତ ଦେଢ଼ ବର୍ଷର ପୁଅ, ଲୋଡା ଆର୍ଥିକ ସହାୟତା

author img

By

Published : Sep 24, 2020, 7:56 PM IST

ନୟାଗଡ: ହୃଦରୋଗରେ ପୀଡିତ ମା' ଛେଉଣ୍ଡ ଦେଢ଼ ବର୍ଷର ପୁଅ । ହେଲେ ବାପାଙ୍କ ଆର୍ଥିକ ଅବସ୍ଥା ଖରାପ ଥିବାରୁ ଚିକିତ୍ସା ହୋଇପାରୁନାହିଁ । ଫଳରେ କଷ୍ଟ ଯନ୍ତ୍ରଣା ମଧ୍ୟରେ ଜୀବନ ଜୀଉଁଛି ନୟାଗଡ଼ ତାଳକଣି ଗ୍ରାମର ମାଗୁଣି ବେହେରାଙ୍କ ଦେଢ଼ ବର୍ଷର ପୁଅ ।

ମାଗୁଣିଙ୍କ ପାଖେ ଅର୍ଥର ଅଭାବ ଥିବାରୁ ନିଜ ପୁଅର ଚିକିତ୍ସା କରିପାରୁନାହାଁନ୍ତି । ଭୁବନେଶ୍ୱର ଏମ୍ସରେ ପୁଅକୁ ଦେଖାଇବା ପରେ ଓଡ଼ିଶା ବାହାରେ ଅପରେସନ କରିବାକୁ ପଡ଼ିବ ବୋଲି ଡାକ୍ତର କହିଛନ୍ତି । ମାଗୁଣି ଜଣେ ଦିନ ମଜୁରିଆ ଓ ଚାଷୀ ଅଟନ୍ତି । ନିଜ ବିଲ ବାଡ଼ିରେ କାମ କରିବା ସହ ମଜୁରୀ ଲାଗନ୍ତି । ସେଥିରୁ ମିଳୁଥିବା ଅର୍ଥରେ ନିଜେ ଏବଂ ନିଜର ଛୁଆଙ୍କୁ ଚଳାନ୍ତି ।

ହୃଦରୋଗରେ ପୀଡିତ ଦେଢ଼ ବର୍ଷର ପୁଅ, ଲୋଡା ଆର୍ଥିକ ସହାୟତା

ପତ୍ନୀ ପ୍ରଭାସିନୀ ବେହେରାଙ୍କ ଅକାଳ ମୃତ୍ୟୁ ପରେ ମାଗୁଣିଙ୍କ ମୁଣ୍ଡରେ ଚଡ଼କ ପଡିଥିଲା। ଏବେ ପିଲାଙ୍କ ଭବିଷ୍ୟତ କିପରି ଗଢିବେ ସେ କଥା ଭାବି ଭାବି ଦିନ ଗଡ଼ୁଛି । ମାଗୁଣିଙ୍କ ଦୁରାବସ୍ଥାକୁ ଦେଖି କିଛି ସ୍ଵେଛାସେବୀ ଅନୁଷ୍ଠାନ ସହାୟତାର ହାତ ବଢ଼ାଇଛନ୍ତି ।

ତେବେ ଯଦି ଅପରେସନ ପାଇଁ ପ୍ରଶାସନ ତୁରନ୍ତ ବ୍ୟବସ୍ଥା କରିବ ତେବେ ମାଗୁଣିଙ୍କ ପୁଅ ନୂଆ ଜୀବନ ଜୀଇଁବ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.