ETV Bharat / state

ବନ୍ଦ ହେଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ଲକଡାଉନରେ ଅମାନିଆଙ୍କୁ ସାବାଡ଼ କରୁଛି ପୋଲିସ

ଲକଡ଼ାଉନର ପ୍ରଥମ ଦିନରୁ ବନ୍ଦ ରହିଛି ଦ୍ବିତୀୟ ଶ୍ରୀକ୍ଷେତ୍ର ରଣପୁର l ଭକ୍ତ ଓ ଭଗବାନଙ୍କ ମଧ୍ୟ୍ୟରେ ପୁଣି ଲମ୍ବିଲା ଦୂରତା l ସେପଟେ ଲକଡାଉନ ତଥାପି ସୁଧୁରୁନାହାଁନ୍ତି ଅମାନିଆ, ସାବାଡ଼ କରୁଛି ନୟାଗଡ ପୋଲିସ । ଅଧିକ ପଢନ୍ତୁ...

author img

By

Published : May 5, 2021, 9:21 PM IST

nayagarh lockdown,2nd sriKhetra close onwards today
ବନ୍ଦ ହେଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ଲକଡାଉନରେ ଅମାନିଆଙ୍କୁ ସାବାଡ଼ କରୁଛି ପୋଲିସ

ନୟାଗଡ଼: ଆଜି ଲକଡ଼ାଉନର ପ୍ରଥମ ଦିନରୁ ବନ୍ଦ ରହିଛି ଦ୍ବିତୀୟ ଶ୍ରୀକ୍ଷେତ୍ର ରଣପୁର l ଭକ୍ତ ଓ ଭଗବାନଙ୍କ ମଧ୍ୟ୍ୟରେ ପୁଣି ଲମ୍ବିଲା ଦୂରତା l ପ୍ରାଚୀର ହୋଇ ଠିଆ ହେଲା ମହାମାରୀ କୋରୋନା l କୋରୋନାର ଦ୍ବିତୀୟ ଲହରୀ ଅଧିକ ଭୟଙ୍କର ହେଉଥିବାରୁ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ଗାଇଡ଼ଲାଇନ ଜାରି କରିଛନ୍ତି l ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ଜଗନ୍ନାଥ ମନ୍ଦିର ଆଜି ଠାରୁ 19 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ l ଏହି ସମୟରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଥିବା ବେଳେ କୋରୋନା କଟକଣାର ନିୟମମାନି କମ ସଂଖ୍ୟକ ସେବାୟତରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସମସ୍ତ ପ୍ରକାରର ନୀତିକାନ୍ତି ସମ୍ପୂର୍ଣ୍ଣ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ସେପଟେ ଲକଡାଉନ, ତଥାପି ସୁଧୁରୁନାହାଁନ୍ତି ଅମାନିଆ, ସାବାଡ଼ କରୁଛି ପୋଲିସ । ସାରା ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଲକଡାଉନ ଭଳି ପଦକ୍ଷେପ ନିଆଯାଇଛି l 14 ଦିନିଆ ଲକଡାଉନର ଆଜି ହେଉଛି ପ୍ରଥମ ଦିନ l ଜିଲ୍ଲା ପୋଲିସ ପକ୍ଷରୁ ଚେକିଂ ବହୁ ସ୍ଥାନରେ ଚେକିଂ କରାଯାଉଛି l ନୟାଗଡରେ ଜିଲ୍ଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଁ ପ୍ରାୟ 15 ଶହ ଛୁଇଁଲାଣି l କିନ୍ତୁ ଅମାନିଆଙ୍କୁ ଲକଡ଼ାଉନ ବି କିଛି ପ୍ରଭାବ ପଡୁନି l ବିନା କାରଣରେ ଅନେକ ଘରୁ ବାହାରି ପଦାକୁ କିମ୍ବା ମାର୍କେଟକୁ ବୁଲିବାକୁ ଯାଉଛନ୍ତି l ପୋଲିସ ହାବୁଡ଼ରେ ପଡ଼ି କିଏ ଫାଇନ ଗଣୁଛି ତ ପୁଣି କାହାକୁ ପୋଲିସ ସଚେତନ କରାଉଛି l ଏପରିକି ଅନେକ ଅମାନିଆଙ୍କୁ ପୋଲିସ ମାଡ଼ ମାରିବାକୁ ପଛାଉନି l

ସକାଳୁ ସକାଳୁ ରଣପୁର ପୋଲିସ ରଣପୁର ସହରର ବିଭିନ୍ନ ଜନଗହଳି ପୂର୍ଣ୍ଣ ଛକମାନଙ୍କରେ ପଇଁନ୍ତରା ମାରିବା ସହ ଅମାନିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଫାଇନ କାଟିଛି l ଏପରିକି ଜିଲ୍ଲାର ସୀମାନ୍ତରେ ରହି ବାହାର ଜିଲ୍ଲାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖିଛି ନୟାଗଡ ପୋଲିସ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.